ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢ଼ାଇଲେ ବିଧାୟକ, ନିଜ ହାତରୁ….

ଭୁବନେଶ୍ୱର,୧୬ା୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ଝରାପଦାର ଗ୍ରାମର ବାପା ମା ଛେଉଣ୍ଡ ଅସହାୟ ଭାଇ ଭଉଣୀଙ୍କୁ ସାହାୟତାର ହାତ ବଢ଼ାଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ବିଧାୟକ ନିଜସ୍ୱ ପାଣ୍ଠିରୁ ୧୦ ହଜାର ଅର୍ରରାଶି ପ୍ରଦାନ କରିଥିବା ବେଳେ ରେଡକ୍ରସ ପକ୍ଷରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅର୍ଥରାଶି ପ୍ରଦାନ ବେଳେ ବିଧାୟକଙ୍କ ସହ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର ଉପସ୍ଥିତ ରହିଥିଲେ ।
ସୂଚନାଥାଉକି ପିତାଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମାତାଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡିଛନ୍ତି ଭାଇ ଭଉଣୀ । ସ୍ଥାନୀୟ ଅଞ୍ଚଳରେ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏକ ଭୂମିହୀନ ପରିବାରରେ ୯ ମାସ ମଧ୍ୟରେ ପିତା ଓ ମାତାଙ୍କ ଅକାଳ ବିୟୋଗ ରେ ଝିଅ ସୁଇଟି (୧୭) ଓ ପୁଅ କାଳିଆ (୧୪) ପୂରାପୁରି ଅସହାୟ ହୋଇପଡିଛନ୍ତି । ପରିବାରର ମୂଖ୍ୟ ରୋଜଗାରିଆ ରବି ମହାଙ୍କୁଡ (୪୫) ଋଣଭାର ଓ ଆର୍ଥିକ କଷ୍ଟରୁ ମୁକ୍ତି ପାଇବା ପାଇଁ ୯ ମାସ ତଳେ ଖଲିକୋଟ ଅଞ୍ଚଳର ଏକ ଠିକାଦାରଙ୍କ ସହାୟତାରେ ହାଇଦ୍ରାବାଦର ଏକ ଘୋରେଇ କମ୍ପାନୀରେ ଶ୍ରମିକ ଭାବେ କାମକୁ ଯାଇଥିଲେ। କାମ କରୁଥିବା ସମୟରେ ପାଣି ଟାଙ୍କି ଭୁଶୁଡି ପଡିଯିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ।

ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିବା ଝୁନୁ ମହାଙ୍କୁଡ (୩୯) ଆନ୍ତ୍ର କ୍ୟାନ୍ସରରେ ପୀଡିତ ହୋଇଥିବା ଜାଣିବାକୁ ମିଳିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ଦୀର୍ଘଦିନ ଚିକିତ୍ସାଧୀନ ରହିବା ପରେ ଗତ ୧୧ ତାରିଖରେ ସେ ମୃତ୍ୟୁବରଣ କରିଛନ୍ତି । ରବି ଓ ଝୁନୁ ଭୂମିହୀନ ଥିଲେ । ନିଜ ଘର ନଥିବାରୁ ଭଡାଘରେ ରୁହିଥିଲେ । ଗାଁଗାଁ ବୁଲି ଟେକ୍ସନାରୀ ସାମଗ୍ରୀ ବିକି ପରିବାର ପ୍ରତିପୋଷଣ କରୁଥିଲେ । ଦୁଇଜଣଙ୍କ ଅକାଳ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ମୁରବୀ ଶୂନ୍ୟ ଓ ଆଶ୍ରୟ ବିହୀନ ହୋଇପଡ଼ିଛି । ଝିଅ ସୁଇଟି ଦଶମ ଶ୍ରେଣୀ ପାସ କରିଥିବା ବେଳେ ପୁଅ ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଦେବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ…

ହୋଲିରେ କମିଲା ସୁନା! ୨୨k କିଣିବାକୁ GST ଓ ମେକିଂ ଚାର୍ଜ ବାଦରେ ଦେବେ କେତେ?

ନୂଆଦିଲ୍ଲୀ,୪।୩: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ, ସୁନା ଏବଂ ରୂପା ଉପରେ ଚାପ ପଡିଛି, ଯାହା ଫଳରେ ରେଟ କମ ହୋଇଛି । ଲଗାତାର…

ରୋ-କୋଙ୍କ ପ୍ଲାନ ୨୦୨୭, ଏହି ତାରିଖରେ କରିବେ କମ୍‌ବ୍ୟାକ୍‌, ଖେଳିବେ ଏତେଟା ଓ଼୍ବାନଡେ ମ୍ୟାଚ୍‌…

ନୂଆଦିଲ୍ଲୀ,୪।୩: ୨୦୨୬ ଟି୨୦ ବିଶ୍ୱକପ ପରେ, ଭାରତୀୟ କ୍ରିକେଟ ଦଳର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ୫୦ ଓଭର ଫର୍ମାଟକୁ ସ୍ଥାନାନ୍ତରିତ ହେବ। ଭାରତର ଦୁଇ ବଡ଼ ତାରକା,…

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri