ଯାଜପୁର ଅଫିସ,୨୫ା୮: ମନ୍ଦିର ଗଢ଼ିଲେ ନାଁ, ଭାଙ୍ଗିଲେ ବି ନାଁ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଏଭଳି ନୀତିରେ ଚାଲିଛି। ନିକଟରେ ସୂଚନା ପ୍ରଦାନ ଏବଂ ସ୍ବଚ୍ଛତା ପାଇଁ ଓଏସ୍‌ପିସିବି ୧ ନମ୍ବର ସ୍ଥାନ ହାସଲ କରିବା ପରେ ଏଭଳି ଚର୍ଚ୍ଚା ହେଉଛି। ବିଶେଷକରି ଓଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାୟାଳୟ ଖଣି, ଶିଳ୍ପ କମ୍ପାନୀର ବେଆଇନ କାର୍ଯ୍ୟରେ ସହଯୋଗୀ ହୋଇଛି। ଗତ ନଭେମ୍ବର ୧୩ରେ ଫାକର ଓସ୍ତପାଳ ଖଣିର ସନିୟର ମ୍ୟାନେଜର ଏ.କେ. ପାତ୍ର ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର(ସିଇଓ)ଙ୍କୁ ଇ-ମେଲ୍‌ରେ ଦେଇଥିବା ପତ୍ରରୁ ଏହା ସ୍ପଷ୍ଟ ହୋଇସାରିଛି। ଏହାବାଦ୍‌ ନିଜ ଅପାରଗତା, ଚଞ୍ଚକତା ଓ ଦୁର୍ନୀତି ଧରାପଡିଯିବା ଭୟରେ ଓଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ଇ-ଡେସ୍‌ପାଚ୍‌ ବ୍ୟବସ୍ଥାଠାରୁ ଦୂରେଇ ଯାଇଛି। ଇ-ଡେସ୍‌ପାଚ୍‌ରେ ଗତ ୨୦୨୦ ଏପ୍ରିଲ ୧୭ ରୁ ମଙ୍ଗଳବାର(୨୪ା୮ା୨୦୨୧) ପର୍ଯ୍ୟନ୍ତ ରିସିଭ କଲମରେ ଗୋଟିଏ ବି ପତ୍ର ପଡ଼ିନାହିଁ ଏବଂ ଡେସ୍‌ପାଚରେ ୧୬୮୩ ସଂଖ୍ୟା ଦିଶୁଥିବାବେଳେ ତାହା ଖୋଲିଲେ ନୋ ରେକର୍ଡ ଫାଉଣ୍ଡ ବୋଲି ଦର୍ଶାଉଛି। ଏହିକ୍ରମରେ ଏସ୍‌ପିସିବି କିପରି ସୂଚନା ପ୍ରଦାନ ଓ ସ୍ବଚ୍ଛତାରେ ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛି ତାହା ପରିବେଶବିତ୍‌ଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉପଯୁକ୍ତ ପ୍ରଦୂଷଣ ନିୟନ୍ତ୍ରଣ ଅଭାବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୧୦ ବର୍ଷ ମଧ୍ୟରେ ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକ ବାୟୁ, ଜଳ ଓ ଧୂଳିଧୁଆଁ ପ୍ରଦୂଷଣ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କେବଳ ଯଖପୁରା ଓ ରାବଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି। ସୁକିନ୍ଦା ଖଣି ଉପତ୍ୟକା ଏବଂ ଅନ୍ୟାନ୍ୟ ଡାକ୍ତରଖାନା ଅଞ୍ଚଳର ରିପୋର୍ଟକୁ ଅନୁଧ୍ୟାନ କଲେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଟପିବ ବୋଲି ଅନୁମାନ କରାଯାଉଛି। ଓଏସ୍‌ପିସିବି ପ୍ରଦୂଷଣ ନିୟନ୍ତ୍ରଣକୁ ଖେଳଘର ଭାବେ ଗ୍ରହଣ କରିଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି।
ଓଏସ୍‌ପିସିବି ସହ ଶିଳ୍ପ ଓ ଖଣି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବଡଧରଣର ବ୍ୟକ୍ତିଗତ ଚୁକ୍ତି ହୋଇଥିବା ନିକଟରେ ପ୍ରଘଟିତ ବେଦାନ୍ତର ଆଭ୍ୟନ୍ତରଣୀୟ ଇ-ମେଲରୁ ବୁଝାପଡୁଛି। ବେଦାନ୍ତ ଦ୍ୱାରା ପରିଚାଳିତ ଫାକର ଓସ୍ତପାଳ ଖଣି ଗର୍ଭରୁ ଇଟିପି(ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ)ବାହାରେ ଗତ ନଭେମ୍ବର ମାସରେ ପ୍ରାୟ ୧୫ ଲକ୍ଷ କ୍ୟୁସେକ ବର୍ଜ୍ୟଜଳ ଡମଶାଳା ନାଳରେ ଛାଡିଥିବା ବିଭାଗୀୟ ହ୍ବାଟ୍‌ସଆପ୍‌ ଚାର୍ଟରେ ହୋଇଥିବା ଆଲୋଚନାରେ ଜଣାପଡିଛି। ଏହି କ୍ରମରେ ସୁକିନ୍ଦା ଖଣି ଅଞ୍ଚଳରେ ପ୍ରଦୂଷଣ ସମସ୍ୟା ଆହୁରି ଉକତ୍ଟ ହୋଇଛି। ଅଞ୍ଚଳବାସୀଙ୍କୁ ବିପଦରେ ପକାଇ ଶିଳ୍ପର ବିକାଶକୁ ସତେ ଯେପରି ଓଏସ୍‌ପିସିବି ଗୁରୁତ୍ୱ ଦେଇଛି। କୌଣସି ଜନପ୍ରତିନିଧି ଓଏସ୍‌ପିସିବି ବିରୋଧରେ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଫଳରେ ଓଏସ୍‌ପିସିବିର ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ବିଭିନ୍ନ ଧାରାଗୁଡ଼ିକୁ ଉଲ୍ଲଂଘନ କରୁଥିବା ଶିଳ୍ପ, ଖଣି କର୍ତ୍ତୃପକ୍ଷ କାହାକୁ ମାନୁନାହାନ୍ତି। ଓଏସ୍‌ପିସିବି ନିଜର ପାରିବାପଣିଆ ଦେଖାଇବାକୁ କେବଳ କାରଣ ଦର୍ଶାଅ ନୋଟିସରେ ସୀମିତ ରହିଛି।
ପ୍ରତ୍ୟେକ ବିଭାଗରେ ସୂଚନା ଓ ସ୍ବଚ୍ଛତା ରକ୍ଷା କରିବାକୁ ଇ-ଡେସ୍‌ପାଚର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ କମ୍ପ୍ୟୁଟର ସଂସ୍ଥାଙ୍କୁ ନିୟୋଜିତ କରାଯାଇ ପ୍ରତିମାସରେ ବିପୁଳ ପରିମାଣର ଅର୍ଥ ଶ୍ରାଦ୍ଧ କରାଯାଉଛି। ହେଲେ ଖଣି ଓ ଶିଳ୍ପ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ, ପରିଦର୍ଶନ ରିପୋର୍ଟ, ପ୍ରଦୂଷଣର ମୁକାବିଲା, ଇଟିପି ନବୀକରଣ ଆଦି ସମ୍ପର୍କରେ ହେଉଥିବା ପତ୍ର ଆଦାନପ୍ରଦାନ ପୁରୁଣା ଢଙ୍ଗରେ ଗୋଟିଏ ଫାଇଲରୁ ଅନ୍ୟ ଫାଇଲକୁ ବୁଲୁଛି। ଇ-ଡେସ୍‌ପାଚରେ ସଂଖ୍ୟା ବୃଦ୍ଧି ହେଉଛି ସିନା ଦେଖିବାକୁ ମିଳୁନାହିଁ। ଏହି କ୍ରମରେ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ତଥ୍ୟକୁ ବିଚାରକୁ ନେଇ ଓଏସ୍‌ପିସିବି ୬୭ ପ୍ରତିଶତ ନମ୍ବର ରଖି ୧ ନମ୍ବର ସ୍ଥାନ ହାସଲ କରିବା କଥାକୁ କେହି ଗ୍ରହଣ ପାରିନାହାନ୍ତି।
ଏ ସଂକ୍ରାନ୍ତରେ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତିର ସଭାପତି ଅଶ୍ୱିନୀ କୁମାର ଧଳ କୁହନ୍ତି, ଓଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଇ-ଡେସ୍‌ପାଚ କାମ କରୁନାହିଁ। ଖଣି ଓ କାରଖାନାଗୁଡିକରେ ସ୍ଥାପିତ ଅନ୍‌ଲାଇନ ମନିଟରିଂ ସିଷ୍ଟମ ମଧ୍ୟ ବେଳେ ବେଳେ ଅଚଳ ରହୁଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏନ୍‌ସିଏପି(ନ୍ୟାଶନାଲ କ୍ଲିନ ଏୟାର ପ୍ରୋଗ୍ରାମ)ରିପୋର୍ଟରେ ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣରେ ସାରା ଭାରତବର୍ଷରେ ୮୨ ନମ୍ବର ସ୍ଥାନରେ ରହିଛି। ଡମଶାଳା ଓ ଗଣ୍ଡାନାଳରେ ଜଳ ପ୍ରଦୂଷଣ ଉକତ୍ଟ ହୋଇଛି। ଏଭଳି ସ୍ଥିତିରେ ସୂଚନା ପ୍ରଦାନ ଓ ସ୍ବଚ୍ଛତାରେ ଏସ୍‌ପିସିବିକୁ ୧ ନମ୍ବର ସ୍ଥାନ ଦେବା ଗ୍ରହଣୀୟ ନୁହେଁ।
ଏ ସଂକ୍ରାନ୍ତରେ ଓଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଇ-ଡେସ୍‌ପାଚରେ ଚିଠିପତ୍ର ଦାଖଲ ହେଉଛି। ତେବେ ପବ୍ଲିକ ଡୋମେନରେ ତାହା ପ୍ରକାଶ ପାଉନାହିଁ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri