ଏଟିଏମ୍‌ କାର୍ଡ ବଦଳାଇ ନେଇଗଲେ ୫୫ହଜାର

ବ୍ରହ୍ମପୁର, ୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗାର୍ଡବିହୀନ ଏଟିଏମ୍‌ କାଉଣ୍ଟରରେ ସହାୟତା କରିବା ଆଳରେ ଚଞ୍ଚକତା କରି ଜଣେ ଯୁବକ ଏଟିଏମ୍‌ କାର୍ଡ ବଦଳାଇ ପରେ ୫୫ହଜାର ଟଙ୍କା ଠକେଇ ହୋଇଥିବା ନେଇ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି। ନୀଳାଦ୍ରି ବିହାର ୪ର୍ଥ ସାରଣୀରେ ରହୁଥିବା ଦେବେନ୍ଦ୍ର କୁମାର ପରିଡ଼ା ଠକେଇର ଶିକାର ହୋଇଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୩୧୮/୨୪ରେ ଏକ ମାମଲା ରୁଜୁ କରିଛି। ପୋଲିସ ଏଟିଏମ୍‌ କାଉଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ କରୁଛି। ଗତ ୩୦ ତାରିଖରେ ଦେବେନ୍ଦ୍ର ନୀଳାଦ୍ରି ବିହାରସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ସେ ନିଜର ଏଟିଏମ୍‌ କାର୍ଡ ସ୍ବାଇପ୍‌ କରିଥିବା ବେଳେ କୌଣସି କାରଣବଶତଃ ଟଙ୍କା ଆସି ନ ଥିଲା। ସେ ବିବ୍ରତ ଥିବା ଦେଖି ଉକ୍ତ କାଉଣ୍ଟରରେ ତାଙ୍କ ପଛରେ ଠିଆ ହୋଇ ସବୁକିଛି ଦେଖୁଥିବା ଜଣେ ଯୁବକ ତାଙ୍କୁ ସାହାଯ୍ୟ କରିବାର ଛଳନା କରି ତାଙ୍କଠାରୁ ଏଟିଏମ୍‌ କାର୍ଡ ନେଇ ପରେ କାର୍ଡ ବଦଳାଇ ଦେଇଥିଲେ। ସେଠାରୁ ଟଙ୍କା ନ ପାଇ ଦେବେନ୍ଦ୍ର ଘରକୁ ଫେରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲକୁ ବ୍ୟାଙ୍କ୍‌ରୁ ଗେଟବଜ଼ାର ଷ୍ଟେ୍‌ଟବ୍ୟାଙ୍କ ଏଟିଏମରୁ ୪୦ହଜାର ଟଙ୍କା ଏବଂ ଗଞ୍ଜାମ କାର୍ଗିଲ ଶହୀଦ ଏନ.କେ. ଏସ୍‌ଆରରୁ ୧୫ ହଜାର ଟଙ୍କା ଉଠାଣ କରିଥିବା ନେଇ ଦୁଇଟି ମ୍ୟାସେଜ୍‌ ଆସିଥିଲା। ସେ ଆଶ୍ଚର୍ଯ୍ୟ ହେବା ସହ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କ ସହ କଥା ହୋଇଥିଲେ। ଠକେଇର ଶିକାର ହୋଇଥିବା ଜାଣି ଦେବେନ୍ଦ୍ର ଥାନାରେ
ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri