ଚାଷୀଙ୍କ କାମରେ ଲାଗୁନି ଚେକ୍‌ଡ୍ୟାମ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪।୧: ବର୍ଷାର ଅନିୟମିତତା ଯୋଗୁ ରାଜ୍ୟରେ ଦେଖାଦେଉଥିବା କୃଷି ସମସ୍ୟାର ସମାଧାନ ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍‌ଆଇପି) କାର୍ଯ୍ୟକାରୀ କରୁଛନ୍ତି। ଅଣ ଜଳସେଚିତ ଅଞ୍ଚଳରେ ଆବଶ୍ୟକ ବର୍ଷାର ଅଭାବ ଯୋଗୁ କୃଷକର ମେରୁଦଣ୍ଡ ଦୋହଲି ଯାଉଛି। ଏହାକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିପୁଳ କୋଟି ଟଙ୍କାର ଅନୁଦାନ ଦେଇଚାଲିଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଦୁର୍ନୀତିଖୋର ମନୋଭାବ ସାଙ୍ଗକୁ ତଦାରଖ ଦାୟିତ୍ୱରେ ଥିବା ଉଚ୍ଚକର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଜନାର ସଫଳତାରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଯାଜପୁର ଜିଲାର କୋରେଇ ବ୍ଲକରେ ନିର୍ମାଣ ଓ ମରାମତି ହେଉଥିବା ଚେକ୍‌ଡ୍ୟାମଗୁଡ଼ିକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହିସବୁ ଚେକ୍‌ଡ୍ୟାମ ନିର୍ମାଣ ଓ ମରାମତି କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କୋରେଇ ବ୍ଲକ ଅଧୀନରେ ଗତ ୫ ବର୍ଷ ମଧ୍ୟରେ ଏମ୍‌ଆଇପିଗୁଡ଼ିକର ମରାମତି ନିମନ୍ତେ ପ୍ରାୟ ୪.୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। କୋଲାର ଚେକ୍‌ଡ୍ୟାମ ମରାମତିରେ ୧.୧୩ ଲକ୍ଷ ଏବଂ ଅନ୍ଧାରୀ ଚେକ୍‌ଡ୍ୟାମ ୨ଥର ମରାମତି ନାମରେ ୪.୪୪ ଲକ୍ଷ, ତାଜପୁର ଚେକ୍‌ଡ୍ୟାମ ୨ଥର ମରାମତିରେ ୩.୧୧ ଲକ୍ଷ, ଜହ୍ନା ଏମ୍‌ଆଇପି ମରାମତି ଏବଂ ଫେବ୍ରିକେଶନ କାର୍ଯ୍ୟରେ ୯.୩୮ ଲକ୍ଷ, ବଡବନ୍ଧ ଉନ୍ନତୀକରଣ ଏବଂ ମରାମତି ପାଇଁ ୩ ଥରରେ ୨୩.୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨ରେ ପଛିକୋଟ ପଞ୍ଚାୟତର ଆଇଚିପୁର ଏବଂ ଗୋଦରାପାଳ ଗ୍ରାମରେ ୨ ନୂଆ ଚେକଡ୍ୟାମ ନିର୍ମାଣରେ ୧.୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ତଳଗଡ଼ ପଞ୍ଚାୟତର (ବନ୍ଦୀ) ଭଙ୍ଗାବନ୍ଧ ଏମ୍‌ଆଇପି ନିର୍ମାଣରେ ପାଖାପାଖି ୮୦ ଲକ୍ଷ ଟଙ୍କା ଓ ତୁଳତୀ ଏମ୍‌ଆଇପିରେ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ବିଡମ୍ବନା ଯେ, ଉପରୋକ୍ତ ଅର୍ଥରେ ନିର୍ମାଣ ଓ ମରାମତି ହୋଇଥିବା ଚେକ୍‌ଡ୍ୟାମଗୁଡ଼ିକର ପାଣି ସ୍ଥାନୀୟ ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଉପଯୋଗୀ ହୋଇପାରୁ ନାହିଁ। ସାଧାରଣରେ ଅଭିଯୋଗ ହେଉଛି, ସୁବିଧା ସୁଯୋଗ ଦେଖି ଅଧିକାରୀମାନେ ଚେକ୍‌ଡ୍ୟାମଗୁଡ଼ିକର ଅନାବଶ୍ୟକ ମରାମତି ଦର୍ଶାଇ ଠିକାଦାରଙ୍କୁ ପୋଷିବା ସାର ହେଉଛି। ଏହିକ୍ରମରେ ସମ୍ପକ୍ତ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ବିପୁଳ ସରକାରୀ ଅର୍ଥ ହେରଫେର କରୁଥିବା ଅଭିଯୋଗ ହେଉଛି। ଏମ୍‌ଆଇପି ନିର୍ମାଣ ବା ମରାମତି ସମୟରେ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ କିମ୍ବା ବିଭାଗୀୟ କୌଣସି ବରିଷ୍ଠ ଅଧିକାରୀ ପରିଦର୍ଶନ ନ କରି ପ୍ରକଳ୍ପର ଯୋଜନା କରୁଛନ୍ତି। ଫଳରେ ପ୍ରକଳ୍ପଗୁଡ଼ିକ ଚାଷୀଙ୍କ କାମରେ ଲାଗିପାରୁନାହିଁ। ଏଭଳିଭାବେ ଉକ୍ତ ପ୍ରକଳ୍ପଗୁଡ଼ିକର ଅବସ୍ଥା ଯଥା ପୂର୍ବଂ ତଥା ପର ଭାବେ ପରିଗଣିତ ହୋଇଛି। ଖରିଫ ଋତୁରେ ମରୁଡି ଦାଉରୁ ରକ୍ଷା ପାଇବା ପାଇଁ ଆଶା କରୁଥିବା ଚାଷୀ ନିରାଶ ହେଉଛନ୍ତି। କେବଳ କାଗଜପତ୍ରରେ ଜଳସେଚିତ ଜମିର ପରିମାଣ ଦର୍ଶାଯାଇ ବାହୁସ୍ଫୁୁଟ ମାରୁଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏମ୍‌ଆଇପି ଡିଭିଜନର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନଥିଲେ। ହେଉଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାଯିବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri