ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ ପାଇଁ ନୂଆବର୍ଷ ଭେଟି ହୋଇଥିଲା l ଦ୍ୱିତୀୟ ପର୍ଯ୍ୟାୟରେ ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଚିଠି ସଂଖ୍ୟା ୩୧୫୭୭ ୨୬/୧୨/୨୦୨୫ ତାରିଖରେ  ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ କରାଯାଇଛି। ଏହି ଖବର ପ୍ରଚାର ହେବା ପରେ ଆସିକା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଛତ୍ରପୁର ଏନଏସିର ଜନସଂଖ୍ୟା, ଜନସଂଖ୍ୟର ସାନ୍ଧ୍ରତା, ସ୍ଥାନୀୟ ପ୍ରଶାସନ ନିମନ୍ତେ ସଂଗୃହିତା ରାଜସ୍ବ, ଅଣକୃଷିକ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ଶତକଡା ହାର ଓ ଉକ୍ତ କ୍ଷେତ୍ରର ଅର୍ଥନୈତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଛତ୍ରପୁରକୁ କ୍ଷୁଦ୍ରତର ସହରାଞ୍ଚଳ ମାନ୍ୟତା ପ୍ରଦାନ କରାଯାଇଛି ।
ଏଥିସହ ଆପତ୍ତି ଅଭିଯୋଗ ପାଇଁ ୩୦ ଦିନ ସମୟ ଧାର୍ଯ୍ୟ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବହୁବର୍ଷ ଧରି  ଛତ୍ରପୁରକୁ ମ୍ୟୁନିସିପାଲଟି ଗଠନ ପାଇଁ ଦାବି ହୋଇଥିଲା। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଛତ୍ରପୁର ନାଗରିକ, ଓକିଲ ସଂଘ, ବିଭିନ୍ନ ବ୍ୟବସାୟ ସଂଘ ଓ ସହର ବାସିନ୍ଦା ଏହି ଦାବି ଉଠାଇଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨୦୨୪ ମସିହା ଫେବୃଆରୀ ୨୪ ତାରିଖରେ ଛତ୍ରପୁରକୁ ମ୍ୟୁନିସିପାଲଟି ଘୋଷଣା କରିଥିଲେ।ସାଧାରଣ ନିର୍ବାଚନ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଏହି ପ୍ରକ୍ରିୟା ଥମି ଯାଇଥିଲା । ପୁଣି ଏହି ବର୍ଷ ଅଗଷ୍ଟ ୩୧ ତାରିଖରେ  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଛତ୍ରପୁର ମ୍ୟୁନିସିପାଲଟି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଳମ୍ବରେ ହେଲେ ମଧ୍ୟ ଛତ୍ରପୁର ପାଇଁ ଏହି ଘୋଷଣା ସ୍ବାଗତ ଯୋଗ୍ୟ। ଏହାଦ୍ୱାରା ବହୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଅଞ୍ଚଳବାସୀ ମତ ରଖିଛନ୍ତି ଏବଂ  ଖୁସି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri