Posted inଜାତୀୟ

ମହାନଦୀରେ ବ୍ୟାରେଜ କରି ୧୯୪୭ ବ୍ୟବସ୍ଥାର ଉଲ୍ଲଂଘନ କରିଛି ଛତିଶଗଡ଼

ନୂଆଦିଲ୍ଲୀ, ୪ା୫ : ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ୧୧ ନିୟୁତ ଏକର ଫୁଟ୍‌ (ଏମ୍‌ଏଏଫ୍‌) ଜଳ ଧରି ରଖିଛି, ଯାହାକି ଉକ୍ତ ରାଜ୍ୟ ପାଇବାକୁ ଥିବା ଭାଗଠାରୁ ଅଧିକ। ଫଳରେ ତଳ ମୁଣ୍ଡରେ ଥିବା ରାଜ୍ୟ ଆବଶ୍ୟକ ଜଳ ପାଇବାରୁ ବଞ୍ଚତ୍ତ ହୋଇଛି। ଏହା ୧୯୪୭ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଓଡ଼ିଶା ସରକାର ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଅଭିଯୋଗ କରିଛନ୍ତି। ଛତିଶଗଡ଼କୁ ୧୬ ଏମ୍‌ଏଏଫ୍‌ ଜଳଧାରଣ କ୍ଷମତା ବିଶିଷ୍ଟ ଭବିଷ୍ୟତ ପ୍ରୋଜେକ୍ଟ ନିର୍ମାଣ ଲାଗି ଅନୁମତି ଦିଆଗଲେ ଓଡ଼ିଶା ବର୍ଷାଦିନେ ଗୁରୁତର କ୍ଷତିର ସମ୍ମୁଖୀନ ହେବ ବୋଲି ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ଆଇନଜୀବୀମାନଙ୍କୁ ନେଇ ରାଜ୍ୟର ୨୦ ଜଣିଆ ଟିମ୍‌ ଟ୍ରିିବ୍ୟୁନାଲରେ ଅଭିଯୋଗ ଉପସ୍ଥାପନ କରିଛି। ୧୯୪୭ର ହୀରାକୁଦ ପ୍ରୋଜେକ୍ଟ ଡିପିଆର୍‌ ଅନୁଯାୟୀ ଛତିଶଗଡ଼ର ସମାନୁପାତିକ ଜଳ ଭାଗ ହେଉଛି ୮.୩୩ ଏମ୍‌ଏଏଫ୍‌। ମହାନଦୀ ଜଳ ବିବାଦ ଟ୍ରିବୁନାଲ ବୁଧବାର ଛତିଶଗଡ଼ରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପରିଦର୍ଶନ ଶେଷ କରିଛି। ଉପର ମୁଣ୍ଡରେ ଥିବା ରାଜ୍ୟକୁ ୯ ଦିନିଆ ଗସ୍ତ ଅବସରରେ ଟ୍ରିବ୍ୟୁନାଲର ବିଚାରପତି ମହାନଦୀ ବେସିନ୍‌ରେ ଛତିଶଗଡ଼ ନିର୍ମାଣ କରିଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଟ୍ରିବ୍ୟୁନାଲ ସଦସ୍ୟଙ୍କ ସହ ଓଡ଼ିଶା ଓ ଛତିଶଗଡ଼ର ଟିମ୍‌ ରହିଥିଲେ। ବେଆଇନ ଭାବେ ଭିତ୍ତିଭୂମି ସମ୍ପ୍ରସାରଣ କରି ଛତିଶଗଡ଼ ୧୩ରୁ ୧୪ ଏମ୍‌ଏଏଫ୍‌ ଜଳ ବ୍ୟବହାର କରୁଥିବା ଓଡ଼ିଶା ପକ୍ଷରୁ କୁହାଯାଇଛି। ଫଳରେ ଅଣମୌସୁମୀ ଋତୁରେ ମହାନଦୀରେ ଜଳର ଘୋର ଅଭାବ ଦେଖାଦେଉଛି। ସେହିପରି ଆବଶ୍ୟକତା ନ ଥାଇ ରବିଶଙ୍କର ଶୁକ୍ଳା, ମୁରୁମସିଲି ଡ୍ୟାମ୍‌, ମିନିମାତା ଡ୍ୟାମ୍‌ ଆଦରେ ଛତିଶଗଡ଼ ସାମର୍ଥ୍ୟଠାରୁ ୫୦ରୁ ୬୦ ପ୍ରତିଶତ ଅଧିକ ଜଳ ଧରି ରଖୁଛି। ଉପରୋକ୍ତ ଜଳଭଣ୍ଡାରରେ ଅତ୍ୟଧିକ ଜଳ ଗଚ୍ଛିତ କରି ରଖିବା ଯୋଗୁ ହୀରାକୁଦ ଡ୍ୟାମ୍‌ରେ ଜଳ ସଙ୍କଟ ଦେଖାଦେଇଛି। ଏହା ବ୍ୟତୀତ ରାଜୀବ ସାମୋଦା, ବସନ୍ତପୁର, କଳମା ଆଦି ଶିଳ୍ପ ବ୍ୟାରେଜ ଅଣମୌସୁମୀ ଋତୁରେ ଓଡ଼ିଶା ପାଇଁ ଅଧିକ କ୍ଷତି ପହଞ୍ଚାଉଥିବା ଓଡ଼ିଶା ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri