ଚନ୍ଦ୍ରୟାନ-୩ କ୍ୟାପ୍‌ଟେନ୍‌

ଜିତେନ୍ଦ୍ର କୁମାର ନାୟକ

 

ଜହ୍ନମାମୁ। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବା ଜହ୍ନକୁ ସମସ୍ତେ ପିଲାଟି ବେଳୁ ଏଭଳି ଚିହ୍ନି ଆସିଛନ୍ତି। ମା’ମାନେ ସନ୍ଧ୍ୟାରେ ଶିଶୁଟିକୁ ତୁନି କରାଇବାକୁ ହେଉ ବା ଖାଦ୍ୟ ଖାଉ ନ ଥିଲେ ଜହ୍ନମାମୁକୁ ଦେଖାଇଥାଆନ୍ତି। ଏବେ ବହୁଦୂରରେ ଥିବା ମାମୁ ନିକଟରେ କ’ଣସବୁ ରହିଛି ତାହାକୁ ଜାଣିବା ଲାଗି ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା ରଖିବା ସ୍ବାଭାବିକ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୧୪ ଜୁଲାଇରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ସଫଳତାର ସହିତ ଉତ୍‌କ୍ଷେପଣ କରିଛି। ଏହି ଯାନ ଭିତରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍‌ ମଡ୍ୟୁଲ ରହିଛି। ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଆସନ୍ତା ଅଗଷ୍ଟ ୨୩ କିମ୍ବା ୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ଓ ରୋଭର ପହଞ୍ଚତ୍ବ ବୋଲି ଆଶା କରାଯାଉଛି। ସବୁକିଛି ଠିକ୍‌ଠାକ୍‌ ରହି ଏହି ବୈଜ୍ଞାନିକ ଯନ୍ତ୍ରଗୁଡ଼ିକ ଜହ୍ନପୃଷ୍ଠରେ ଧୀରେ ଓହ୍ଲାଇ ଲକ୍ଷ୍ୟ ସାଧନ ଦିଗରେ ସଫଳ ହେଲେ ମହାକାଶ ବିଜୟର ସୁପର କ୍ଲବ (ଆମେରିକା, ରୁଷିଆ ଓ ଚାଇନା)ରେ ଭାରତ ସାମିଲ ହୋଇପାରିବ। ତେବେ ଏହି ସମଗ୍ର ମିଶନକୁ ପରିଚାଳିତ କରିଥିବା ଋତୁ କରିଧଲ ଶ୍ରୀବାସ୍ତବଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଇସ୍ରୋର ସିନିୟର ସାଇଣ୍ଟିଷ୍ଟ ତଥା ଭାରତର ମଙ୍ଗଳ ମିଶନ ‘ମଙ୍ଗଳାୟାନ’ର ଡେପୁଟୀ ଅପରେଶନ ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଇଥିବା ଋତୁ ଚନ୍ଦ୍ରୟାନର ମୁଖ୍ୟ ଭାବେ ସଫଳତାର ସହ କାର୍ଯ୍ୟ କରିଥିବାରୁ ସେ ଭାରତର ଅନ୍ୟତମ ‘ରକେଟ ଓମେନ୍‌’ ଆଖ୍ୟା ପାଇଛନ୍ତି।
୧୩ ଏପ୍ରିଲ ୧୯୭୫ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଋତୁଙ୍କ ଜନ୍ମ। ଏକ ମଧ୍ୟବିତ୍ତ ପରିବାରରେ ସେ ବଢ଼ିଥିଲେ। ତାଙ୍କର ଦୁଇ ଭାଇ ଓ ଦୁଇ ଭଉଣୀ ଥିବାରୁ ପଢ଼ିବା ପାଇଁ ସବୁପ୍ରକାର ସୁବିଧା ପାଇପାରି ନ ଥିଲେ। ସମ୍ବଳର ଅଭାବ କୋଚିଂ ପାଇବାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ତେଣୁ ସେ ମନସ୍ଥ କରିଥିଲେ ଯେମିତି ହେଉ ପଛେ ନିଜେ ପଢ଼ି ଉତ୍କର୍ଷ ଲଭିବେ। ଋତୁ ପିଲାବେଳୁ ମହାକାଶମନସ୍କ ଥିଲେ। ସେଥିପାଇଁ ରାତିରେ ସେ ଘଣ୍ଟା ଘଣ୍ଟା ତାରାଭର୍ତ୍ତି ଆକାଶକୁ ଅନାଇ ରହୁଥିଲେ। ଚନ୍ଦ୍ରରେ କଳା ଥିବା ଅଂଶ ପଛର ରହସ୍ୟ କ’ଣ ଜାଣିବାକୁ ଚାହୁଁଥିଲେ। ସେଥିପାଇଁ ସେହି ଦିଗରେ ପ୍ରଚୁର ଅଧ୍ୟୟନ କରୁଥିଲେ। ଯୁବାବସ୍ଥା ସମୟରେ ସେ ବିଭିନ୍ନ ଖବରକାଗଜରେ ମହାକାଶ ସମ୍ବନ୍ଧୀୟ ଲେଖା ଓ ଚିତ୍ର ଦେଖିବା ମାତ୍ରେ ସେଗୁଡ଼ିକୁ ସଂଗ୍ରହ କରି ରଖୁଥିଲେ। ଭାରତର ଇସ୍ରୋ ଏବଂ ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର କାର୍ଯ୍ୟ ଓ ଯାତ୍ରା ଉପରେ ସେ ଦୃଷ୍ଟି ନିବଦ୍ଧ କରିଥିଲେ। ‘ଇଚ୍ଛା ଥିଲେ ଉପାୟ ଆପେ ମିଳିବା’ ଭଳି ଋତୁ ବିଜ୍ଞାନ ପାଠ ପ୍ରତି ଆକର୍ଷିିତ ହୋଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର କରିବା ପରେ ସେ ସେଠାକାର ପଦାର୍ଥ ବିଜ୍ଞାନ ବିଭାଗରେ ଡକ୍ଟରେଟ୍‌ ପାଠ୍ୟକ୍ରମରେ ନାମ ପଞ୍ଜୀକରଣ କରିଥିଲେ। ସମୟ ଏମିତି ଆସିଥିଲା ସେ ଲକ୍ଷ୍ମୌ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ପାଠ ପଢ଼ାଇବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ସମୟରେ ସେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରେ ଏରୋସ୍ପେସ୍‌ ଇଞ୍ଜିନିୟରିଂ ପଢ଼ିବାକୁ ଯାଇଥିଲେ। ବିନା କୋଚିଂରେ ଏତେ ଯାଏ ଉଚ୍ଚଶିକ୍ଷା କରିବା ନିଶ୍ଚିତ ଭାବେ ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲା।
ଋତୁଙ୍କ କର୍ମମୟ ଜୀବନ ଦେଖିଲେ ସେ ୧୯୯୭ରେ ଇସ୍ରୋରେ ଯୋଗ ଦେଇଥିଲେ। ତାଙ୍କ ପାଇଁ ମଙ୍ଗଳାୟାନରେ କାର୍ଯ୍ୟ କରିବା ଥିଲା ବଡ଼ ଦାୟିତ୍ୱ। ସେହି ମିଶନ୍‌ର ଡେପୁଟି ଅପରେଶନ ଡାଇରେକ୍ଟର ଭାବେ ସେ କାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳାୟାନ ଇସ୍ରୋକୁ ଅନ୍ୟତମ ବୃହତ୍‌ ସଫଳତା ଆଣିଦେଇଥିଲା। ମଙ୍ଗଳରେ ପହଞ୍ଚତ୍ବାରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଗୌରବ ଅର୍ଜନ କରିଥିଲା। ତେବେ ୨୦୧୯ରେ ଭାରତର ଚନ୍ଦ୍ରୟାନ-୨ର ମଧ୍ୟ ଋତୁ ମିଶନ ଡାଇରେକ୍ଟର ଥିଲେ। କିନ୍ତୁ ଏହି ମିଶନ୍‌ ସଫଳତା ପାଇପାରି ନ ଥିଲା। ଚନ୍ଦ୍ରୟାନ-୩ର ମୁଖ୍ୟ ହେବା ତାଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିଦେଇଥିଲା। ତାଙ୍କ ନେତୃତ୍ୱରେ ଟିମ୍‌ ପ୍ରାରମ୍ଭିକ ସଫଳତା ଅର୍ଜନ କରିବା ନିଶ୍ଚିତ ଭାବେ ଗୌରବର ବିଷୟ।
ଏକ ମଧ୍ୟବିତ୍ତ ପରିବାରରୁ ଆସି କଠିନ ଅଧ୍ୟବସାୟ ବଳରେ ଋତୁ ମହକାଶ ଯାତ୍ରାରେ ଗୋଟେ ପରେ ଗୋଟେ ସୋପାନରେ ଊତ୍ତୀର୍ଣ୍ଣ ହୋଇଚାଲିଛନ୍ତି। ୨୦୦୭ରେ ତତ୍‌କାଳୀନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମଙ୍କ ନିକଟରୁ ସେ ‘ଇସ୍ରୋ ୟଙ୍ଗ୍‌ ସାଇଣ୍ଟିଷ୍ଟ ଆଓ୍ବାର୍ଡ’ ପାଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଭାବେ ସେ ସେଠାରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପାଇବା ପରେ ଆନନ୍ଦିତ ହୋଇଥିଲେ। ଚନ୍ଦ୍ରୟାନ-୩ ମିଶନ୍‌ର କ୍ୟାପ୍‌ଟେନ ଭାବେ କାର୍ଯ୍ୟ କରିଥିବା ଋତୁ ଭାରତର ‘ରକେଟ ଓମେନ୍‌’ ଭାବେ ପରିଚିତି ହାସଲ କରି ସେ ବର୍ତ୍ତମାନ ଯୁବ ବୈଜ୍ଞାନିକଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri