Categories: ବାଣିଜ୍ୟ

ନୂଆ ରୂପରେ ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋର

ଭୁବନେଶ୍ୱର,୧୬।୩ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଗହଣା ରିଟେଲ ବ୍ରାଣ୍ଡ୍‌ ତନିସ୍କର ସର୍ବବୃହତ୍‌ ଆଉଟ୍‌ଲେଟ୍‌ ‘ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋର’ର ପୁନଃ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଷ୍ଟୋର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ପୂର୍ବ) ସୋମପ୍ରଭ ସିଂହ ଏବଂ ମୁଖ୍ୟ (ମର୍ଚ୍ଚାଣ୍ଡାଇଜିଂ ଏବଂ ଏନ୍‌ପିଡି) ସୁନୀଲ ରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋରର ମୁଖ୍ୟ ଯୋଗେନ୍ଦ୍ର ହଂସଙ୍କ ସମେତ ମାଣିକ ହଂସ, ଲିପ୍ସା ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ତନିସ୍କ ପକ୍ଷରୁ ଆକର୍ଷଣୀୟ ଉଦ୍‌ଘାଟନୀ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ସୁନାଗହଣାର ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ସେହିଭଳି ଷ୍ଟଡେଡ୍‌ ଗହଣା ପାଇଁ ହୀରା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଥିବାବେଳେ ଏହି ଅଫର ଅନ୍ତର୍ଗତ ଗ୍ରାହକ ପ୍ରତ୍ୟେକ କ୍ରୟ ଉପରେ ଏକ ମାଗଣା ସୁନା ମୁଦ୍ରା ମଧ୍ୟ ପାଇବେ। ଏପରିକି ପୁରୁଣା ସୁନା ବଦଳାଇ ମନଲୋଭା ଡିଜାଇନ୍‌ର ନୂଆ ସୁନା ଗହଣା ପାଇପାରିବେ। ସେହିଭଳି ଯେକୌଣସି ଗହଣା ଷ୍ଟୋରରୁ କିଣାଯାଇଥିବା ୨୨କ୍ୟାରେଟ୍‌ ଏବଂ ତଦୂର୍ଦ୍ଧ୍ୱ କ୍ୟାରେଟ୍‌ର ପୁରୁଣା ସୁନା ବଦଳ ଉପରେ ଶତ ପ୍ରତିଶତ ମୂଲ୍ୟ ପ୍ରଦାନ କରାଯାଉଛି। ବିଶେଷକରି ୧୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ନବନିର୍ମିତ ଷ୍ଟୋରରେ ଚମକଦାର ସୁନା, ଉଜ୍ଜ୍ୱଳ ହୀରା, କୁନ୍ଦନ ଓ ପୋଲ୍‌କିରେ ପ୍ରସ୍ତୁତ ତନିସ୍କର ଅନନ୍ୟ ଡିଜାଇନ୍‌ ସମ୍ଭାର ଉପଲବ୍ଧ ରହିଛି। ଏ ସମ୍ପର୍କରେ ତନିସ୍କର ଏରିଆ ବିଜ୍‌ନେସ୍‌ ମ୍ୟାନେଜର (ପୂର୍ବ) ଅରିନ୍ଦମ ପାରମାଣିକ କହିଛନ୍ତି, ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋରର ପୁତ୍ନଃ ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହି ସମ୍ପ୍ରସାରଣ ସହ ତନିସ୍କର ପରମ୍ପରାକୁ ବଜାୟ ରଖିବା ଏବଂ ସବୁ ଅବସର ପାଇଁ ଗ୍ରାହକଙ୍କୁ ମନୋରମ ଶପିଂ ଅନୁଭୂତି ପ୍ରଦାନ ନେଇ ଆମେ ଆଉ ପାଦେ ଆଗକୁ ବଢ଼ିଛୁ। ଏପରିକି ଉକ୍ତ ଷ୍ଟୋରର ସମ୍ମୁଖ ଭାଗ ଭୁବନେଶ୍ୱରର ମନ୍ଦିରମାଳା, ପଟ୍ଟଚିତ୍ର ପେଣ୍ଟିଂ ଏବଂ ପିପିଲର ଚାନ୍ଦୁଆ କାମ ଦ୍ୱାରା ଅନୁପ୍ରାଣିତ ତଥା ଅତି ଯତ୍ନର ସହ ତିଆରି ମୋଟିଫ୍‌ଗୁଡ଼ିକରେ ସଜ୍ଜିତ ହୋଇଛି। ବିଶେଷକରି ପୁରସ୍କାରପ୍ରାପ୍ତ ଶିଳ୍ପୀ ଅନିଲ କୁମାର ମହାରାଣାଙ୍କ ଦ୍ୱାରା ବାଲୁକା ପଥର ସ୍ଲାବ୍‌ରୁ ଖୋଦିତ ଏହି ଜଟିଳ କଳାକୃତି ଓଡ଼ିଶାର ସମୃଦ୍ଧ କଳା ଐତିହ୍ୟର ପ୍ରତିଫଳନ। ଶୋ’ରୁମ୍‌ ଭିତରେ ଅତି ଜଟିଳ ଭାବେ ଖୋଦିତ ଛାତ ମଧ୍ୟ ଓଡ଼ିଶାର କଳାକୃତିକୁ ପ୍ରଦର୍ଶିତ କରୁଛି।

Share