ବୈଷ୍ଣୋଦେବୀଙ୍କୁ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆପଡ଼ା/କୋମନା,୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ତାଙ୍କ ପରିବାର ସହ ଗୁରୁବାର ନୂଆପଡ଼ା ଜିଲା କୋମନାସ୍ଥିତ ମନ୍ଦିରରେ ମାତା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିଛନ୍ତି। ସୂଚନା ମୁତାବକ ମଧ୍ୟାହ୍ନ ସମୟରେ ଛତିଶଗଡରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ସାଇ ଆସି କ୍ରିଷ୍ଣା ପବ୍ଲିକ ସ୍କୁଲ ପଡିଆରେ ଅବତରଣ କରିଥିଲେ।

ସେଠାରୁ ସଡ଼କ ପଥରେ ଯାଇ ସେ କୋମନାଠାରେ ପହଞ୍ଚି ଥିଲେ। କୋମନା ନିବାସୀ ସଦନ ତିୱାରୀଙ୍କ ବୈଷ୍ଣୋଦେବୀ ମନ୍ଦିରରେ ନବରାତ୍ର ଚାଲିଥିବାରୁ ସେଥିରେ ସେ ସପରିବାର ଯୋଗଦେଇ ଦେବୀଙ୍କ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଏଥିରେ ତାଙ୍କ ଧର୍ମପତ୍ନୀ କୌଶଲ୍ୟା ସାଏ, ଉତ୍ତର ବିଧାୟକ ପୁରନ୍ଦର ମିଶ୍ର ମା’ଙ୍କ ଦର୍ଶନ କରିଥିଲେ। ଏହି ସମୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ, ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ପୂର୍ବତନ ଏମ୍‌ପି ବସନ୍ତ କୁମାର ପଣ୍ଡା, ଖରିଆର ରୋଡ ନଗର ଅଧ୍ୟକ୍ଷା ସୋନିଆ ଜୈନ, ଭାଜପା ଜିଲା ସଭାପତି କମଲେଶ ଦୀକ୍ଷିତ, ଅଭିନନ୍ଦନ ପଣ୍ଡା ଓ ଶତାଧିକ ଭାଜପା କର୍ମକର୍ତ୍ତା ସାମିଲ ଥିଲେ। କିଛିମାସ ପୂର୍ବେ ତାଙ୍କ ଧର୍ମପତ୍ନୀ ଏଠାକୁ ଆସି ମା’ଙ୍କ ଦର୍ଶନ କରିଥିଲେ। ବର୍ତ୍ତମାନ ଚୈତ୍ର ନବରାତ୍ର ଚାଲିଥିବାରୁ ସପରିବାର ଆସି ଦେବୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ପଡ଼ୋଶୀ ରାଜ୍ୟ ହୋଇଥିବାରୁ ଓଡ଼ିଶା ସହ ଆମର ସବୁବେଳେ ସୁସମ୍ପର୍କ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସାଇ କହିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri