Posted inଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା

ସେଞ୍ଚୁରିୟନ,୨୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ଏହି ମ୍ୟାଚରେ ଓପନର କେ.ଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଚମତ୍କାର ଇନିଂସ ଖେଳିଛନ୍ତି। ଏଥି ସହିତ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଫ୍ଲପ ସୋ ଜାରି ରହିଛି। ପୂଜାରା ଏହି ମ୍ୟାଚରେ କୌଣସି ରନ ସ୍କୋର କରିପାରିନଥିଲେ ଏବଂ ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ। ଏହା ସହିତ ତାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡା ଯାଇଛି। ତିନି ନମ୍ବରରେ ବ୍ୟାଟିଂ କରୁଥିବାବେଳେ ସେ ସର୍ବାଧିକ ଥର ‘ଶୂନ’ରେ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପୂର୍ବତନ କ୍ରିକେଟର ଦିଲୀପ ଭେଙ୍ଗସରକାରଙ୍କ ରେକର୍ଡ ଭାଙ୍ଗିଛନ୍ତି। ତିନି ନମ୍ବରରେ ଖେଳିବାବେଳେ ପୂଜାରା ନବମ ଥର ପାଇଁ ଖାତା ଖୋଲିପାରି ନ ଥିଲେ। ଟିମ ଇଣ୍ଡିଆର ବର୍ତ୍ତମାନର କୋଚ ତଥା ପୂର୍ବତନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ ଏହି ପ୍ରସଙ୍ଗରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ତିନି ନମ୍ବରରେ ଆକାଉଣ୍ଟ ନ ଖୋଲି ସାତଥର ଆଉଟ୍‌ ହୋଇଛନ୍ତି।
ଏକଦା ଟିମ ଇଣ୍ଡିଆର ଓ୍ବାଲ୍‌ କୁହାଯାଉଥିବା ଚେତେଶ୍ୱର ପୂଜାରା ବହୁତ ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି। ତାଙ୍କ ବ୍ୟାଟରୁ ରନ ଆସୁନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ କୌଣସି ରନ ସ୍କୋର ନକରି ଚେତେଶ୍ୱର ପୂଜାରା ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ପୂଜାରା ଭଲ ପ୍ରଦର୍ଶନ କରିପାରି ନ ଥିଲେ। ସେ ପ୍ରଥମ ଇନିଂସରେ ୨୬ ରନ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୨୨ ରନ ସଂଗ୍ରହ କରିଥିଲେ। ୨୦୧୯ ମସିହାରୁ ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରେ କୌଣସି ଶତକସ୍କୋର କରିବାରେ ସକ୍ଷମ ହୋଇନାହାଁନ୍ତି। ଭାରତୀୟ ଚୟନକର୍ତ୍ତା ତାଙ୍କୁ ଅନେକ ସୁଯୋଗ ଦେଇଛନ୍ତି । ଘରୋଇ କ୍ରିକେଟ ରେ ଭଲ ପ୍ରଦର୍ଶନ କରିଥିବା ଅନେକ ଯୁବକ ତାଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ। ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଇନିଂସରେ ମଧ୍ୟ ତାଙ୍କ ବ୍ୟାଟ କାମ ନ କରେ, ତେବେ ସେ ଦଳରୁ ବାହାରକୁ ଯିବା ନିଶ୍ଚିତ। ଯୁବ ଶ୍ରେୟସ ଆୟର ଏବଂ ହନୁମା ବିହାରୀ ତାଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ । ପୂଜାରାଙ୍କ ମନ୍ଥର ଗତି ପାଇଁ ସମାଲୋଚନା ମଧ୍ୟ କରାଯାଇଛି। ସେ ଭାରତ ପାଇଁ ୯୧ ଟି ଟେଷ୍ଟ ମ୍ୟାଚରେ ୬୫୪୨ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri