ଚାକିରି ନାଁରେ ଠକେଇ

ବ୍ରହ୍ମପୁର ଅଫିସ,୧୭।୧: ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇ ଠକିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଏକ ଘରୋଇ ସଂସ୍ଥାର କାଯ୍ୟାଳୟରେ। ଖବର ପାଇ ଗୋଷାଣୀ ନୂଆଗାଁ ପୋଲିସ ଚଢ଼ାଉ କରିଛି । କ୍ରିଷ୍ଣା ସାଇ ପ୍ରାଇଭେଟ ଲିମିଟେଡ ନାମକ ଏହି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶିକା ଅନେକ ଯୁବକ ଯୁବତୀଙ୍କୁ ଜାଲ ନିଯୁକ୍ତି ପତ୍ର ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି କମ୍ପାନୀର ମାଲିକ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ କାର୍ଯ୍ୟାଳୟରେ ଚାଢାଉ ଜାରି ରଖିଛି ।