Categories: ବାଣିଜ୍ୟ

ଫେମା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୪: ଦେଶର ସର୍ବବୃହତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ୨୦% ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ (ଏଫ୍‌ଡିଆଇ) ହୋଇପାରିବ। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଫେମା)ର ନିୟମରେ ପରିବର୍ତ୍ତନ ଅଣାଯାଇଛି। ଏହି ପରିବର୍ତ୍ତନ ଦ୍ୱାରା ଏଲ୍‌ଆଇସିର ୨୦% ପର୍ଯ୍ୟନ୍ତ ଅଂଶଧନ ବିଦେଶୀ ନିବେଶକଙ୍କୁ ବିକ୍ରି କରାଯାଇହେବ। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଗେଜେଟ୍‌ ନୋଟିଫିକେଶନ ମଧ୍ୟ ଜାରି କରାଯାଇଛି। ଏହାକୁ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ସଂଶୋଧନ ନିୟମ ୨୦୨୨ ବୋଲି କୁହାଯାଉଛି। ଏହି ଅଧିସୂଚନା ଜରିଆରେ ବର୍ତ୍ତମାନ ଥିବା ପଲିସିରେ ଏକ ନୂଆ ପାରାଗ୍ରାଫ୍‌ ଯୋଡ଼ାଯାଇଛି। ଏଥିରେ ଏଲ୍‌ଆଇସି ଏଫ୍‌ଡିଆଇର ସର୍ବାଧିକ ୨୦% ରଖାଯାଇଛି।

Share