ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି। ଜଣେ ବାପା ଛେଉଣ୍ଡ ଝିଅର ବିବାହ ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ବିଧାୟକ। ଯେ କୌଣସି ଖବର ପାଇବା ମାତ୍ରେ ବିଳମ୍ବ ନକରି ଅନ୍ୟ କାମ ପଛରେ ପକାଇ ପହଂଚି ଯାଇଥାନ୍ତି ବିଧାୟକ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକର ପୋଇରାଷୀ ପଞ୍ଚାୟତ ଅନ୍ତର୍ଗତ ନୂଆପଲ୍ଲୀ ଗ୍ରାମରେ। ଏଠାରେ ସ୍ବର୍ଗତ ଡି. ସୋମନାଥ ପ୍ରଧାନଙ୍କ ସୁକନ୍ୟା ଡି. ରଜନୀ ପ୍ରଧାନଙ୍କ ବିବାହ ନିମନ୍ତେ ତାଙ୍କର ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିଗତ କିଛି ବର୍ଷ ପୂର୍ବେ ପିତାଙ୍କ ଦେହାନ୍ତ ପରେ ପରିବାରର ଆର୍ଥିକ ପରିସ୍ଥିତି ଆହୁରି କଠିନ ହୋଇପଡ଼ିଥିଲା। ଏପରି ପରିସ୍ଥିତିରେ ବିବାହ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହେବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଏହି ସାମାନ୍ୟ ସହଯୋଗ, ଉପଯୋଗୀ ହେବ ବୋଲି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ତାରାତାରିଣୀଙ୍କ ଆଶୀର୍ବାଦରୁ ତାଙ୍କର ବୈବାହିକ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ପ୍ରାର୍ଥନା କରିଛନ୍ତି ଛତ୍ରପୁର ବିଧାୟକ ନାୟକ। ସହାୟତା ପ୍ରଦାନ ବେଳେ ଖଲି ରେଡ୍ଡୀ, ଯୁବ ନେତା ଜିତୁ ବେଜ ପ୍ରମୁଖ ଉପସ୍ଥିତ ଥିଲେ।