ଯାଜପୁର ଅଫିସ,୨୫ା୮: ମନ୍ଦିର ଗଢ଼ିଲେ ନାଁ, ଭାଙ୍ଗିଲେ ବି ନାଁ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଏଭଳି ନୀତିରେ ଚାଲିଛି। ନିକଟରେ ସୂଚନା ପ୍ରଦାନ ଏବଂ ସ୍ବଚ୍ଛତା ପାଇଁ ଓଏସ୍‌ପିସିବି ୧ ନମ୍ବର ସ୍ଥାନ ହାସଲ କରିବା ପରେ ଏଭଳି ଚର୍ଚ୍ଚା ହେଉଛି। ବିଶେଷକରି ଓଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାୟାଳୟ ଖଣି, ଶିଳ୍ପ କମ୍ପାନୀର ବେଆଇନ କାର୍ଯ୍ୟରେ ସହଯୋଗୀ ହୋଇଛି। ଗତ ନଭେମ୍ବର ୧୩ରେ ଫାକର ଓସ୍ତପାଳ ଖଣିର ସନିୟର ମ୍ୟାନେଜର ଏ.କେ. ପାତ୍ର ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର(ସିଇଓ)ଙ୍କୁ ଇ-ମେଲ୍‌ରେ ଦେଇଥିବା ପତ୍ରରୁ ଏହା ସ୍ପଷ୍ଟ ହୋଇସାରିଛି। ଏହାବାଦ୍‌ ନିଜ ଅପାରଗତା, ଚଞ୍ଚକତା ଓ ଦୁର୍ନୀତି ଧରାପଡିଯିବା ଭୟରେ ଓଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ଇ-ଡେସ୍‌ପାଚ୍‌ ବ୍ୟବସ୍ଥାଠାରୁ ଦୂରେଇ ଯାଇଛି। ଇ-ଡେସ୍‌ପାଚ୍‌ରେ ଗତ ୨୦୨୦ ଏପ୍ରିଲ ୧୭ ରୁ ମଙ୍ଗଳବାର(୨୪ା୮ା୨୦୨୧) ପର୍ଯ୍ୟନ୍ତ ରିସିଭ କଲମରେ ଗୋଟିଏ ବି ପତ୍ର ପଡ଼ିନାହିଁ ଏବଂ ଡେସ୍‌ପାଚରେ ୧୬୮୩ ସଂଖ୍ୟା ଦିଶୁଥିବାବେଳେ ତାହା ଖୋଲିଲେ ନୋ ରେକର୍ଡ ଫାଉଣ୍ଡ ବୋଲି ଦର୍ଶାଉଛି। ଏହିକ୍ରମରେ ଏସ୍‌ପିସିବି କିପରି ସୂଚନା ପ୍ରଦାନ ଓ ସ୍ବଚ୍ଛତାରେ ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛି ତାହା ପରିବେଶବିତ୍‌ଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉପଯୁକ୍ତ ପ୍ରଦୂଷଣ ନିୟନ୍ତ୍ରଣ ଅଭାବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୧୦ ବର୍ଷ ମଧ୍ୟରେ ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକ ବାୟୁ, ଜଳ ଓ ଧୂଳିଧୁଆଁ ପ୍ରଦୂଷଣ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କେବଳ ଯଖପୁରା ଓ ରାବଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି। ସୁକିନ୍ଦା ଖଣି ଉପତ୍ୟକା ଏବଂ ଅନ୍ୟାନ୍ୟ ଡାକ୍ତରଖାନା ଅଞ୍ଚଳର ରିପୋର୍ଟକୁ ଅନୁଧ୍ୟାନ କଲେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଟପିବ ବୋଲି ଅନୁମାନ କରାଯାଉଛି। ଓଏସ୍‌ପିସିବି ପ୍ରଦୂଷଣ ନିୟନ୍ତ୍ରଣକୁ ଖେଳଘର ଭାବେ ଗ୍ରହଣ କରିଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି।
ଓଏସ୍‌ପିସିବି ସହ ଶିଳ୍ପ ଓ ଖଣି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବଡଧରଣର ବ୍ୟକ୍ତିଗତ ଚୁକ୍ତି ହୋଇଥିବା ନିକଟରେ ପ୍ରଘଟିତ ବେଦାନ୍ତର ଆଭ୍ୟନ୍ତରଣୀୟ ଇ-ମେଲରୁ ବୁଝାପଡୁଛି। ବେଦାନ୍ତ ଦ୍ୱାରା ପରିଚାଳିତ ଫାକର ଓସ୍ତପାଳ ଖଣି ଗର୍ଭରୁ ଇଟିପି(ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ)ବାହାରେ ଗତ ନଭେମ୍ବର ମାସରେ ପ୍ରାୟ ୧୫ ଲକ୍ଷ କ୍ୟୁସେକ ବର୍ଜ୍ୟଜଳ ଡମଶାଳା ନାଳରେ ଛାଡିଥିବା ବିଭାଗୀୟ ହ୍ବାଟ୍‌ସଆପ୍‌ ଚାର୍ଟରେ ହୋଇଥିବା ଆଲୋଚନାରେ ଜଣାପଡିଛି। ଏହି କ୍ରମରେ ସୁକିନ୍ଦା ଖଣି ଅଞ୍ଚଳରେ ପ୍ରଦୂଷଣ ସମସ୍ୟା ଆହୁରି ଉକତ୍ଟ ହୋଇଛି। ଅଞ୍ଚଳବାସୀଙ୍କୁ ବିପଦରେ ପକାଇ ଶିଳ୍ପର ବିକାଶକୁ ସତେ ଯେପରି ଓଏସ୍‌ପିସିବି ଗୁରୁତ୍ୱ ଦେଇଛି। କୌଣସି ଜନପ୍ରତିନିଧି ଓଏସ୍‌ପିସିବି ବିରୋଧରେ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଫଳରେ ଓଏସ୍‌ପିସିବିର ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ବିଭିନ୍ନ ଧାରାଗୁଡ଼ିକୁ ଉଲ୍ଲଂଘନ କରୁଥିବା ଶିଳ୍ପ, ଖଣି କର୍ତ୍ତୃପକ୍ଷ କାହାକୁ ମାନୁନାହାନ୍ତି। ଓଏସ୍‌ପିସିବି ନିଜର ପାରିବାପଣିଆ ଦେଖାଇବାକୁ କେବଳ କାରଣ ଦର୍ଶାଅ ନୋଟିସରେ ସୀମିତ ରହିଛି।
ପ୍ରତ୍ୟେକ ବିଭାଗରେ ସୂଚନା ଓ ସ୍ବଚ୍ଛତା ରକ୍ଷା କରିବାକୁ ଇ-ଡେସ୍‌ପାଚର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ କମ୍ପ୍ୟୁଟର ସଂସ୍ଥାଙ୍କୁ ନିୟୋଜିତ କରାଯାଇ ପ୍ରତିମାସରେ ବିପୁଳ ପରିମାଣର ଅର୍ଥ ଶ୍ରାଦ୍ଧ କରାଯାଉଛି। ହେଲେ ଖଣି ଓ ଶିଳ୍ପ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ, ପରିଦର୍ଶନ ରିପୋର୍ଟ, ପ୍ରଦୂଷଣର ମୁକାବିଲା, ଇଟିପି ନବୀକରଣ ଆଦି ସମ୍ପର୍କରେ ହେଉଥିବା ପତ୍ର ଆଦାନପ୍ରଦାନ ପୁରୁଣା ଢଙ୍ଗରେ ଗୋଟିଏ ଫାଇଲରୁ ଅନ୍ୟ ଫାଇଲକୁ ବୁଲୁଛି। ଇ-ଡେସ୍‌ପାଚରେ ସଂଖ୍ୟା ବୃଦ୍ଧି ହେଉଛି ସିନା ଦେଖିବାକୁ ମିଳୁନାହିଁ। ଏହି କ୍ରମରେ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ତଥ୍ୟକୁ ବିଚାରକୁ ନେଇ ଓଏସ୍‌ପିସିବି ୬୭ ପ୍ରତିଶତ ନମ୍ବର ରଖି ୧ ନମ୍ବର ସ୍ଥାନ ହାସଲ କରିବା କଥାକୁ କେହି ଗ୍ରହଣ ପାରିନାହାନ୍ତି।
ଏ ସଂକ୍ରାନ୍ତରେ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତିର ସଭାପତି ଅଶ୍ୱିନୀ କୁମାର ଧଳ କୁହନ୍ତି, ଓଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଇ-ଡେସ୍‌ପାଚ କାମ କରୁନାହିଁ। ଖଣି ଓ କାରଖାନାଗୁଡିକରେ ସ୍ଥାପିତ ଅନ୍‌ଲାଇନ ମନିଟରିଂ ସିଷ୍ଟମ ମଧ୍ୟ ବେଳେ ବେଳେ ଅଚଳ ରହୁଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏନ୍‌ସିଏପି(ନ୍ୟାଶନାଲ କ୍ଲିନ ଏୟାର ପ୍ରୋଗ୍ରାମ)ରିପୋର୍ଟରେ ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣରେ ସାରା ଭାରତବର୍ଷରେ ୮୨ ନମ୍ବର ସ୍ଥାନରେ ରହିଛି। ଡମଶାଳା ଓ ଗଣ୍ଡାନାଳରେ ଜଳ ପ୍ରଦୂଷଣ ଉକତ୍ଟ ହୋଇଛି। ଏଭଳି ସ୍ଥିତିରେ ସୂଚନା ପ୍ରଦାନ ଓ ସ୍ବଚ୍ଛତାରେ ଏସ୍‌ପିସିବିକୁ ୧ ନମ୍ବର ସ୍ଥାନ ଦେବା ଗ୍ରହଣୀୟ ନୁହେଁ।
ଏ ସଂକ୍ରାନ୍ତରେ ଓଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଇ-ଡେସ୍‌ପାଚରେ ଚିଠିପତ୍ର ଦାଖଲ ହେଉଛି। ତେବେ ପବ୍ଲିକ ଡୋମେନରେ ତାହା ପ୍ରକାଶ ପାଉନାହିଁ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri