ଦୃଷ୍ଟିହୀନ ସ୍ବାମୀଙ୍କୁ ଧରି ଭିକ ମାଗୁଛନ୍ତି ଚନ୍ଦ୍ରମଣି

ଖଇରା,୬।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅମରିଆ ଗ୍ରାମର ଚନ୍ଦ୍ରମଣି ମୁଖୀଙ୍କ ଗୋଟିଏ ପରେ ଗୋଟିଏ ଦୁଃଖ ଭୋକ ଶୋଷ ଛଡାଇନେଇଛି। ସେହି ଦୁଃଖକୁ ଏବେ ସେ କାନ୍ଧ ଗାମୁଛା କରି ୪ ପେଟ ପାଇଁ ଦାନା, ଦୃଷ୍ଟିହୀନ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ଯୋଗାଡରେ ଭିକ୍ଷା ଥାଳ ଧରି ଗାଁ ଗାଁ ବୁଲୁଛନ୍ତି। ଏଭଳି ପରିସ୍ଥିତିରେ କୌଣସି ବଦାନ୍ୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସଙ୍ଗଠନ ତାଙ୍କୁ ସହାୟତା କରିବାକୁ ଆକୁଳ ବିନୀତି କରିଛନ୍ତି। ପ୍ରଥମେ ସ୍ବାମୀ ନରେନ୍ଦ୍ର ମୁଖିଙ୍କର ଆଖି ଖରାପ ହୋଇଥିଲା। ଧୀରେ ଧୀରେ ଅଧିକ ଖରାପ ହେବାରୁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ଗଲେ। ହେଲେ ଡାକ୍ତର ଆଉ ବିନା ଅସ୍ତ୍ରୋପଚାରରେ ଭଲ ହେବ ନାହିଁ ବୋଲି କହିଥିଲେ। ଏତିକିବେଳେ ପୁଅ ଲକ୍ଷ୍ମୀଧର ଧାନପିଟା ଥ୍ରେସର ମେଶିନରେ କାମ କରୁଥିବା ବେଳେ ଡାହାଣ ହାତଟି ପଶିଯିବାରୁ ତାହା ଭାଙ୍ଗିଗଲା। ଏଇଠି ମଧ୍ୟ ଦୁଃଖ ସରି ନ ଥିଲା। ଦଶମ ଶ୍ରେଣୀରେ ପଢୁଥିବା ଝିଅ ପ୍ରତିମା ଖରାପ ରାସ୍ତାରେ ସାଇକେଲରୁ ପଡିଯିବାରୁ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇପାରିଲାନି। ଝିଅପୁଅ ଏକପ୍ରକାର ଅକର୍ମଣ୍ୟ ହୋଇ ଘରେ ପଡିରହିଛନ୍ତି। ଯଦିଓ ବିଜୁ ସ୍ବାସ୍ଥ୍ୟକାର୍ଡରେ ସ୍ବାମୀଙ୍କ ଆଖିରେ ଅସ୍ତ୍ରୋପଚାର ହୋଇପାରିବ ବୋଲି ଡାକ୍ତର କହୁଥିଲେ ହେଁ କଟକ କି ଭୁବନେଶ୍ୱର ଯିବା, ରହିବା ଓ ଔଷଧ କିଣା ଖର୍ଚ୍ଚ ଭରଣ କରିବା କଷ୍ଟସାଧ୍ୟ ହୋଇପଡୁଛି। ଏଣୁ ଖର୍ଚ୍ଚ ଯୋଗାଡ ପାଇଁ ଓ ସନ୍ତାନଙ୍କ ପେଟକୁ ଦାନା ପାଇଁ ସେ ଘରକୁ ଯାଇ ଅବସ୍ଥା ବିଷୟରେ କହୁଥିବା ନେଇ ଚନ୍ଦ୍ରମଣି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri