ଆତଙ୍କବାଦୀଙ୍କ ହାତରେ ପହଞ୍ଚୁଛି ରାସାୟନିକ ଅସ୍ତ୍ରଶସ୍ତ୍ର, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା,୨୨।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପହଞ୍ଚୁଥିବା ନେଇ ଭାରତ ବିଶ୍ୱକୁ ଚେତାବନୀ ଦେଇଛି। ଆତଙ୍କବାଦୀ ଗୋଷ୍ଠୀ ତଥା ବ୍ୟକ୍ତିବିଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ପାଇବା ସମ୍ଭାବନା ବିରୋଧରେ ବାରମ୍ବାର ସତର୍କ ସୂଚନା ଜାରି ହେଉଥିବା ଭାରତ କହିଛି। ୟୁଏନଏସସିରେ ରାସାୟନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ବିପଦ ଶୀର୍ଷକ ବୈଠକକୁ ସମ୍ବୋଧିତ କରି ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପରାମର୍ଶଦାତା ପ୍ରତୀକ ମାଥୁର କହିଛନ୍ତି ଯେ ସିରିଆ ଏବଂ ରାସାୟନିକ ଅସ୍ତ୍ର ନିଷେଧ ବୈଷୟିକ ସଂଗଠନ ମଧ୍ୟରେ ଚାଲିଥିବା ସହଯୋଗକୁ ଭାରତ ପ୍ରୋତ୍ସାହିତ କରୁଛି।

ସେ କହିଛନ୍ତି, ରାସାୟନିକ ଅସ୍ତ୍ର ବ୍ୟବହାରକୁ ଭାରତ ବିରୋଧ କରୁଛି। ଭାରତ କ୍ରମାଗତ ଭାବରେ ବଜାୟ ରଖିଛି ଯେ ରାସାୟନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ଯେ କୌଣସି ଅନୁସନ୍ଧାନ ନିରପେକ୍ଷ, ବିଶ୍ୱସନୀୟ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ହେବା ଆବଶ୍ୟକ।

ଆତଙ୍କବାଦୀଙ୍କ ହାତରେ ରାସାୟନିକ ହାତରେ ଅସ୍ତ୍ରଶସ୍ତ୍ର ନପହଞ୍ଚିବା ଅଭିଯାନରେ ଭାରତର ଅବଦାନକୁ ଦର୍ଶାଇ ମାଥୁର କହିଛନ୍ତି ଯେ ଏକ୍ଷେତ୍ରରେ ଭାରତ ଦୁଇ ଲକ୍ଷ ଟଙ୍କାର ଯୋଗଦାନ ଦେଇଛି। ସେ କହିଛନ୍ତି ଯେ ଆମେ ରାସାୟନିକ ସମ୍ମିଳନୀକୁ ସର୍ବାଧିକ ଗୁରୁତ୍ୱ ଦେଉଛୁ ଏବଂ ଏହାର ପୂର୍ଣ୍ଣ, ପ୍ରଭାବଶାଳୀ ଏବଂ ଭେଦଭାବହୀନ କାର୍ଯ୍ୟାନ୍ବୟନ ପାଇଁ ସର୍ବଦା ଗୁରୁତ୍ୱାରୋପ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri