Categories: ଫୁରସତ

ସମୁଦ୍ରରେ ଏକ କାଠରେ ବିତାଇଲେ ୩୬ ଘଣ୍ଟା

ଗାନ୍ଧୀନଗର: ଅନେକ ସମୟରେ ଲୋକେ ଏପରି କିଛି ସ୍ଥାନରେ ଫସିଯାଆନ୍ତି, ଯେଉଁଠାରେ ବଞ୍ଚିବାକୁ ବହୁତ ସଂଘର୍ଷ କରିବାକୁ ପଡ଼େ। ନିକଟରେ ଜଣେ ବାଳକଙ୍କ ସହିତ ଏପରି କିଛି ଘଟିଛି। ଗୁଜରାଟ ସୁରଟର ୧୪ ବର୍ଷୀୟ ଲଖନ ଅମ୍ବାଜୀ ସମୁଦ୍ରରେ ଗୋଟିଏ କାଠ ସାହାଯ୍ୟରେ ୩୬ ଘଣ୍ଟା ବିତାଇଥିବା ଜଣାପଡ଼ିଛି। ଲଖନ କହିଛନ୍ତି, ସେ ତାଙ୍କ ପରିବାର ସହିତ ଠାକୁରଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କ ସାନଭାଇ ସମୁଦ୍ରରେ ଫସି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସେ ସମୁଦ୍ରକୁ ଲମ୍ଫ ମାରିଥିଲେ। ଲଖନଙ୍କ ଛୋଟ ଭାଇ ତ ବଞ୍ଚିଗଲେ, ହେଲେ ତାଙ୍କ ପାଦ ଖସିଯିବାରୁ ସେ ପରିବାର ଓ ସ୍ଥାନୀୟ ଲୋକଙ୍କ ସାମ୍ନାରେ ସମୁଦ୍ରରେ ବୁଡ଼ିଗଲେ। ତାଙ୍କୁ କିଛି ଯୁବକ ସାହାଯ୍ୟ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଭାସିଯାଇଥିଲେ। ପରେ ଲଖନ ସେଠାରେ ଭାସୁଥିବା ଏକ କାଠର ସାହାରା ନେଲେ। କାଠ ଉପରେ ସେ ବସିଥିଲେ ମଧ୍ୟ ପାଣି ତାଙ୍କ ମୁହଁରେ ବାଜୁଥିବାରୁ ସେ ଶୋଇପାରୁ ନ ଥିଲେ। ପରେ ରାତି ଅନ୍ଧାରରେ ସମୁଦ୍ରରେ ଏକା ବିତାଇବାକୁ ପଡ଼ିଲା। ତା’ପର ଦିନ ଅପରାହ୍ନରେ ତାଙ୍କୁ ଏକ ଜାହାଜ ମିଳିଲା। ହେଲେ ସେ ସେହି ଜାହାଜରେ ସମୁଦ୍ରରୁ ବାହାରିପାରି ନ ଥିଲେ। ପରେ ସା ହେବାରୁ ଏକ ଡଙ୍ଗା ସେଠାକୁ ଆସିବାରୁ ତାଙ୍କୁ ସେଠାରୁ ଉଦ୍ଧାର କଲା। ଏହା ଭିତରେ ପରିବାର ଲୋକେ ସେଠାକାର ବିଧାୟକଙ୍କୁ ଜଣାଇଥିଲେ। ସରକାର ମଧ୍ୟ ଲଖନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ହେଲେ ଏଥିରେ କୌଣସି ସଫଳତା ମିଳି ନ ଥିଲା। ପରେ ଲଖନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

Share