Posted inଜାତୀୟ

ଚାର୍‌ ଧାମ୍‌ ଯାତ୍ରା, ୧୩ ଦିନରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ…

ଡେରାଡୁନ୍‌, ୧୬।୫ : ଉତ୍ତରାଖଣ୍ଡରେ ଚାର୍‌ ଧାମ୍‌ ଯାତ୍ରା ଆରମ୍ଭରୁ ଇତିମଧ୍ୟରେ ଗତ ୧୩ ଦିନ ମଧ୍ୟରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଶୈଲଜା ଭଟ୍ଟ କହିଛନ୍ତି ଯେ ଏହି ସବୁ ମୃତ୍ୟୁର କାରଣ ହେଉଛି ଉଚ୍ଚ ରକ୍ତଚାପ, ହୃଦ୍‌ ରୋଗ ଏବଂ ଉଚ୍ଚତା ସମ୍ବନ୍ଧୀୟ ମାଉଣ୍ଟେନ୍‌ ସିକ୍‌ନେସ୍‌ ସମସ୍ୟା। ଚଳିତ ବର୍ଷ ଉତ୍ତରାଖଣ୍ଡରେ ଚାର୍‌ ଧାମ୍‌ ଯାତ୍ରା ମେ’ ୩ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି। ମାତ୍ର ୧୩ ଦିନ ମଧ୍ୟରେ ଏତେ ସଂଖ୍ୟକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ସେବା ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତୀର୍ଥଯାତ୍ରୀଙ୍କ ଏହି ମୃତ୍ୟୁକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି ଏବଂ ମନ୍ଦିରରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଧାମ୍‌ରେ ଦର୍ଶନ ପାଇଁ ସର୍ବାଧିକ ଭକ୍ତଙ୍କ ସଂଖ୍ୟା ଏକ ହଜାରକୁ ବୃଦ୍ଧି କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୭୦୦ ମିଟରରୁ ଅଧିକ ଉଚ୍ଚରେ ଅବସ୍ଥିତ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀରେ ଥିବା ଚାରୋଟି ଧାମ୍‌ରେ ତୀର୍ଥଯାତ୍ରୀମାନେ ଅତ୍ୟଧିକ ଥଣ୍ଡା, ନିମ୍ନ ଆର୍ଦ୍ରତା, ଅତ୍ୟଧିକ ଅତିବାଇଗଣି ରଶ୍ମି, ନିମ୍ନ ବାୟୁ ଚାପର ସମ୍ମୁଖୀନ ହୋଇଥାନ୍ତି।

କମ ଅମ୍ଳଜାନ ଗ୍ରହଣ ଦ୍ୱାରା କେତେକ ପ୍ରଭାବ ପ୍ରକାଶିତ ହୋଇଥାଏ। ତେଣୁ ସେମାନେ ଡାକ୍ତରୀ ପରୀକ୍ଷା ପରେ ଯାତ୍ରା ଆରମ୍ଭ କରିବା ଉଚିତ୍‌। ଏହା ବ୍ୟତୀତ ପୂର୍ବରୁ ଅସୁସ୍ଥ ଲୋକଙ୍କୁ ଡାକ୍ତରଙ୍କ ରିପୋର୍ଟ, ଔଷଧ ଏବଂ ଡାକ୍ତରଙ୍କ ଫୋନ ନମ୍ବର ରଖିବାକୁ କୁହାଯାଇଛି। ସେହିପରି ହୃଦ୍‌ରୋଗ, ଶ୍ୱାସ ରୋଗ, ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀମାନଙ୍କୁ ଉଚ୍ଚ ଉଚ୍ଚତାକୁ ଯିବାବେଳେ ବିଶେଷ ଯତ୍ନ ନେବାକୁ କୁହାଯାଇଛି।

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ତୀର୍ଥଯାତ୍ରୀଙ୍କର ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ସ୍ନାୟୁ ଗତ ସମସ୍ୟା, ଦ୍ରୁତ ହୃଦସ୍ପନ୍ଦନ, ବାନ୍ତି, ଓଠ ନୀଳ ପଡ଼ିବା, ଥକାପଣ, ନିଶ୍ୱାସ ପ୍ରଶ୍ୱାସ ସମସ୍ୟା, କାଶ କିମ୍ବା ଅନ୍ୟାନ୍ୟ ଲକ୍ଷଣ ପ୍ରକାଶ ପାଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଭଳି ତୀର୍ଥଯାତ୍ରୀଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।

ତୀର୍ଥଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ୧୦୪ ଜାରି କରାଯାଇଛି। ସେହିପରି ବରିଷ୍ଠ ନାଗରିକ, ଅସୁସ୍ଥ ଏବଂ ଯେଉଁମାନେ ପୂର୍ବରୁ କୋଭିଡରେ ସଂକ୍ରମିତ ହୋଇଥିଲେ ସେମାନଙ୍କ ପାଇଁ ଯାତ୍ରା ନକରିବାକୁ କିମ୍ବା ଏହାକୁ କିଛି ଦିନ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ତୀର୍ଥଯାତ୍ରୀଙ୍କୁ ତୀର୍ଥସ୍ଥଳରେ ପହଞ୍ଚିବା ପୂର୍ବରୁ ବାଟରେ ଗୋଟିଏ ଦିନର ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri