ଛତ୍ରପୁର ନଗର ବିଜେଡି ସଭାପତିଙ୍କ ଇସ୍ତଫା

ଛତ୍ରପୁର,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଜିଲା ବିଜେଡି ସଭାପତିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ବିଜେଡିରେ ଅଛନ୍ତି ବୋଲି କହିଛନ୍ତି। ପୌର ନିର୍ବାଚନ ନେଇ ପ୍ରାର୍ଥିପତ୍ର ପ୍ରକ୍ରିୟା ଚାଲିଥିବା ବେଳେ ସଭାପତି ପଦବୀରୁ ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ହୋଇଛି।