ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସଭାପତି ସତ୍ୟବାନ ପାତ୍ର ଓ ସମ୍ପାଦକ ବାଇନାଥ ଦାସଙ୍କ ତତ୍ତ୍ୱାବଧାନରେ ବସ୍‌ଷ୍ଟାଣ୍ଡ ନିକଟରେ ରଥ ନିର୍ମାଣ ସହ ନବଯୌବନ ଦର୍ଶନଠାରୁ ଆରମ୍ଭ କରି ଅଧରପଣା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ବ୍ୟବସ୍ଥିତ ଭାବେ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଶିବ ମନ୍ଦିର ନିକଟରେ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ରଥଟଣା ହେବ। ଏଥିପାଇଁ ପ୍ରସ୍ତୁତି ବୈଠକ ମଧ୍ୟ ପୂର୍ବରୁ ଶେଷ ହୋଇଛି। ରାଇକିଆଠାରେ ଆସନ୍ତା ରଥଯାତ୍ରାରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିବେ।

Dharitri – Odisha’s No.1 Odia Daily

Share