Posted inଫୁରସତ

ସ୍ତ୍ରୀଙ୍କ ସହ ଝଗଡା ହେବାରୁ ୨୦ଟି କାର୍‌ ଭାଙ୍ଗିଦେଲେ ସ୍ବାମୀ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ କଥାକୁ ନେଇ ଝଗଡା ସମ୍ପର୍କରେ ତିକ୍ତତା ଆଣିଥାଏ। ମନୋମାଳିନ୍ୟତ ସବୁଠି ହୋଇଥାଏ ହେଲେ ସାମନ୍ୟ ବଚସାରୁ ଆରମ୍ଭ ଝଗଡା ଉଗ୍ର ରୂପ ନେଲେ କୋର୍ଟ ଯାଏଁ କଥା ପହଞ୍ଚିବା ନିଶ୍ଚୟ ଶୁଣିଥିବେ। ନିକଟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡା ଏପରି ହେଲା ଯେ, ସ୍ବାମୀ ଜଣକ ୨୦ଟି ଗାଡି ଭାଙ୍ଗିଦେଇଛନ୍ତି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଏପରି ସତରେ ଘଟିଛି।

ଚେନ୍ନାଇରେ ରହୁଥିବା ଜଣେ ବ୍ୟକ୍ତିଙ୍କର ତାଙ୍କ ସ୍ତ୍ରୀଙ୍କ ସହ ସାମାନ୍ୟ କଥାରୁ କଥା କଟାକଟି ଆରମ୍ଭ ହୋଇଥିଲା। ଝଗଡା ପରେ ସେ ଏତେ ବ୍ୟତିବ୍ୟସ୍ତ ହୋଇପଡିଲେ ଯେ, ରାଗରେ ୧-୨ ନୁହେଁ ୨୦ଟି ଗାଡି ଭାଙ୍ଗିଦେଇଛନ୍ତି। ସୂଚନା ଅନୁଯାୟୀ, ଚେନ୍ନାଇର କୋଲାଥୁରର ସେକେଣ୍ଡ ହ୍ୟାଣ୍ଡ ଗ୍ୟାରେଜରେ ଏହି ସମସ୍ତ ଗାଡି ପାର୍କିଂ କରାଯାଇଥିଲା ଏବଂ ସେହି ବ୍ୟକ୍ତିଙ୍କ ଘର ସେହି ଶୋ’ରୁମ ନିକଟରେ ଥିଲା। ସୋମବାର ସକାଳେ ଶୋ’ରୁମର ମାଲିକ ଗାଡିଗୁଡିକର ଏପରି ଅବସ୍ଥା ଦେଖି ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଅଞ୍ଚଳରୁ ସିସିଟିଭି ଫୁଟେଜ ପାଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡିଥିଲା ବ୍ୟକ୍ତି ଜଣକ ହେଉଛନ୍ତି ବୁବାଲାନ। ପୂର୍ବରୁ ସେ ସହରର ଏକ ନିଶା କେନ୍ଦ୍ରରେ ଥିଲେ ଏବଂ ସେ ସେଠାରେ ଚିକିତ୍ସିତ ହେଉଥିଲେ। ଘଟଣାର ଦୁଇ ଦିନ ପୂର୍ବରୁ ସେଠାରୁ ସେ ଫେରିଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି।

ଯେତେବେଳେ ପୋଲିସ କୋର୍ଟରେ ବୁବାଲାନଙ୍କୁ ହାଜର କଲା। ସେ କହିଛନ୍ତି, ମୋ ସ୍ତ୍ରୀ ମୋତେ ଠକୁଛନ୍ତି ସେଥିପାଇଁ ତାଙ୍କ ସହ ଝଗଡା ହୋଇଥିଲା। ଏହାପରେ ମୁଁ ରାଗିଯାଇ ପାର୍କିଂରେ ଥିବା ସବୁ ଗାଡି ଭାଙ୍ଗି ଦେଇଥିଲି। ବ୍ୟକ୍ତିଜଣକ ଏବେ ପୋଲିସ ହେପାଜତରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri