ମାଘସପ୍ତମୀ ନୀତିନିର୍ଘଣ୍ଟ: ଭୋର ୪ଟା ୪୧ରୁ ବୁଡ଼ ପକାଇବେ ଶ୍ରଦ୍ଧାଳୁ

କୋଣାର୍କ,୧୬ା୧(ଜ୍ୟୋତିରାଜ ମହାନ୍ତି): କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ନିମନ୍ତେ ଦ୍ବିତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା ୨୪ ତାରିଖ ୬ଷ୍ଠୀ ରାତିରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ତ୍ରିଶମ୍ଭୁଙ୍କ ମହାସ୍ନାନ ଅନୁଷ୍ଠିତ ହେବା ପରେ ୨୫ ତାରିଖ ପ୍ରତ୍ୟୁଷରୁ ପବିତ୍ର ମାଘସପ୍ତମୀ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାଠାରେ ବାରୁଣୀ ବୁଡ଼ ପକାଇବେ। ମାଧିପୁର ଗ୍ରାମର ତ୍ରିବେଣୀଶ୍ବର, କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ଓ ସନ୍ଥପୁର ଗ୍ରାମର ଐଶାନେଶ୍ୱର ମହାଦେବ ନିଜ ନିଜ ପୀଠରୁ ବାହାରି ୮ଟା ୧୦ରେ ବିମାନରେ ବିଜେ କରିବେ।

ବ୍ୟାପକ ସାଜସଜ୍ଜା ଓ ଆଲୋକ ବ୍ୟବସ୍ଥା ମାଧ୍ୟମରେ ୬ଷ୍ଠୀ ରାତି ୧୧ଟାରେ କୋଣାର୍କ ଏନ୍‌ଏସି ଭୋଗ ମଣ୍ଡପରେ ପହଞ୍ଚିବା ପରେ ରାତି ୧୨ଟାରୁ ୧ଟା ପର୍ଯ୍ୟନ୍ତ ତ୍ରିଶମ୍ଭୁଙ୍କ ଭୋଗ ଲାଗି କରାଯିବ। ପରେ ତ୍ରିଶମ୍ଭୁ ଶୋଭାଯାତ୍ରାରେ ଯାଇ କୋଣାର୍କ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଓ କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଠାରେ ଭୋଗ ଲାଗି ହୋଇସାରି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

ତୀର୍ଥ ପୁଷ୍କରିଣୀ ସ୍ନାନମଣ୍ଡପରେ ଠାକୁରଙ୍କ ସ୍ନାନ କାର୍ଯ୍ୟ ସମ୍ପାଦନ ହେବ। ମାଘସପ୍ତମୀ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ ବୋଲି ସମନ୍ବୟ ବୈଠକରେ ନିଷ୍ପତ୍ତି ହୋଇଛି।

ନିରବଚ୍ଛିନ୍ନ ପାନୀୟ ଜଳଯୋଗାଣ ନିମନ୍ତେ ଓ୍ବାଟ୍‌କୋ ପକ୍ଷରୁ ୬୦ଟି ଅସ୍ଥାୟୀ ନଳକୂପ ଖନନ, ୭ଟି ଅସ୍ଥାୟୀ ପାଇଖାନା ଓ ୪ଟି ଟ୍ୟାଙ୍କର ନିୟୋଜିତ କରାଯିବ। କୋଣାର୍କ ଏନ୍‌ଏସି ପକ୍ଷରୁ ପରିମଳ ଓ ସଫେଇ ବ୍ୟବସ୍ଥା, କୋଣାର୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୨୦ଟି ଉନ୍ନତମାନର ପାଇଖାନା ନିର୍ମାଣ ହେବ।

କରାଯିବ ଡ୍ରେନେଜ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଖନନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମାଘ ୬ଷ୍ଠୀଠାରୁ ମାଘସପ୍ତମୀ ଭୋର ସମୟ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ପ୍ରଦାନ ସହ ୪ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ୪ଟି ଆମ୍ବୁଲାନ୍ସ ମୁତୟନ କରାଯିବ। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ହଜିଲା ଖୋଜିଲା ମଞ୍ଚ ସହ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

ବୈଠକରେ ଏସ୍‌ପି ପ୍ରତୀକ ସିଂ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଶରତ ଚନ୍ଦ୍ର ମହାପାତ୍ର, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପସଚିବ ସନ୍ତୋଷ କୁମାର ସେଠୀ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଯୋଗଦେଇଥିଲେ। ସେହିପରି ଉପଜିଲାପାଳ ରାଜକିଶୋର ଜେନା, ଅତିରିକ୍ତ ଏସ୍‌ପି ସଚିନ ପଟେଲ, ନିମାପଡ଼ା ଏସ୍‌ଡିପିଓ ଜନାର୍ଦ୍ଦନ ପାଢ଼ୀ, କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା, ଗୋପ ତହସିଲଦାର ସୂର୍ଯ୍ୟଶଙ୍କର ଦାଶ, କାକଟପୁର ବିଡିଓ ନାରାୟଣ ଦୀକ୍ଷିତ, ଗୋପ ବିଡିଓ ଛବିରାଣୀ ସାହୁ, କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା ଏବଂ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

ଦେବୀ ପ୍ରସାଦଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଛୁଟିଲା ଶୁଭେଚ୍ଛାର ସୁଅ

ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି।...

ଗୋମାଫିଆଙ୍କ ଘରେ ରେଡ୍‌: ବିଡ଼ା ବିଡ଼ା ଟଙ୍କା ଦେଖି ସମସ୍ତେ ତାଜୁବ

ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ...

ଅସହ୍ୟ ଜାଡ଼: ପାଣିରେ ହାତ ଦେବା ହୋଇପଡ଼ୁଛି କଷ୍ଟ

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ...

ବିବାହ ନ କରିବାରୁ ପ୍ରେମିକାଙ୍କୁ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇଥିଲେ ପ୍ରେମିକ, ଘଟଣାରେ ପ୍ରେମିକଙ୍କୁ ହେଲା ଆଜୀବନ ଜେଲ ଦଣ୍ଡ

ଛତ୍ରପୁର, ୧୭।୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ପ୍ରେମିକ ବିବାହ ନ କରିବାରୁ ପ୍ରେମିକାଙ୍କୁ ସ୍ପିରିଟ ଢାଳି ନିଆଁ ଲଗାଇ...

ବଙ୍ଗରୁ ଓଡ଼ିଶା ଆସିବ ନିବେଶ

ଭୁବନେଶ୍ୱର,୧୭ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଦୁଇଦିନିଆ ନିବେଶକ ସମ୍ମିଳନୀରୁ ଶନିବାର ବିପୁଳ ପରିମାଣର ନିବେଶ ଓଡ଼ିଶା ଆସିବା ସମ୍ଭାବନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri