ନିଯୁକ୍ତିରେ ପରିବର୍ତ୍ତନ

ଗତ ସପ୍ତାହରେ ଦିଲ୍ଲୀ ଅମଲାତାନ୍ତ୍ରିକ ପରିସରରେ କିଛି କୌତୂହଳ ଘଟଣା ଘଟିଥିଲା। ସରକାର ଯୁଗ୍ମ ସଚିବ (ଜେଏସ୍‌) କିମ୍ବା ଜେଏସ୍‌ ଭଳି ସମାନ ପଦବୀଗୁଡ଼ିକ ପାଇଁ ୪୨ ଅଧିକାରୀଙ୍କ ନିଯୁକ୍ତି ତାଲିକା ଘୋଷଣା କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ତାଲିକାରେ ୨୦୦୯ ବ୍ୟାଚ୍‌ର କେବଳ ୧୬ ଜଣ ଆଇଏଏସ୍‌ ଅଧିକାରୀ ଥିଲେ। ଏହା ସ୍ପଷ୍ଟତଃ ଏକ ବିଭାଜନ। ଏହି ସଂଖ୍ୟାକୁ ନେଇ ଆଇଏଏସ୍‌ କ୍ୟାଡରର ପ୍ରତିନିଧିତ୍ୱ ଭଲ ମନେହେଉଥିଲେ ବି ଏହା ନୈରାଶ୍ୟଜନକ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, କେନ୍ଦ୍ରୀୟ ସଚିବାଳୟ ସେବା (ସିଏସ୍‌ଏସ୍‌) ଅଧିକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ନେଇଥିବା ଜଣାପଡ଼ୁଛି। ଏହି ପ୍ରକ୍ରିୟାରୁ ଜଣାପଡ଼ୁଛି ଯେ, କେତେଜଣ ଆଇଏଏସ୍‌ ଅଧିକାରୀ ଜେଏସ୍‌ ସ୍ତରକୁ ପ୍ରବେଶ କରିଥିବାବେଳେ ସିଏସ୍‌ଏସ୍‌ ଓ ଅନ୍ୟ କେନ୍ଦ୍ରୀୟ ସେବାରୁ ଆସିଥିବା ଅଣ-ଆଇଏଏସ୍‌ ଅଧିକାରୀମାନେ ସେମାନଙ୍କ ଅଂଶ ଧୀରେ ଧୀରେ ବୃଦ୍ଧି କରୁଛନ୍ତି। ଏହି ପଦକ୍ଷେପ ସମ୍ଭବତଃ ଆଇଏଏସ୍‌ ଅଧିକାରୀଙ୍କ ପ୍ରାଧାନ୍ୟକୁ ଦୁର୍ବଳ କରିବା ସହ ଅନ୍ୟ ସେବାଗୁଡ଼ିକ ମଧ୍ୟରେ ଅଧିକ ସମାନ ଭାବେ କ୍ଷମତାର ପୁନଃ ବଣ୍ଟନ କରୁଛି କି? ଏଭଳି ପଦକ୍ଷେପ ବାବୁ ପରିସରରେ କଳ୍ପନାଜଳ୍ପନା ସହ ଗୁଞ୍ଜରଣ ସୃଷ୍ଟି କରିଛି। ଆଇଏଏସ୍‌ର ପାରମ୍ପରିକ ଆଧିପତ୍ୟକୁ ନେଇ ସରକାର ଅଧିକ ସତର୍କ ବୋଲି କେତେକେ ବିଚାର କରୁଛନ୍ତି। ଅନ୍ୟମାନେ ଯୁକ୍ତି ବାଢ଼ୁଛନ୍ତି ଯେ, କେନ୍ଦ୍ରର ଆଶା ପୂରଣ କରୁଥିବା ଏହି ସେବା ନିଜେ ଅଧିକ ବିକଶିତ ହେବାରେ ବିଫଳ ହେଉଛି। ସେ ଯାହା ବି ହେଇଥାଉ, ଏହା ସ୍ପଷ୍ଟ ଯେ, ଗୋଟିଏ ସମୟରେ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ନିଯୁକ୍ତି ତାଲିକାକୁ ଏକ ସ୍ବାଭାବିକ ପ୍ରଗତି ବୋଲି ବିଚାର କରାଯାଉଥିଲା, ଏବେ ଏଥିରେ ଆଉ ନିଶ୍ଚିତତା ନାହିଁ।
ସମୟୋପଯୋଗୀ ଆଶ୍ୱସ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ୍ବାଶିଂଟନ୍‌ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ପଦକ୍ଷେପ ନେଇଥିଲେ। ସେ ଫରେନ୍‌ କରପ୍ଟ ପ୍ରାକ୍ଟିସ୍‌ ଆକ୍ଟ (ଏଫ୍‌ସିପିଏ) ବା ବିଦେଶୀ ଦୁର୍ନୀତି ଆଚରଣ ଆଇନ ଅଧୀନରେ ଥିବା ଅଭିଯୋଗକୁ ବନ୍ଦ କରିବା ପାଇଁ ନ୍ୟାୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ଅନିୟମିତତା କାର୍ଯ୍ୟ ପାଇଁ ଆଇନଗତ ଯୁଦ୍ଧର ସମ୍ମୁଖୀନ ହେଉଥିବା ଅନେକେ ବିଶ୍ୱସ୍ତରୀୟ ବିଜନେସ୍‌ର ମାଲିକ ଓ କମ୍ପାନୀ ଉପରେ ଏହାର ଏକ ଦୀର୍ଘମିଆଦୀ ପରିଣାମ ପଡ଼ିବାର ସମ୍ଭାବନା ଦେଖାଦେଇଛି। ଆମ ବିଚାରରେ, ଭାରତର ଜଣେ ଉଦ୍ୟୋଗପତି ଆମେରିକାର ନ୍ୟାୟିକ କ୍ଷମତାପ୍ରାପ୍ତ ସଂସ୍ଥାଗୁଡ଼ିକର ଟାର୍ଗେଟ୍‌ ବା ଯାଞ୍ଚରେ ରହିଛନ୍ତି, ତାଙ୍କୁ ଏଥିରୁ ଆଶ୍ୱସ୍ତି ମିଳିପାରେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ବାବୁମାନେ ଏବେ ଆଶା ବାନ୍ଧିଛନ୍ତି ଯେ, ସେମାନେ ପୁନର୍ବାର ପ୍ରଶଂସା ପାଇପାରିବେ। ଦେଖିବାକୁ ଗଲେ ବିଜନେସ୍‌ ଚୁକ୍ତି ହାସଲ କରିବା ପାଇଁ ବିଦେଶୀ ଅଧିକାରୀଙ୍କୁ ଲାଞ୍ଚ ଦେବା ଉପରେ ଏଫ୍‌ସିପିଏ ୧୯୭୭ରୁ କଟକଣା ଲଗାଇଛି। ଅନେକ ବର୍ଷ ମଧ୍ୟରେ ଏହା ଭାରତ ସମେତ ବିଶ୍ୱରେ ଅନେକ କର୍ପୋରେଟ୍‌ ମାଲିକଙ୍କୁ ଧରିପାରିଛି। ଆମେରିକାର ନ୍ୟାୟିକ ପଦକ୍ଷେପର ଭୟ ଏହାର କମ୍ପାନୀଗୁଡ଼ିକ ଉପରେ ମଧ୍ୟ ଗମ୍ଭୀର ବିପଦ ସୃଷ୍ଟି କରିଛି। ଟ୍ରମ୍ପ୍‌ଙ୍କ ସରକାରୀ ଆଦେଶ ଏଫ୍‌ସିପିଏ ଅଭିଯୋଗ ବିଚାରକୁ ରୋକି ଥିବାେବେଳ ସାମ୍ପ୍ରତିକ ଘଟଣାଗୁଡ଼ିକର ପୁନଃ ମୂଲ୍ୟାୟନ କରାଯାଇପାରେ। ସମ୍ଭବତଃ ଅଭିଯୋଗ କିମ୍ବା ବୁଝାମଣାକୁ ବନ୍ଦ କରିପାରେ, ଯାହା ଅଭିଯୁକ୍ତଙ୍କ ପାଇଁ ଅନୁକୂଳ। ତେବେ ବିଶ୍ୱସ୍ତରରେ କମ୍ପାନୀରେ କାର୍ଯ୍ୟରତ ଲୋକଙ୍କ ମଙ୍ଗଳ ପାଇଁ ଲଢ଼ୁଥିବା ବ୍ୟକ୍ତିମାନେ ଯୁକ୍ତି ଉପସ୍ଥାପନ କରନ୍ତି ଯେ, ଦୁର୍ନୀତି ବିରୋଧୀ ଆଇନକୁ ଦୁର୍ବଳ କଲେ ତାହା କର୍ପୋରେଟ୍‌ ଦୁର୍ନୀତିକୁ ପ୍ରୋତ୍ସାହିତ କରିବ। ଏହାସହ ବିଶ୍ୱରେ ନୈତିକ ମାନକକୁ ମଧ୍ୟ କ୍ଷତି ପହଞ୍ଚାଇବ।
ଅତିରିକ୍ତ ଦାୟିତ୍ୱ
ପୁନର୍ବାର ଗୁଜରାଟ ଅମଲାତାନ୍ତ୍ରିକ ପରିସରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ୯ ଜିଲାପାଳ ଓ ୧୬ ଡିଡିଓଙ୍କ ସମେତ ୬୮ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି। ଏହି କାର୍ଯ୍ୟ ଶାସନ, ପ୍ରାଥମିକତା ଏବଂ ସ୍ଥାୟିତ୍ୱ ସମ୍ପର୍କରେ ପ୍ରାସଙ୍ଗିକ ପ୍ରଶ୍ନ ଉଠାଇଛି। ମୁଖ୍ୟ ସଚିବ ଭାବେ ପଙ୍କଜ ଜୋଶୀଙ୍କ ନିଯୁକ୍ତିରୁ ଏହା ଆରମ୍ଭ ହୋଇଛି। ସେ ଛାଡ଼ିଯାଇଥିବା ଦାୟିତ୍ୱଗୁଡ଼ିକର ପୁନଃ ବଣ୍ଟନ କରାଯାଇଥିବାବେଳେ ପ୍ରଥମ ଥର ପାଇଁ ଅହମ୍ମଦାବାଦ ଜିଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଏକାବେଳକେ ବଦଳି କରାଯାଇଥିଲା। ଏହି ନିଷ୍ପତ୍ତି ପଛରେ ଏକ ଗଭୀର ରାଜନୈତିକ ଅଭିସନ୍ଧି ଥିବା କୁହାଯାଉଛି। ଏହା ବ୍ୟତୀତ କିଛି ପୁନଃ ନିଯୁକ୍ତି ଘଟଣା ସାମ୍ନାକୁ ଆସିଛି। ସହର ବିକାଶ ଦାୟିତ୍ୱରେ ଥିବା ଅଶ୍ୱିନୀ କୁମାରଙ୍କୁ ଏବେ ବନ୍ଦର ଓ ପରିବହନ ଦାୟିତ୍ୱ ଦିଆଯାଇଛି। ଅର୍ଥ ବିଭାଗର ଅଭିଜ୍ଞ ଅଧିକାରୀ ଟି. ନଟରାଜନଙ୍କୁ ଗୁଜରାଟ ନର୍ମଦା ଭ୍ୟାଲି ଫର୍ଟିଲାଇଜର କମ୍ପାନୀର ଦାୟିତ୍ୱ ଦିଆଯାଇଛି। ଅଭିଜ୍ଞତାରୁ ଲାଭ ଉଠାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। କିନ୍ତୁ ବରିଷ୍ଠ ଅଧିକାରୀମାନଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ହେଉଛି। ଅତିକମ୍‌ରେ ଏବେ ୧୫ ଅଧିକାରୀ ଗୃହ ବ୍ୟାପାର, ବନ୍ଦର ଓ ଶିପିଂ ଏବଂ ପ୍ରଯୁକ୍ତି ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ସମୟରେ ଆଇପିଏସ୍‌ କ୍ୟାଡରରେ ଲଗାତର ପରିବର୍ତ୍ତନ ଜାରି ରହିଛି। ଏକ ଡଜନରୁ ଊର୍ଦ୍ଧ୍ୱ ଅଧିକାରୀ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି। ଏପରିକି ଗୁଜରାଟର ଦୁର୍ନୀତି ବିରୋଧୀ ବ୍ୟୁରୋ ମୁଖ୍ୟ ଏବଂ ସିଆଡି କ୍ରାଇମ୍‌ ଶାଖା ମୁଖ୍ୟ ପଦବୀ ଖାଲିପଡ଼ିଛି। ତେବେ ବଜେଟ ପରେ ଆଉ ଏକ ପର୍ଯ୍ୟାୟ ଅଦଳବଦଳ ହେବ ବୋଲି ଆଶା କରାଯାଉଛି। ତେବେ ଏଭଳି ପରିବର୍ତ୍ତନ କ’ଣ ଉନ୍ନତି ଆଣିପାରିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri