ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁର ମହୋତ୍ସବ ଉଦଘାଟିତ, ମନ ମୋହିଲା ଅନ୍ତରା-ଅନୁରାଗଙ୍କ ଗୀତ

ଛତ୍ରପୁର,୨ା୬(ଦିଲ୍ଲୀପ ସାମଲ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନ ଗହଳି ସାଙ୍ଗକୁ ଆଲୋକ ତୋରଣରେ ସୁସଜ୍ଜିତ ସହରକୁ ଅଧିକ ଆକର୍ଷଣୀୟ କରିଛି । ଏହି ଅବସରରେ ଛତ୍ରପୁରର କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ତତ୍ୱବଧାନରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହା ସହିତ ବିଭିନ୍ନ ବିଭାଗ ସମନ୍ଵୟରେ ଆୟୋଜିତ ପଲ୍ଲିଶ୍ରୀ ମେଳା, ଜିଲାସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା, ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଓ ସୁଭଦ୍ରା ଶକ୍ତି ମେଳାକୁ ମଧ୍ୟ ମନ୍ତ୍ରୀ ଉଦଘାଟନ କରିଥିଲେ । ସେ ବିଭିନ୍ନ ଷ୍ଟଲ ଗୁଡିକ ବୁଲି ଦେଖିବା ସହିତ ଉତ୍ପାଦକ ଓ ବିକ୍ରୀକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ବିବିତା ପାତ୍ର, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା ପ୍ରଥମ ଦିନର କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ ।
ଛତ୍ରପୁର ମହୋତ୍ସବର ଭବ୍ୟ ଓ ଦିବ୍ୟ ଆୟୋଜନ ତାସହିତ ମେ ୪ ତାରିଖ ଠାରୁ ଏ ମାଟିର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଧୂମଧାମରେ ଚାଲି ଆସିଛି । ଏହାକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ଆଜିଠୁ ପଲ୍ଲିଶ୍ରୀ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ , କୃଷି ଯନ୍ତ୍ରପାତି, ଖାଦ୍ୟ ଓ ସୁଭଦ୍ରା ଶକ୍ତି ମେଳା । ତାସହିତ ଆକର୍ଷଣୀୟ ସାମାଜିକ ଓ ସାଂସ୍କୃତିକ ଆୟୋଜନ ହେଉଛି । ମାଛ ଚାଷ ଠାରୁ ଆରମ୍ଭକରି ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ଉତ୍ପାଦ ମୋତେ ଅଭିଭୂତ କରିଛି ବୋଲି ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଗଞ୍ଜାମ ଜିଲାର ପାରମ୍ପରିକ ନୃତ୍ୟ ଓଡିଶୀ, ପାଇକ ଆଖଡ଼ା ଭଳି ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଓଡ଼ିଶାର ସୁନାମଧନ୍ୟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଓ ଅନୁରାଗ ଦାଶଙ୍କ ଗୀତର ଯାଦୁରେ ଦର୍ଶକମାନେ ବେଶ ବିଭୋର ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ ମନଭରି ଉପଭୋଗ କରିଥିଲେ । ଏହି ଅବସରରେ ଛତ୍ରପୁରର ଦୁଇଜଣ ଯୁବ ପ୍ରତିଭା ଅନ୍ତର୍ଜାତିକ ପାରା ଖେଳାଳି ଭି. ରମେଶ ରାଓ ଓ ଜାତୀୟ ସ୍ତରରେ ବଡ଼ି ବିଲଡିଂ କରି ସୁନାମ ଅର୍ଜନ କରିଥିବା ପୋଲିସ କର୍ମଚାରୀ ବଲାଲ ଖାନଙ୍କୁ ସମ୍ମାନିତ କରାଯାଇଥିଲା ।
ତିନି ତାରିଖରେ ଗଞ୍ଜାମ ଜିଲାକୁ ଦେଶର ଶ୍ରେଷ୍ଠ ଦ୍ଵିତୀୟ ଜିଲାଭାବେ ଜାତୀୟ ପୁରସ୍କାର ମିଳିବ । ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତକୁ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକ ର ମନ୍ଦାର ପଞ୍ଚାୟତକୁ ଶ୍ରେଷ୍ଠ ସାମାଜିକ ନ୍ୟାୟଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଭବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ । ପଲ୍ଲୀଶ୍ରୀ ମେଳାରେ ଜିଲା ତଥା ଜିଲା ବାହାରୁ ହସ୍ତତନ୍ତ, ହସ୍ତଶିଳ୍ପ କାରିଗରମାନେ ନିଜ ନିଜର ଉତ୍ପାଦିତ ଗ୍ରାମୀଣ ଉତ୍ପାଦଗୁଡ଼ିକ ବିକ୍ରି କରିବାର ସୁଯୋଗ ପାଇଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଷ୍ଟଲରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ତଥା ଗୋଷ୍ଠୀମାନଙ୍କ ପାଇଁ ଜୀବିକା ବୃଦ୍ଧିର ବିଭିନ୍ନ ଦିଗଗୁଡ଼ିକ ପ୍ରଦର୍ଶନ କରାଯାଇଛି । କୃଷି ଯନ୍ତ୍ରପାତି ମେଳାରେ ଅତ୍ୟାଧୁନିକ କୃଷି ଉପକରଣ ପ୍ରଦର୍ଶନପୂର୍ବକ ଗଞ୍ଜାମ ଜିଲାର ଚାଷୀମାନଙ୍କ ପାଇଁ ଲାଭଦାୟକ ଚାଷ ଉପରେ ଷ୍ଟଲରେ ଯୋଜନାଗୁଡ଼ିକ ପ୍ରଦର୍ଶିତ କରାଯାଇଛି ।

ଏତଦ୍‌ବ୍ୟତୀତ ଖାଦ୍ୟ ମେଳାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟପେୟ ଯଥା ପିଠା, ପଣା, ମିଷ୍ଟାନ୍ନ ଇତ୍ୟାଦି ସହିତ ବାଲେଶ୍ୱରର ପତ୍ରପୋଡ଼ା ମାଂସ, ବାରିପଦାର ମୁଢ଼ିମାଂସ ଇତ୍ୟାଦି ମିଳୁଛି । ତତ୍‌ ସହିତ ପ୍ରତିଦିନ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ ଓ ଦେବଦତ୍ତ ପଣ୍ଡା, ଜିଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନ ସହଯୋଗ କରିଥିଲେ । ଏହି ମହୋତ୍ସବ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri