Posted inଜାତୀୟ

ଆରମ୍ଭ ହେଲା ଚାରିଧାମ ଯାତ୍ରା

ଡେରାଡୁନ,୩।୫: ସାରା ଦେଶରେ ମଙ୍ଗଳବାର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଏହି ଶୁଭ ଅବସରରେ ଉତ୍ତରାଖଣ୍ଡରେ ମଙ୍ଗଳବାରରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। କରୋନା ଯୋଗୁ ଗତ ୨ ବର୍ଷ ହେଲା ଚାରିଧାମ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ହେଲେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହି ଯାତ୍ରାକୁ ନେଇ ବେଶ୍‌ ଉତ୍ସାହ ଭରି ରହିଛି। ଆଶା କରାଯାଉଛି, ଏଥର ଦେଶର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଚାରିଧାମ ପରିଦର୍ଶନ କରିବାକୁ ପହଞ୍ଚିବେ। ଭକ୍ତଙ୍କ ଯାତ୍ରାକୁ ସହଜ କରିବା ପାଇଁ ସରକାର କରୋନା ଟେଷ୍ଟ ଓ ଟିକାକରଣର ପ୍ରମାଣପତ୍ର ଯାଞ୍ଚ କରିବା ବାଧ୍ୟତାମୂଳକ କରିନାହାନ୍ତି। ଇତିମଧ୍ୟରେ ଗଙ୍ଗୋତ୍ରି ଧାମର କବାଟ ମେ’୩ ଅର୍ଥାତ୍‌ ମଙ୍ଗଳବାର ସକାଳ ୧୧ଟା ୧୫ରେ ଖୋଲାଯାଇଛି। ଦ୍ୱାର ଖୋଲାଯିିବା କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଂଶଗ୍ରହଣ କରିଥିଲେ। ସେହିପରି ୟମୁନେତ୍ରୀ ଧାମର ଦ୍ୱାର ମଧ୍ୟ ମଧ୍ୟାହ୍ନ ୧୨ଟା ୧୫ରେ ଖୋଲିଛି। ସୂଚନା ଅନୁଯାୟୀ, କେଦାରନାଥ ଧାମର କବାଟ ମେ’ ୬ ସକାଳ ୬ଟା ୨୫ରେ ଖୋଲିବ। ସେହିଭଳି ବଦ୍ରିନାଥ ଧାମର କବାଟ ମେ’ ୮ ସକାଳ ୬ଟା ୧୫ରେ ଖୋଲିବ ବୋଲି ଜଣାପଡ଼ିଛି। ଆଗାମୀ ଦିନ ପାଇଁ ରେଜିଷ୍ଟ୍ରେସନ ପୂର୍ଣ୍ଣ ହୋଇଥିବାରୁ ବହୁ ସଂଖ୍ୟାରେ ଭକ୍ତ ଚାରିଧାମ ଯାତ୍ରା କରିବେ ବୋଲି ଆଶା କରାଯାଉଛି। ତେବେ ଉତ୍ତରାଖଣ୍ଡ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୈନିକ ୧୫ହଜାର ଶ୍ରଦ୍ଧାଳୁ ବଦ୍ରିନାଥ ପରିଦର୍ଶନ କରିପାରିବେ। କେଦାରନାଥରେ ୧୨ହଜାର, ଗାଙ୍ଗୋତ୍ରିରେ ୭ହଜାର ଏବଂ ୟମୁନେତ୍ରିରେ କେବଳ ୪ହଜାର ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ। ପ୍ରଥମ ୪୫ ଦିନ ପାଇଁ ଏହି ସମୟ ସୀମା ଲାଗୁ କରାଯାଇଛି। ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପ୍ରତିବନ୍ଧକ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri