ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଚାର୍ଜଫ୍ରେମ୍‌

ଭୁବନେଶ୍ୱର,୧୭ା୧(ସତ୍ୟଜିତ୍‌ ରାଉତ): ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର କୋର୍ଟ (ପିଏମ୍‌ଏଲ୍‌ଏ) ତଥା ଜିଲା ଓ ଦୌରା ଜଜ୍‌ ଚାର୍ଜଫ୍ରେମ୍‌ କରିଛନ୍ତି। ରୋଜ୍‌ଭ୍ୟାଲି ଚେୟାରମ୍ୟାନ ଗୌତମ କୁଣ୍ଡୁ, ପରିଚାଳନା ସଦସ୍ୟ ଶିବମୟ ଦତ୍ତ ଏବଂ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ବୁଧବାର ଚାର୍ଜଫ୍ରେମ୍‌ ହୋଇଥିବା ନେଇ ଇଡି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ପୂର୍ବରୁ ୨୦୧୪-୨୦୧୫ରେ ଭୁବନେଶ୍ୱର ଇଡି ଜୋନାଲ ଅଫିସ ପକ୍ଷରୁ ୩୩୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି(ବର୍ତ୍ତମାନ ୪୦୦ କୋଟିରୁ ଊର୍ଦ୍ଧ୍ୱ) ଆଟାଚ୍‌ ହୋଇଥିବାବେଳେ ୨୦୧୬ରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ତେବେ ଏକାଧିକ ରାଜ୍ୟରେ ଏହି ଠକେଇ ହୋଇଥିବା ବେଳେ କୋଲକାତା ଇଡି ଜୋନାଲ ଅଫିସ, ଗୁଆହାଟି ଇଡି ଜୋନାଲ ଅଫିସ ଓ ଅଗରତାଲା ଇଡି ସବ୍‌-ଜୋନାଲ ଅଫିସ ପକ୍ଷରୁ ମଧ୍ୟ ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏପରିକି ଏହି ମାମଲାଗୁଡ଼ିକରେ ଉକ୍ତ ଜୋନାଲ ଅଫିସଗୁଡ଼ିକ ୧୧୭୧.୭୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ମଧ୍ୟ ଆଟାଚ୍‌ କରି ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଏମ୍‌/ଏସ୍‌ ରୋଜ୍‌ଭ୍ୟାଲି ଗ୍ରୁପ୍‌ ୧୦ ବର୍ଷ ତଳେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତ୍ରିପୁରା ଓ ଓଡ଼ିଶା ଆଦି ରାଜ୍ୟରେ କାର୍ଯ୍ୟାଳୟ ଖୋଲି ବିଭିନ୍ନ ସ୍କିମ୍‌ ଜରିଆରେ ଜମାକାରୀଙ୍କୁ ବହୁଗୁଣ ଲାଭ ଦେବାର ପ୍ରତିଶ୍ରୁତି ଦେଇ ଅନେକ କୋଟି ଟଙ୍କା ସଂଗ୍ରହ କରିଥିଲା। ଠକ ସଂସ୍ଥା ଜମାକାରୀଙ୍କ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ୨୦୧୩ରେ ବାଲେଶ୍ୱର ଜିଲା ସୋର ଥାନାରେ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ନେଇ ଏକ ନୂଆ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ମଧ୍ୟ ମାମଲା ରୁଜୁ କରିଥିଲା। ସେହିପରି ସିବିଆଇ ମଧ୍ୟ ଏହାର ତଦନ୍ତ କରିଥିଲା। ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପର୍ଯ୍ୟାୟକ୍ରମେ ରୋଜ୍‌ଭ୍ୟାଲି ଚେୟାରମ୍ୟାନ ଗୌତମ, ତାଙ୍କ ସ୍ତ୍ରୀ ଶୁଭ୍ରା, ପରିଚାଳନା ସଦସ୍ୟ ଶିବମୟ ଦତ୍ତ, ଓଡ଼ିଶା ମୁଖ୍ୟ ବିକ୍ରମ୍‌ଜିତ ଭୌମିକ ପ୍ରମୁଖଙ୍କୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ପୂର୍ବରୁ ଇଓଡବ୍ଲ୍ୟୁ ମଧ୍ୟ ରୋଜ୍‌ଭ୍ୟାଲିର ୯୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri