Categories: ଖେଳ

୨ ପରିବର୍ତ୍ତନ ସହ ଓହ୍ଲାଇଲା ଚେନ୍ନାଇ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ୩୩ତମ ମ୍ୟାଚରେ ଚେନ୍ନାଇ ସୁପର  କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।

ହେଲେ ଚେନ୍ନାଇ ୨ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ମୋଇନ ଅଲି ଏବଂ ଜୋର୍ଡାନଙ୍କୁ ଏହି ମ୍ୟାଚରେ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଡ୍ବିନ୍‌ ପ୍ରିଟୋରିୟସ ଏବଂ ମିଚେଲ୍‌ ସାଣ୍ଟନଙ୍କୁ ଦଳରେ ସାମିଲ କରାଯାଇଛି।

ଅନ୍ୟପକ୍ଷେ ଚଳିତ ଆଇପିଏଲ୍‌ରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ୬ଟି ମ୍ୟାଚ ଖେଳି ୬ଟିରେ ପରାଜିତ ହୋଇଛି। ସପ୍ତମ ମ୍ୟାଚରେ ମୁମ୍ବାଇ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛି। ହେଲେ ଚେନ୍ନାଇ ଦ୍ୱିତୀୟ ମ୍ୟାଚ ଜିତି ବିଜୟ ଅଭିଯାନ ଜାରି ରଖିବାକୁ ଆଶାବାଦୀ ରହିଛି।

Share