Categories: ଫୁରସତ

ସେଫ୍‌ଙ୍କ ୧ ଲକ୍ଷ ୬୦ ହଜାର ଟଙ୍କାର ପିଜା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତେ ପିଜା ଖାଇବାକୁ ବେଶ୍‌ ପସନ୍ଦ କରନ୍ତି, ଯାହା ଆମକୁ ୧୦୦ରୁ ଆରମ୍ଭ କରି ୧୦୦୦ ଟଙ୍କା ଭିତରେ ମିଳିଯାଏ। ହେଲେ ଏଠାରେ ଜଣେ ସେଲିବ୍ରିଟି ସେଫ୍‌ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ପିଜା ପ୍ରସ୍ତୁତ କରିଛନ୍ତି। ବ୍ରୋକି ବେବସ୍କି ନାମକ ଜଣେ ସେଫ୍‌ ଜଣେ ସେଲିବ୍ରିଟିଙ୍କ ପାଇଁ ପିଜା ପ୍ରସ୍ତୁତକରି ତାହାର ଭିଡିଓ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଚାଲ ଜଣେ ସେଲିବ୍ରିଟିଙ୍କ ପାଇଁ ୨୦୦୦ ଡଲାର ଅର୍ଥାତ୍‌ ୧ଲକ୍ଷ ୬୪ ହଜାର ଟଙ୍କାର ପିଜା ବନେଇବା। ସେଥିପାଇଁ ସେ ବଜାରରୁ ମସ୍‌ରୁମ୍‌ ପାଉଡର, ବିନା ଗ୍ଲୁଟନ ଯୁକ୍ତ ଅଟା, ବାଦାମ ଏବଂ ଅନ୍ୟ କିଛି ଜିନିଷ କିଣିଲେ। ତା’ ପରେ ସେ ପିଜା ପ୍ରସ୍ତୁତ ସମ୍ପୂର୍ଣ୍ଣ ପ୍ରଣାଳୀର ଭିଡିଓ ଶେୟାର କରିଛନ୍ତି। ସେ ପିଜାର ଡୋ ପ୍ରସ୍ତୁତ କରିବା ପରେ ସେଥିରେ ବଜାରରୁ ଆଣିଥିବା ବିଭିନ୍ନ ସାମଗ୍ରୀ ପକାଇଥିଲେ। ଏହା ପରେ ସେ ପିଜାକୁ ସେକିିବାକୁ ନେଲେ।

Share