Categories: ଜାତୀୟ

ଆଖିବୁଜିଲେ ମହାନ ଡାକ୍ତର, ମାତ୍ର ୧୦ ଟଙ୍କାରେ କରୁଥିଲେ ଚିକିତ୍ସା

ଚେନ୍ନାଇ,୨୩।୭: ଗରିବ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଚିକିତ୍ସା କରୁଥିବା ଡା. ସି ମୋହନ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କରୋନା ମହାମାରୀ ସମୟରେ ମଧ୍ୟ ରେଡ୍ଡୀ ରୋଗୀଙ୍କ ଚିକିତ୍ସା ଜାରି ରଖିଥିଲେ। ଜୁନ ମାସ ଶେଷ ସପ୍ତାହରେ ସେ ନିଜେ କରୋନାର ଶିକାର ହୋଇଥିଲେ। ପରେ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ମଧ୍ୟ ଡିସଚାର୍ଜ କରାଯାଇଥିଲା। କିନ୍ତୁ ବୁଧବାର ଦିନ ହଠାତ୍‌ ସେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କରିଥିଲେ। ରେଡ୍ଡୀଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ବିଶେଷକରି ବସ୍ତିରେ ରହୁଥିବା ଲୋକମାନେ ଅଦତ୍କ ଦୁଃଖ ପ୍ରକାଶ କରିଛନ୍ତି। ଡାକ୍ତରଖାନାର ଜଣେ ନର୍ସ କହିଛନ୍ତି ଯେ, ଅନେକ ଥର ସେମାନେ ରୋଗୀଙ୍କଠାରୁ ୧୦ ଟଙ୍କା ମଧ୍ୟ ନେଇ ନ ଥିଲେ ଏବଂ ମାଗଣାରେ ଚିକିତ୍ସା କରୁଥିଲେ। କେବଳ ଏତିକି ନୁହେଁ, ସେ ଡାକ୍ତରଖାନାରେ ଆଡମିଶନ ଚାର୍ଜ ପାଇଁ ମାତ୍ର ୧୦୦ ଟଙ୍କା ଚାର୍ଜ କରୁଥିଲେ।

Share