ନିଶାଙ୍କ ଅଶ୍ଳୀଳ ନାଚ ଭାଇରାଲ ପରେ ଆକ୍ସନରେ ଛତିଶଗଡ଼ ପ୍ରଶାସନ: ୧୭ ଆୟୋଜକ ଗିରଫ, ବଦଳିଲେ ଉପଜିଲାପାଳ

ଗରିଆବନ୍ଦ/ଭୁବନେଶ୍ୱର,୧୩।୧: ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଛତିଶଗଡ଼ ପୋଲିସ ୧୭ଜଣ ଆୟୋଜକଙ୍କୁ ଗିରଫ କରିଥିବା ବେଳେ ଅପେରା ପାଇଁ ଅନୁମତି ଦେଇଥିବା ଉପଜିଲାପାଳ ତୁଳସୀଦାସ ମକରମ୍‌ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

ଅନ୍ୟପକ୍ଷେ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ୱନ କରାଯାଇଛି। ଏହି ସୂଚନା ଦେଇଛନ୍ତି ଗରିଆବନ୍ଦ ଜିଲାପାଳ। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନ ହେବ ସେଥିପ୍ରତି କଡ଼ା ନଜର ରଖାଯାଇଥିବା ଗରିଆବନ୍ଦ ଅତିରିକ୍ତ ଏସ୍‌ପି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା। ୯ ତାରିଖ ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଗରିଆବନ୍ଦ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୧୦ ତାରିଖରେ ଯାତ୍ରାକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ଘଟଣା ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଓଡ଼ିଶାରେ ହେଉଥିବା ଯାତ୍ରା ପେଣ୍ଡାଳରେ ଅଶ୍ଳୀଳ ଡ୍ୟାନ୍ସକୁ ସରକାର କେଉଁଭଳି ଆକ୍ସନ ନେବେ ତାହା ଦେଖିବା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଣାଇଁ ବନଖଣ୍ଡରେ ହାତୀ ଶାବକ ମୃତ୍ୟୁ: କାରଣ ଅସ୍ପଷ୍ଟ

ବଣାଇଁ, ୧୩।୧(ପ୍ରଦୀପ ତ୍ରିପାଠୀ): ଗତକାଲି ଅପରାହ୍ନରେ ବଣାଇଁ ବନଖଣ୍ଡ ଜର୍ଡା ବନାଞ୍ଚଳ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଶାବକର ମୃତ୍ୟୁ ଘଟିଥିବା ସୂଚନା...

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଖଣ୍ଡଗିରିରେ ହେବନି…

ଭୁବନେଶ୍ୱର,୧୩।୧: ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା...

ଛାତ୍ରୀଛାତ୍ରଙ୍କ ଲାଗି କ୍ରୀଡାର ଆବଶ୍ୟକତା: ଗରୁରତ୍ୱାରୋପ କଲେ…

ପୁରୁଷୋତ୍ତମପୁର,୧୩।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନିତା...

ଅଗ୍ନିକାଣ୍ଡ ଘଟି ଜଳିଗଲା ୩୫ ଭରଣ ଜମିର ଧାନ, ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ଖଳାରେ ଅମଳ କରିବାକୁ...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରକୁ ମନୋନୀତ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଜି.ଉଦୟଗିରି,୧୩।୧(ଚିନ୍ମୟ କୁମାର ସେଠୀ) : କନ୍ଧମାଳ ଜିଲା ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟସ୍ତରରେ ସ୍ବଚ୍ଛ ଏବଂ ହରିତ୍‌ ରେଟିଂ...

କେବେ ପାଳନ ହେବ ମକର ସଂକ୍ରାନ୍ତି? ଭୂଲଦିନ ପାଳନ କଲେ ହେବ…

ଭାରତରେ ପର୍ୱପର୍ୱାଣୀର ତାରିଖକୁ ନେଇ ପ୍ରାୟତଃ ଦ୍ୱନ୍ଦ୍ୱ ଦେଖାଯାଏ ଏବଂ ଏହି ବର୍ଷ, ମକର ସଂକ୍ରାନ୍ତି 2026 ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛି। ଜ୍ୟୋତିଷମାନେ ବିଶ୍ୱାସ...

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri