ଆତଙ୍କବାଦୀଙ୍କ ହାତରେ ପହଞ୍ଚୁଛି ରାସାୟନିକ ଅସ୍ତ୍ରଶସ୍ତ୍ର, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା,୨୨।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପହଞ୍ଚୁଥିବା ନେଇ ଭାରତ ବିଶ୍ୱକୁ ଚେତାବନୀ ଦେଇଛି। ଆତଙ୍କବାଦୀ ଗୋଷ୍ଠୀ ତଥା ବ୍ୟକ୍ତିବିଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ପାଇବା ସମ୍ଭାବନା ବିରୋଧରେ ବାରମ୍ବାର ସତର୍କ ସୂଚନା ଜାରି ହେଉଥିବା ଭାରତ କହିଛି। ୟୁଏନଏସସିରେ ରାସାୟନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ବିପଦ ଶୀର୍ଷକ ବୈଠକକୁ ସମ୍ବୋଧିତ କରି ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପରାମର୍ଶଦାତା ପ୍ରତୀକ ମାଥୁର କହିଛନ୍ତି ଯେ ସିରିଆ ଏବଂ ରାସାୟନିକ ଅସ୍ତ୍ର ନିଷେଧ ବୈଷୟିକ ସଂଗଠନ ମଧ୍ୟରେ ଚାଲିଥିବା ସହଯୋଗକୁ ଭାରତ ପ୍ରୋତ୍ସାହିତ କରୁଛି।

ସେ କହିଛନ୍ତି, ରାସାୟନିକ ଅସ୍ତ୍ର ବ୍ୟବହାରକୁ ଭାରତ ବିରୋଧ କରୁଛି। ଭାରତ କ୍ରମାଗତ ଭାବରେ ବଜାୟ ରଖିଛି ଯେ ରାସାୟନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ଯେ କୌଣସି ଅନୁସନ୍ଧାନ ନିରପେକ୍ଷ, ବିଶ୍ୱସନୀୟ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ହେବା ଆବଶ୍ୟକ।

ଆତଙ୍କବାଦୀଙ୍କ ହାତରେ ରାସାୟନିକ ହାତରେ ଅସ୍ତ୍ରଶସ୍ତ୍ର ନପହଞ୍ଚିବା ଅଭିଯାନରେ ଭାରତର ଅବଦାନକୁ ଦର୍ଶାଇ ମାଥୁର କହିଛନ୍ତି ଯେ ଏକ୍ଷେତ୍ରରେ ଭାରତ ଦୁଇ ଲକ୍ଷ ଟଙ୍କାର ଯୋଗଦାନ ଦେଇଛି। ସେ କହିଛନ୍ତି ଯେ ଆମେ ରାସାୟନିକ ସମ୍ମିଳନୀକୁ ସର୍ବାଧିକ ଗୁରୁତ୍ୱ ଦେଉଛୁ ଏବଂ ଏହାର ପୂର୍ଣ୍ଣ, ପ୍ରଭାବଶାଳୀ ଏବଂ ଭେଦଭାବହୀନ କାର୍ଯ୍ୟାନ୍ବୟନ ପାଇଁ ସର୍ବଦା ଗୁରୁତ୍ୱାରୋପ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri