ବିକ୍ଷୋଭରୁ ପରିବର୍ତ୍ତନ

ବିଶ୍ୱବ୍ୟାପୀ ଜନବିକ୍ଷୋଭ ପୂର୍ଣ୍ଣିମାରେ ଜୁଆର ଭଳି ମାଡ଼ିଆସୁଛି। ସମ୍ପ୍ରତି ନେପାଳରେ ‘ଜେନ୍‌ ଜି’ ବର୍ଗ ଯେଉଁଭଳି ବିକ୍ଷୋଭ ପ୍ରଦର୍ଶନ କରି ସେଠାକାର ସରକାରକୁ ଗଡ଼ାଇଦେଲେ, ଯୁବବର୍ଗର ଶକ୍ତି କେତେ ତାହା ଜଣାପଡ଼ିଗଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନେପାଳରେ ‘ଜେନ୍‌ ଜି’ କୌତୂହଳ ଭାବେ ‘ଡିସ୍‌କଡ୍‌’ ନାମକ ଏକ ଆପ୍‌ ମାଧ୍ୟମରେ ନିଜର ଅନ୍‌ଲାଇନ୍‌ ଭୋଟିଂ କରି ସୁଶୀଳା କାର୍କି ନାମ୍ନୀ ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଥମ ମହିଳା ବିଚାରପତିଙ୍କୁ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ କରାଇଛନ୍ତି। କୌତୂହଳପୂର୍ଣ୍ଣ ଏଇଥିପାଇଁ ଯେ, ୨୮ ବର୍ଷରୁ କମ୍‌ ବୟସର ଯୁବତୀଯୁବକମାନେ ୫ ଜଣ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ତନ୍ମଧ୍ୟରୁ ସୁଶୀଳା ୩,୮୩୩ ଭୋଟ ପାଇଥିଲେ, ଯାହା ସମଗ୍ର ଭୋଟ୍‌ର ୫୦ ପ୍ରତିଶତ ବୋଲି ଗଣମାଧ୍ୟମରୁ ଜଣାପଡ଼ିଛି। ଏହାର ଅର୍ଥ ହେଲା ମାତ୍ର ୭ କି ୮ ହଜାର ପିଲା ଭୋଟ ଦେଇଛନ୍ତି। ନେପାଳର ମୋଟ ଜନସଂଖ୍ୟା ୨ କୋଟି ୯୭ ଲକ୍ଷ। ଅର୍ଥାତ୍‌ ମୋଟ ଜନସଂଖ୍ୟାର ମାତ୍ର ୦.୦୨୩୫ ପ୍ରତିଶତ ଭୋଟ ଦେଇଛନ୍ତି। ସେଥିରେ ଯଦି ଅସ୍ଥାୟୀ ସରକାର ଗଠନ ହୁଏ, ତାହା କିଭଳି ଗଣତାନ୍ତ୍ରିକ ପଦ୍ଧତିକୁ ବଞ୍ଚାଇ ରଖିପାରିବ ମନରେ ସନ୍ଦେହ ଉପୁଜୁଛି। ନେପାଳ ଏକ କ୍ଷୁଦ୍ର ଦେଶ ନୁହେଁ। ୧,୪୭,୫୧୬ ବର୍ଗ କିଲୋମିଟର ବ୍ୟାପ୍ତ ଏହି ଗୋର୍ଖା ଭୂଖଣ୍ଡର ଇତିହାସ ଯୁଦ୍ଧ ଓ ବୀରତ୍ୱରେ ଭରପୂର। ତେବେ ‘ଡିସ୍‌କଡ୍‌’ରେ ଭୋଟିଂ ଏହିସବୁ ଇତିହାସକୁ ପାଣିଚିଆ କରିଦେଇଛି। ଡିସ୍‌କଡ୍‌ରେ ଅଧିକାଂଶ ସଦସ୍ୟ ନିଜ ମୁହଁର ଫଟୋ କିମ୍ବା ନାମ ଦିଅନ୍ତି ନାହିଁ। ଏହି ସଫ୍ଟଓ୍ବେର ତାହାର ବ୍ୟବହାରକାରୀ କେଉଁ ସ୍ଥାନରେ ଅବସ୍ଥାପିତ ସେଭଳି ତଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖିଥାଏ। ତେଣୁ ମତ ଦେଇଥିବା ଭୋଟରମାନେ ସମସ୍ତେ ନେପାଳୀ ବୋଲି କହିହେବ ନାହିଁ। ଏହା ହେଉଛି ଆଧୁନିକ ଗଣତନ୍ତ୍ରର ସଦ୍ୟ ରୂପ। ଏଭଳି ଖାମଖିଆଲ ଆଭିମୁଖ୍ୟ ରଖିଥିବା ଯୁବପିଢ଼ି ଅତି ସହଜରେ ସରକାର ଓ ବ୍ୟବସ୍ଥାକୁ ବଦଳାଇ ଦେଇପାରିଲେ। ଆଜିର ସ୍ଥିତିରେ କେହି ଭାବିବା ଉଚିତ ନୁହେଁ ଯେ ପୋଲିସ, ସୈନ୍ୟବାହିନୀ, ପ୍ରବଳ ଅର୍ଥ, ଦଳୀୟ କର୍ମୀ କିମ୍ବା ଗୁଣ୍ଡାଙ୍କ ସମର୍ଥନ ମାଧ୍ୟମରେ ଶାସନ କ୍ଷମତାକୁ ବାନ୍ଧି ରଖିହେବ। ଲକ୍ଷ୍ୟକଲେ ଜଣାପଡ଼େ ଯେ, ନେପାଳରେ କେବଳ ରାଜନୈତିକ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇନାହିଁ। ଅଧିକ ଆକ୍ରମଣର ଶିକାର ହୋଇଛନ୍ତି ସରକାରୀ ଅଫିସର ଓ କର୍ମଚାରୀ। ସଶସ୍ତ୍ର ପୋଲିସ ଥାଇ ମଧ୍ୟ ରିଲ୍ସ ତିଆରି କରୁଥିବା ଝିଅପୁଅଙ୍କ ସାମ୍ନାରେ ସମସ୍ତେ ଅଥର୍ବ ପାଲଟିଯାଇଥିଲେ। ଏହା ହେଲା ଶ୍ରୀଲଙ୍କାରେ ଆରମ୍ଭ ହୋଇ ବାଂଲାଦେଶ ଦେଇ ନେପାଳରେ ପହଞ୍ଚତ୍ଥିବା ଏସିଆ ମହାଦେଶର ଏପର୍ଯ୍ୟନ୍ତର ବୈପ୍ଳବିକ ଧ୍ୱନି।
ଏହି ସମୟରେ ୟୁରୋପକୁ ଗଲେ ସେଠାରେ ମଧ୍ୟ ମୁସଲମାନ ଆପ୍ରବାସୀଙ୍କ ବିରୋଧରେ ବିକ୍ଷୋଭ ସୃଷ୍ଟି ହୋଇ ସ୍ଥାନୀୟ ସରକାରଗୁଡ଼ିକୁ ଦୋହଲାଇ ଦିଆଯାଇଥିବା ଦେଖାଗଲାଣି। ୧୦ ସେପ୍ଟେମ୍ବରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ବିରୋଧରେ ‘ବ୍ଲକ୍‌ ଏଭ୍ରିଥିଙ୍ଗ୍‌’ ବିକ୍ଷୋଭ ସେଠାକାର ସରକାରକୁ ଅଡ଼ୁଆରେ ପକାଇଛି। ୧୩ ସେପ୍ଟେମ୍ବରରେ ବ୍ରିଟେନ୍‌ରେ ଟମି ରବିନ୍‌ସନଙ୍କ ନେତୃତ୍ୱରେ ଦକ୍ଷିଣପନ୍ଥୀଙ୍କ ଆପ୍ରବାସୀ ବିରୋଧୀ ବିକ୍ଷୋଭରେ ପ୍ରାୟ ଦେଢ଼ ଲକ୍ଷ ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ‘ୟୁନାଇଟ୍‌ ଦ କିଙ୍ଗଡମ୍‌’ର ଅଂଶବିଶେଷ ଭାବେ ‘ଓ୍ବିଇ ଓ୍ବାଣ୍ଟ ଆଓ୍ବାର କଣ୍ଟ୍ରି ବ୍ୟାକ୍‌’ ବା ‘ଆମେ ଆମ ଦେଶ ଫେରିପାଇବା ଚାହୁଁ’ ସ୍ଲୋଗାନ ଦେଇ ସେମାନେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟରଠାରେ ବିକ୍ଷୋଭ କରିଛନ୍ତି। ଅତ୍ୟଧିକ ମୁସଲମାନ ପ୍ରୀତି କେର୍‌ ଷ୍ଟାର୍ମର ସରକାରକୁ ସାଧାରଣ ନାଗରିକଙ୍କଠାରୁ ଦୂରେଇ ଦେଲାଣି। ୟୁରୋପର ସମସ୍ୟା ଏସିଆଠାରୁ ଭିନ୍ନ। ପୃଥିବୀରେ ୫୬ ବୃହତ୍‌ ମୁସଲମାନ ଦେଶ ଥିବା ସତ୍ତ୍ୱେ ଉତ୍ତର ଆଫ୍ରିକା ଓ ମଧ୍ୟପ୍ରାଚ୍ୟରୁ ନିଜକୁ ଅନୁପ୍ରବେଶକାରୀ ଭାବେ ମୁଖ୍ୟତଃ ଯୁବପୁରୁଷମାନେ ୟୁରୋପର ବିଭିନ୍ନ ଦେଶରେ ଜୋର୍‌ ଜବରଦସ୍ତ ପ୍ରବେଶ କରିବାରେ ଲାଗିଛନ୍ତି। ସେମାନେ କୌଣସି ମୁସଲମାନ ଦେଶକୁ ଯିବାକୁ ପସନ୍ଦ କରୁନାହାନ୍ତି। ଜର୍ମାନୀ ଭଳି ରାଷ୍ଟ୍ରରେ ଅତ୍ୟଧିକ ଦୟା ଦର୍ଶାଇ ଏହିଭଳି ଇସ୍‌ଲାମୀୟମାନଙ୍କୁ କିଛିବର୍ଷ ଧରି ଶରଣାର୍ଥୀ ଭାବେ ସବୁ ସୁବିଧା ଦିଆଯାଇ ଥଇଥାନ କରାଯାଉଛି। କିଛି କାମ ନ କରି ସେମାନଙ୍କୁ ସରକାରୀ ବାସଗୃହ, ଭତ୍ତା ଏବଂ ସ୍ବାସ୍ଥ୍ୟ ସୁବିଧା ଦିଆଯିବା ଫଳରେ ସ୍ଥାନୀୟ ନାଗରିକଙ୍କ ମନରେ କ୍ରୋଧ ସୃଷ୍ଟି ହେଲାଣି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଅନୁପ୍ରବେଶକାରୀମାନେ ପରିବାର ସହ ଆସୁନାହାନ୍ତି। କେବଳ ସୁସ୍ଥ ଯୁବପିଢ଼ି ଏହିଭଳି ଭାବେ ୟୁରୋପରେ ପ୍ରବେଶ କରୁଛନ୍ତି। କିଛିମାସ ବସବାସ କରିବା ପରେ ସେମାନେ ବିଭିନ୍ନ ବିକ୍ଷୋଭ ପ୍ରଦର୍ଶନ ସହିତ ମୁସଲମାନ ଧର୍ମର ସର୍ବୋଚ୍ଚ ଚିନ୍ତାଧାରା ‘ସରିଆ’ ଆଇନକୁ ପ୍ରଣୟନ କରିବା ପାଇଁ ସ୍ବର ଉତ୍ତୋଳନ ଆରମ୍ଭ କଲେଣି। ଭୋଟ ଲୋଭରେ ଅନେକ ରାଜନୈତିକ ଦଳ ଏହିଭଳି ଦେଶବିରୋଧୀ କାର୍ଯ୍ୟ କରୁଥିବା ଗୋଷ୍ଠୀକୁ ସମର୍ଥନ ଜଣାଉଛନ୍ତି। ପୂର୍ବରୁ ଜର୍ମାନୀରେ ଆଞ୍ଜେଲା ମାର୍କେଲ, ବର୍ତ୍ତମାନର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଏବଂ ବ୍ରିଟେନର ଏବେକାର ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର ଭୋଟ ଲୋଭରେ ବିପଦ ସୃଷ୍ଟି କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଲାଣି। ଲଣ୍ଡନର ‘ୟୁନାଇଟ୍‌ ଦ କିଙ୍ଗ୍‌ଡମ୍‌’ ଶୋଭାଯାତ୍ରାରେ ବିପୁଳ ଜନସମାଗମ ପ୍ରମାଣ କରୁଛି ଯେ, ମୁସଲମାନ ଅନୁପ୍ରବେଶକାରୀଙ୍କ ପ୍ରତି ତ୍ରୁଟିପୂର୍ଣ୍ଣ ଆଭିମୁଖ୍ୟ ଯୋଗୁ ସେହି ମହାଦେଶରେ ଶାସନ ବ୍ୟବସ୍ଥା ପଲଟିଯାଇପାରେ।
ନେପାଳରେ ‘ଜେନ୍‌ ଜି’, ବାଂଲାଦେଶରେ ‘ଛାତ୍ର ସମାଜ’ ଭଳି ବ୍ରିଟେନ୍‌ରେ ‘ଟମି ରବିନସନ୍‌’ କୌଣସି ବିଧିବଦ୍ଧ ରାଜନୈତିକ ଦଳ ସହ ଜଡ଼ିତ ନୁହନ୍ତି। କିନ୍ତୁ ସେଇମାନେ ପରିବର୍ତ୍ତନ ଘଟାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଆସନ୍ତା ସମୟରେ ଗଣତନ୍ତ୍ର ପାଇଁ ରାଜନୈତିକ ଦଳ କିମ୍ବା ପ୍ରତିଷ୍ଠିତ ନେତା ମଙ୍ଗ ଧରିପାରିବେ ନାହିଁ। ହୁଏତ ସେମାନଙ୍କ ବେଳକାଳ ପୂରିଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?