ସୁନା ଦୋକାନୀ, ଫାଇନାନ୍ସ କମ୍ପାନୀ ସହ ଛତ୍ରପୁର ପୋଲିସର ଆଲୋଚନା

ଛତ୍ରପୁର,୨୧।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ସୁନା ଦୋକାନ ବ୍ୟବସାୟୀ ଏବଂ ଫାଇନାନ୍ସ କମ୍ପାନୀ ଅଧିକାରୀଙ୍କ ଶନିବାର ଏକ ଆଲେଚନା ହୋଇଛି। ସୁରକ୍ଷାକୁ ନେଇ ଥାନା ପରିସରରେ ଏହି ଆଲୋଚନା ବୈଠକ ବସିଛିି ା ଏଥିରେ ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଅଧ୍ୟକ୍ଷତା କରିଥିଲେ ।
ପ୍ରକାଶଯୋଗ୍ୟ, ସୁନା ଦୋକାନୀ ଓ ଫାଇନାନ୍ସ କମ୍ପାନୀଗୁଡିକ ଅସାବଧାନତା ନେଇ ଚୋରି, ଲୁଟ୍‌ ଘଟୁଛି । ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏଙ୍କ ନିର୍ଦ୍ଦେଶକ୍ରମେ ସୁନା ଦୋକାନ ବ୍ୟବସାୟୀ ଓ ଫାଇନାନ୍ସ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଛତ୍ରପୁର ଥାନାରେ ସୁରକ୍ଷା ସମ୍ବନ୍ଧୀୟ କ’ଣ ସବୁ ପଦକ୍ଷେପ ନିଆଯିବ ସେସମ୍ପର୍କରେ ପୋଲିସ ପକ୍ଷରୁ ଅବଗତ କରାଯାଇଥିଲା । ଏଥିରେ ଛତ୍ରପୁରର ୧୯ଟି ସୁନା ଦୋକାନ ମାଲିକ ଓ ୩୪ ଫାଇନାନ୍ସ କମ୍ପାନୀର ଅଧିକାରୀ ଯୋଗଦେଇଥିଲେ ।