Posted inଖେଳ

ଚେନ୍ନାଇ ଆଶା ମଉଳିଲା, ମୁମ୍ବାଇ ଶୀର୍ଷରେ

ଶାରଜା, ୨୪।୧୦- ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍‌ରା ଘାତକ ବୋଲିଂ ଏବଂ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଅନ୍ୟପକ୍ଷରେ ୧୧ ମ୍ୟାଚରୁ ୮ମ ପରାଜୟ ବରଣ କରିଥିବାରୁ ଚେନ୍ନାଇ ସୁପରକିଙ୍ଗ୍ସର ପ୍ଲେ-ଅଫ୍‌ ଆଶା ମଉଳି ଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୧୪ ରନ କରିଥିଲା। ଜବାବରେ ମୁମ୍ବାଇ ୧୨.୨ ଓଭରରେ କୌଣସି ଉଇକେଟ ନ ହରାଇ ୧୧୬ ରନ ସଂଗ୍ରହ କରି ନେଇଥିଲା। ଫଳରେ ଲୋ ସ୍କୋରିଂ ମ୍ୟାଚରେ ମୁମ୍ବାଇ ୧୦ ଉଇକେଟରେ ବିଜୟ ହାସଲ କରିଛି। ଦୁଇ ଓପନର ଇଶାନ କିଶନ ୩୭ ବଲ୍‌ରୁ ୬୮(୬ ଚୌକା, ୫ ଛକା) ଓ କ୍ୱିଣ୍ଟନ ଡି’କକ୍‌ ୩୭ ବଲ୍‌ରୁ ୪୬(୫ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ଏଣିକି ଚେନ୍ନାଇ ଏହାର ଅବଶିଷ୍ଟ ୩ ମ୍ୟାଚ ଜିତିଲେ ମଧ୍ୟ ସିଧା ପ୍ଲେ-ଅଫ୍‌କୁ ଯାଇ ପାରିବ ନାହିଁ। ଅନ୍ୟ ମ୍ୟାଚ ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବ।
ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ୍ସର କାମଚଳା ଅଧିନାୟକ କିରନ ପୋଲାର୍ଡ। ତାଙ୍କ ନିଷ୍ପତ୍ତି ଉଚିତ ସାବ୍ୟସ୍ତ ହୋଇଥିଲା। ମୁମ୍ବାଇର ଦୁଇ ମୁଖ୍ୟ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍‌ରା ଘାତକ ବୋଲିଂ କରି ଚେନ୍ନାଇକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଚେନ୍ନାଇ ୩ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। କେଦାର ଯାଦବ, ପୀୟୂଷ ଚାଓ୍ବଲା ଓ ଶେନ ଓ୍ବାଟସନଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ, ଏନ. ଜଗଦୀଶନ ଓ ଇମ୍ରାନ ତାହିରଙ୍କୁ ଖେଳାଇଥିଲା। ବୋଲ୍ଟ ନିଜ ପ୍ରଥମ ଓଭରର ୫ମ ବଲ୍‌ରେ ଗାଏକ୍ୱାଡ(୦)ଙ୍କୁ ଆଉଟ କରିଥିବାବେଳେ ବୁମ୍‌ରା ନିଜ ପ୍ରଥମ ଓଭରର ୪ର୍ଥ ଓ ୫ମ ବଲ୍‌ରେ ଯଥାକ୍ରମେ ଅମ୍ବାତି ରାୟୁଡ଼ୁ(୨) ଓ ଜଗଦୀଶନ(୦)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। କେବଳ ସେତିକି ନୁହେଁ ବୋଲ୍ଟ ନିଜ ଦ୍ୱିତୀୟ ଓଭରରେ ଫାଫ୍‌ ଡୁ’ପ୍ଲେସି(୧) ଓ ତୃତୀୟ ଓଭରରେ ରବୀନ୍ଦ୍ର ଜାଡେଜା(୭)ଙ୍କୁ ଆଉଟ କରି ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସତର୍କତାର ସହ ଖେଳିଥିଲେ ହେଁ ୧୬ ବଲ୍‌ରୁ ୧୬(୨ ଚୌକା, ୧ ଛକା) ରନ କରିଥିବାବେଳେ ରାହୁଲ ଚହରଙ୍କ ଶିକାର ହୋଇଥିଲେ। ଟେଲ୍‌ ଏଣ୍ଡର ଦୀପକ ଚହର(୦) ଓ ଶାର୍ଦ୍ଦୁଳ ଠାକୁର(୧୧) ମଧ୍ୟ ମୁମ୍ବାଇ ବୋଲରଙ୍କୁ ଖେଳିବାରେ ବିଫଳ ହୋଇଥିଲେ। ୪୩ ରନରେ ଚେନ୍ନାଇ ୭ ଉଇକେଟ ହରାଇଥିଲା। ତେବେ ୭ ନମ୍ବର ସ୍ଥାନରେ ଆସିଥିବା ସାମ୍‌ କୁରାନ ସାହସର ସହ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରି ଦଳ ପକ୍ଷରୁ ସର୍ବାଧିକ ୫୨(୪୭ ବଲ, ୪ ଚୌକା, ୨ ଛକା) ରନ କରିବାରୁ ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୧୪ ରନ କରି ପାରିଥିଲା। ଇମ୍ରାନ ତାହିର ୧୩(୧୦ ବଲ, ୨ ଚୌକା) ରନରେ ଅପରାଜିତ ରହିଥିଲେ। ସାମ୍‌ ଓ ତାହିର ୯ମ ଉଇକେଟରେ ୪୩ ରନ ଯୋଗ କରିଥିଲେ। ଆଇପିଏଲରେ ୯ମ ଉଇକେଟ ଯୋଡ଼ିରେ ଏହା ରେକର୍ଡ ପାର୍ଟନରଶିପ୍‌। ମୁମ୍ବାଇ ବୋଲରଙ୍କ ମଧ୍ୟରେ ବୋଲ୍ଟ ୪ଟି, ବୁମ୍‌ରା ଓ ରାହୁଲ ଚହର ୨ଟି ଲେଖାଏ ଏବଂ ନାଥାନ କୁଲ୍ଟର-ନିଲ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୧୪/୯ (ସାମ୍‌ କୁରାନ-୫୨, ବୋଲ୍ଟ-୪/୧୮, ବୁମ୍‌ରା-୨/୨୫, ରାହୁଲ ଚହର-୨/୨୨, କୁଲ୍ଟର ନିଲ୍‌-୧/୨୫)। ମୁମ୍ବାଇ ଇଣ୍ଡିଆନ୍ସ ୧୨.୨ ଓଭରରେ ୧୧୬/୦(କିଶନ-୬୮*, ଡି’କକ୍‌-୪୬*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri