Posted inଖେଳ

ଫାଇନାଲରେ ଚେନ୍ନାଇ

ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୧ ମ୍ୟାଚରେ ଚେନ୍ନାଇ ୪ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନ୍‌ କରିଥିବା ବେଳେ ଚେନ୍ନାଇ ୧୯.୪ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚେନ୍ନାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ପରାଜିତ ହୋଇଥିଲେ ହେଁ ଦିଲ୍ଲୀର ଅଭିଯାନ ଶେଷ ହୋଇନାହିଁ। ଏହି ଦଳ ଏଲିମିନେଟରର ବିଜେତା ଦଳକୁ କ୍ୱାଲିଫାୟର-୨ରେ ଭେଟିବ।

୧୭୩ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ମାତ୍ର ୩ ରନରେ ଓପନର ଫାଫ୍‌ ଡୁ’ପ୍ଲେସିଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ମାତ୍ର ଋତୁରାଜ ଗାଏକ୍ୱାଡ ଓ ରବିନ ଉଥପ୍ପା ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ି ଇନିଂସ ସମ୍ଭାଳିଥିଲେ। ଦୁହେଁ ୭୭ ବଲ୍‌ରୁ ୧୧୦ ରନ କରିବା ପରେ ଲଙ୍ଗ୍‌ଅନ୍‌ରେ ଶ୍ରେୟାସ ଆୟାର ଏକ ଚିତ୍ତାକର୍ଷକ କ୍ୟାଚ ନେଇ ଉଥପ୍ପାଙ୍କ ଇନିଂସର ଅବସାନ ଘଟାଇଥିଲେ। ୪୪ ବଲ୍‌ର ସମ୍ମୁଖୀନ ହୋଇଉଥପ୍ପା ୭ ଚୌକା ଓ ୨ ଛକା ସହାୟତାରେ ୬୩ ରନ କରିଥିଲେ। ଶାର୍ଦ୍ଦୁଳ ଠାକୁର ବ୍ୟାଟିଂ କ୍ରମରେ ଉପରେ ଆସିଥିଲେ ହେଁ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ। ଟମ୍‌ କୁରାନ ଗୋଟିଏ ଓଭରରେ ଏହି ୨ଟି ଯାକ ଉଇକେଟ ନେଇଥିଲେ। ଅମ୍ବାତି ରାୟୁଡ଼ୁ ୧ ରନ କରି ରନଆଉଟ ହେବାରୁ ଚେନ୍ନାଇ ଉପରେ ଚାପ ବଢ଼ିଥିଲା। ୧୨ ବଲ୍‌ରୁ ୨୪ ରନ ଆବଶ୍ୟକ ଥିବାବେଳେ ୧୮ତମ ଓଭରରେ ଆଭେଶ ଖାଁଙ୍କ ପ୍ରଥମ ବଲ୍‌ରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଋତୁରାଜ ଡିପ୍‌ ମିଡ୍‌ ଉଇକେଟରେ ଅକ୍ଷର ପଟେଙ୍କ ହାତରେ ଧରା ପଡ଼ିଥିଲେ। ୫୦ଟି ବଲ୍‌ ଖେଳିଥିବା ଏହି ଯୁବ ଓପନର ୫ ଚୌକା ଓ ୨ ଛକା ସହାୟତାରେ ୭୦ ରନ ସ୍କୋର କରିଥିଲେ। ଫିନିଶର ଭୂମିକା ପାଇଁ ବିଶେଷ ପରିଚିତ ଅଧିନାୟକ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୬ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୧୮ ରନରେ ଅପରାଜିତ ରହି ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଦିଲ୍ଲୀର ଟମ୍‌ କୁରାନ ୩ଟି ଏବଂ ଏନରିଚ୍‌ ନର୍ଜେ ଓ ଆଭେଶ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri