ନୂଆ ରୂପରେ ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋର

ଭୁବନେଶ୍ୱର,୧୬।୩ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଗହଣା ରିଟେଲ ବ୍ରାଣ୍ଡ୍‌ ତନିସ୍କର ସର୍ବବୃହତ୍‌ ଆଉଟ୍‌ଲେଟ୍‌ ‘ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋର’ର ପୁନଃ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଷ୍ଟୋର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ପୂର୍ବ) ସୋମପ୍ରଭ ସିଂହ ଏବଂ ମୁଖ୍ୟ (ମର୍ଚ୍ଚାଣ୍ଡାଇଜିଂ ଏବଂ ଏନ୍‌ପିଡି) ସୁନୀଲ ରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋରର ମୁଖ୍ୟ ଯୋଗେନ୍ଦ୍ର ହଂସଙ୍କ ସମେତ ମାଣିକ ହଂସ, ଲିପ୍ସା ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ତନିସ୍କ ପକ୍ଷରୁ ଆକର୍ଷଣୀୟ ଉଦ୍‌ଘାଟନୀ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ସୁନାଗହଣାର ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ସେହିଭଳି ଷ୍ଟଡେଡ୍‌ ଗହଣା ପାଇଁ ହୀରା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଥିବାବେଳେ ଏହି ଅଫର ଅନ୍ତର୍ଗତ ଗ୍ରାହକ ପ୍ରତ୍ୟେକ କ୍ରୟ ଉପରେ ଏକ ମାଗଣା ସୁନା ମୁଦ୍ରା ମଧ୍ୟ ପାଇବେ। ଏପରିକି ପୁରୁଣା ସୁନା ବଦଳାଇ ମନଲୋଭା ଡିଜାଇନ୍‌ର ନୂଆ ସୁନା ଗହଣା ପାଇପାରିବେ। ସେହିଭଳି ଯେକୌଣସି ଗହଣା ଷ୍ଟୋରରୁ କିଣାଯାଇଥିବା ୨୨କ୍ୟାରେଟ୍‌ ଏବଂ ତଦୂର୍ଦ୍ଧ୍ୱ କ୍ୟାରେଟ୍‌ର ପୁରୁଣା ସୁନା ବଦଳ ଉପରେ ଶତ ପ୍ରତିଶତ ମୂଲ୍ୟ ପ୍ରଦାନ କରାଯାଉଛି। ବିଶେଷକରି ୧୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ନବନିର୍ମିତ ଷ୍ଟୋରରେ ଚମକଦାର ସୁନା, ଉଜ୍ଜ୍ୱଳ ହୀରା, କୁନ୍ଦନ ଓ ପୋଲ୍‌କିରେ ପ୍ରସ୍ତୁତ ତନିସ୍କର ଅନନ୍ୟ ଡିଜାଇନ୍‌ ସମ୍ଭାର ଉପଲବ୍ଧ ରହିଛି। ଏ ସମ୍ପର୍କରେ ତନିସ୍କର ଏରିଆ ବିଜ୍‌ନେସ୍‌ ମ୍ୟାନେଜର (ପୂର୍ବ) ଅରିନ୍ଦମ ପାରମାଣିକ କହିଛନ୍ତି, ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋରର ପୁତ୍ନଃ ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହି ସମ୍ପ୍ରସାରଣ ସହ ତନିସ୍କର ପରମ୍ପରାକୁ ବଜାୟ ରଖିବା ଏବଂ ସବୁ ଅବସର ପାଇଁ ଗ୍ରାହକଙ୍କୁ ମନୋରମ ଶପିଂ ଅନୁଭୂତି ପ୍ରଦାନ ନେଇ ଆମେ ଆଉ ପାଦେ ଆଗକୁ ବଢ଼ିଛୁ। ଏପରିକି ଉକ୍ତ ଷ୍ଟୋରର ସମ୍ମୁଖ ଭାଗ ଭୁବନେଶ୍ୱରର ମନ୍ଦିରମାଳା, ପଟ୍ଟଚିତ୍ର ପେଣ୍ଟିଂ ଏବଂ ପିପିଲର ଚାନ୍ଦୁଆ କାମ ଦ୍ୱାରା ଅନୁପ୍ରାଣିତ ତଥା ଅତି ଯତ୍ନର ସହ ତିଆରି ମୋଟିଫ୍‌ଗୁଡ଼ିକରେ ସଜ୍ଜିତ ହୋଇଛି। ବିଶେଷକରି ପୁରସ୍କାରପ୍ରାପ୍ତ ଶିଳ୍ପୀ ଅନିଲ କୁମାର ମହାରାଣାଙ୍କ ଦ୍ୱାରା ବାଲୁକା ପଥର ସ୍ଲାବ୍‌ରୁ ଖୋଦିତ ଏହି ଜଟିଳ କଳାକୃତି ଓଡ଼ିଶାର ସମୃଦ୍ଧ କଳା ଐତିହ୍ୟର ପ୍ରତିଫଳନ। ଶୋ’ରୁମ୍‌ ଭିତରେ ଅତି ଜଟିଳ ଭାବେ ଖୋଦିତ ଛାତ ମଧ୍ୟ ଓଡ଼ିଶାର କଳାକୃତିକୁ ପ୍ରଦର୍ଶିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri