Posted inଜାତୀୟ

ଚନ୍ଦ୍ରଚୂଡ଼ ହେଲେ ୫୦ ତମ ପ୍ରଧାନ ବିଚାରପତି, ୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ କାର୍ଯ୍ୟକାଳ…

ନୂଆଦିଲ୍ଲୀ,୯।୧୧ : ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଡିଓ୍ବାଇ ଚନ୍ଦ୍ରଚୂଡ଼ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ ରହିଛି।

ଜଷ୍ଟିସ ଚନ୍ଦ୍ରଚୂଡ଼ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ସ୍ଥାନ ନେଇଛନ୍ତି। ସେ ୧୧ ଅକ୍ଟୋବରରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ହେବାକୁ ସୁପାରିଶ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ୧୭ ଅକ୍ଟୋବରରେ ପରବର୍ତ୍ତୀ ପ୍ରଧାନବିଚାରପତି ଭାବରେ ନିଯୁକ୍ତ କରିଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡ ୧୧ ନଭେମ୍ବର ୧୯୫୯ ରେ ଜନ୍ମଗ୍ରହଣ କରିଥିଲେ। ସେ ୧୩ ମେ ୨୦୧୬ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ। ୨୯ ମାର୍ଚ୍ଚ ୨୦୦୦ ରୁ ୩୧ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟର ବିଚାରପତି ଥିଲେ। ଏହା ପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଜୁନ ୧୯୯୮ ରେ ଜଣେ ବରିଷ୍ଠ ଆଡଭୋକେଟ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ସେହି ବର୍ଷ ଅତିରିକ୍ତ ସୋଲିସିଟର ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା।

ଐତିହାସିକ ବିଚାର ପ୍ରଦାନ କରୁଥିବା ଜଷ୍ଟିସ ଚନ୍ଦ୍ରଚୂଡ ବହୁ ସାମ୍ବିଧାନିକ ବେଞ୍ଚ ଏବଂ ସୁପ୍ରିମକୋର୍ଟ ବେଞ୍ଚର ଏକ ଅଂଶ ରହିଛନ୍ତି। ଏଥି ମଧ୍ୟରେ ଅଯୋଧ୍ୟା ଜମି ବିବାଦ, ଆଇପିସିର ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ଅପରାଧୀକରଣ, ଆଧାର ଯୋଜନାର ବୈଧତା, ସାବରିମାଲା ପ୍ରସଙ୍ଗ, ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ ଆୟୋଗ, ଭାରତୀୟ ନୌସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ ଆୟୋଗ ଅନ୍ତର୍ଭୁକ୍ତ।

ସେ ସେଣ୍ଟ ଷ୍ଟିଫେନ୍ସ କଲେଜ, ଦିଲ୍ଲୀରୁ କ୍ୟାମ୍ପସ ଆଇନ କେନ୍ଦ୍ର, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଏବଂ ଆମେରିକାର ହାର୍ଭାର୍ଡ ଲ ସ୍କୁଲରୁ ଫୋରେନସିକ ସାଇନ୍ସରେ ଏଲଏଲଏମ ଏବଂ ଡକ୍ଟରେଟ କରିଥିଲେ।

ତାଙ୍କ ପିତାଙ୍କର ପ୍ରଧାନ ବିଚାରପତି ଭାବରେ ପ୍ରାୟ ସାତ ବର୍ଷ ଚାରି ମାସ କାର୍ଯ୍ୟକାଳ ଥିଲା। ଯାହା ସୁପ୍ରିମକୋର୍ଟ ଇତିହାସରେ ଜଣେ ପ୍ରଧାନ ବିଚାରପତିଙ୍କର ଦୀର୍ଘତମ କାର୍ଯ୍ୟକାଳ। ସେ ୨୨ ଫେବୃଆରୀ ୧୯୭୮ ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri