୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ ରାଶିକୁ ସତର୍କ ରହିବାକୁ ପଡ଼ିବ ଏବଂ କେଉଁ କେଉଁ ବିଷୟରେ ସାବଧାନତା ଅବଲମ୍ବନ କରିବାକୁ ହେବ।
୨୮ ଅଗଷ୍ଟ ୨୦୨୬ରେ ବର୍ଷର ଦ୍ୱିତୀୟ ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଏଥିପାଇଁ ଖାସ୍ କାରଣ ଏହା ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍ ରକ୍ଷାବନ୍ଧନ ଦିନ ପଡ଼ୁଛି। ମହାକାଶୀୟ ଗଣନା ଅନୁଯାୟୀ ଏହା ଏକ ଗଭୀର ଆଂଶିକ ଚନ୍ଦ୍ରଗ୍ରହଣ ହେବ। ତେବେ ଭାରତରେ ଦିନ ସମୟରେ ହେଉଥିବାରୁ ଏହି ଗ୍ରହଣ ଦୃଶ୍ୟମାନ ହେବ ନାହିଁ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ଅଲଗା ଅଲଗା ପ୍ରକାରର ପଡ଼ିପାରେ ଏବଂ କିଛି ରାଶିକୁ ଏହି ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

କେବେ ଲାଗିବ ଚନ୍ଦ୍ରଗ୍ରହଣ?

୨୮ ଅଗଷ୍ଟରେ ଚନ୍ଦ୍ରଗ୍ରହଣ ଭାରତୀୟ ସମୟାନୁସାରେ ସକାଳ ପ୍ରାୟ ୬ଟା ୫୪ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟା ୩୨ ମିନିଟ୍ ପର୍ଯ୍ୟନ୍ତ ରହିବ। ଗ୍ରହଣର ମୁଖ୍ୟ ଆଂଶିକ ପର୍ଯ୍ୟାୟ ସକାଳ ୮ଟା ୦୪ ମିନିଟ୍‌ରୁ ୧୧ଟା ୨୨ ମିନିଟ୍ ପର୍ଯ୍ୟନ୍ତ ରହିବ, ଯେତେବେଳେ କି ଏହାର ଚରମ ସୀମା ସକାଳ ୯ଟା ୪୩ ମିନିଟ୍‌ରେ ହେବ। ଭାରତରେ ଗ୍ରହଣ ଦୃଶ୍ୟମାନ ହେବ ନାହିଁ, କାରଣ ସେହି ସମୟରେ ଚନ୍ଦ୍ରମା ଦିଗବଳୟ (ହୋରାଇଜନ୍) ତଳେ ରହିବେ। ଏହି କାରଣରୁ ଭାରତରେ ସୂତକ କାଳ ଲାଗୁ ହେବା ନେଇ ସାଧାରଣତଃ ମାନ୍ୟତା ନାହିଁ।
ଜ୍ୟୋତିଷୀୟ ଗଣନାରେ ଏହି ଗ୍ରହଣ କୁମ୍ଭ ରାଶି ଏବଂ ଶତଭିଷା ନକ୍ଷତ୍ର ସହ ଜଡ଼ିତ ବୋଲି ମାନାଯାଉଛି। ଗ୍ରହଣ ସମୟରେ ଚନ୍ଦ୍ର ଏବଂ ହୁଙ୍କ ସମ୍ବନ୍ଧ ସୃଷ୍ଟି ହେଉଥିବା ହେତୁ ମନ, ଭାବନା, ନିଷ୍ପତ୍ତି ନେବାର କ୍ଷମତା ଏବଂ ମାନସିକ ସ୍ଥିତି ସହ ଜଡ଼ିତ ବିଷୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ତେବେ ଏଗୁଡ଼ିକ ଜ୍ୟୋତିଷୀୟ ମାନ୍ୟତା, ଏହାକୁ ବୈଜ୍ଞାନିକ ଭବିଷ୍ୟବାଣୀ ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ।

ମେଷ ରାଶି

ମେଷ ରାଶିର ବ୍ୟକ୍ତିମାନଙ୍କୁ ଏହି ସମୟରେ ମାନସିକ ଚାପ ଏବଂ ଅସ୍ଥିରତାର ସାମ୍ନା କରିବାକୁ ପଡ଼ିପାରେ। ଛୋଟ ଛୋଟ କଥାକୁ ନେଇ ଚିନ୍ତା ବଢ଼ିପାରେ। କାର୍ଯ୍ୟରେ ହଠାତ୍ ବାଧା ଆସିବା ଯୋଗୁଁ ଆତ୍ମବିଶ୍ୱାସ ପ୍ରଭାବିତ ହୋଇପାରେ। ପ୍ରେମ ସମ୍ପର୍କ ଏବଂ ସନ୍ତାନ ସମ୍ବନ୍ଧୀୟ ବିଷୟରେ ମଧ୍ୟ ଧୈର୍ଯ୍ୟ ରଖିବା ଭଲ ହେବ। ଶୀଘ୍ରତାରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମିଥୁନ ରାଶି

ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ମାମଲାରେ ସାବଧାନତା ଜରୁରୀ ରହିବ। ଆୟ ତୁଳନାରେ ଖର୍ଚ୍ଚ ବୃଦ୍ଧି ପାଇବାର ସ୍ଥିତି ସୃଷ୍ଟି ହୋଇପାରେ। ହଠାତ୍ ଆସିଥିବା ଖର୍ଚ୍ଚ ବଜେଟ୍ ବିଗାଡ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ।

ସିଂହ ରାଶି

ସିଂହ ରାଶିର ବ୍ୟକ୍ତିମାନେ ଧନ ଏବଂ ସମ୍ପର୍କ ମାମଲାରେ ସତର୍କ ରହିବା ଉଚିତ୍। ଦାମ୍ପତ୍ୟ ଜୀବନରେ ଛୋଟ କଥାକୁ ନେଇ ତିକ୍ତତା ବଢ଼ିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଏବଂ ନିଜର ଦୈନନ୍ଦିନ ଦିନଚର୍ଯ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ନଜାଣି ନିବେଶ କରିବା କ୍ଷତିକାରକ ହୋଇପାରେ। କାହାକୁ ବଡ଼ ଧରଣର ଟଙ୍କା ଉଧାର ଦେବାରୁ ନିବୃତ୍ତ ରୁହନ୍ତୁ।

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଗ୍ରହଣ ସମୟରେ ନୂଆ କାର୍ଯ୍ୟ ଆରମ୍ଭ କରିବା ନେଇ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଆଶା ମୁତାବକ ନରହିବା ଯୋଗୁଁ ଚାପ ସୃଷ୍ଟି ହୋଇପାରେ। କୌଣସି ଆପଣାର ବ୍ୟକ୍ତିଙ୍କ ସହ ମତଭେଦ ସ୍ଥିତି ମଧ୍ୟ ଉପୁଜିପାରେ। ହଠାତ୍ ନିଷ୍ପତ୍ତି ନେବା ପରିବର୍ତ୍ତେ ପରିସ୍ଥିତିକୁ ବୁଝି ଆଗକୁ ବଢ଼ନ୍ତୁ।

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଅସ୍ଥିରତା ରହିପାରେ। ବ୍ୟବସାୟୀମାନେ କୌଣସି ଚୁକ୍ତିରେ ଶୀଘ୍ରତା କରିବା ଉଚିତ୍ ନୁହେଁ। ଆପଣଙ୍କ କୌଣସି କଥାର ଭୁଲ୍ ଅର୍ଥ ବାହାର କରାଯାଇପାରେ, ତେଣୁ ସାର୍ବଜନୀନ କିମ୍ବା ପେଶାଦାର କଥାବାର୍ତ୍ତାରେ ସଂଯମତା ରଖନ୍ତୁ। ପ୍ରେମ ସମ୍ପର୍କରେ ମଧ୍ୟ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ଯାତ୍ରା ଯୋଜନା କରିବା ସମୟରେ ଅଧିକ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ ରାଶି

କୁମ୍ଭ ରାଶି ଉପରେ ଏହି ଗ୍ରହଣର ପ୍ରଭାବ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ମାନାଯାଉଛି, କାରଣ ଜ୍ୟୋତିଷୀୟ ଗଣନା ଅନୁଯାୟୀ ଗ୍ରହଣ ଏହି ରାଶି ସହ ଜଡ଼ିତ। ଏହି ସମୟରେ ବୈବାହିକ ଜୀବନ, ସନ୍ତାନ ଏବଂ ଆର୍ଥିକ ମାମଲାରେ ଚାପଜନକ ସ୍ଥିତି ସୃଷ୍ଟି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ସତ୍ତ୍ୱେ ଆଶାଜନକ ଫଳ ନମିଳିବାରୁ ନିରାଶା ଆସିପାରେ। ଅଜଣା ବ୍ୟକ୍ତିଙ୍କ ସହ ଟଙ୍କା ପଇସା କାରବାର କରିବାରୁ ନିବୃତ୍ତ ରୁହନ୍ତୁ।

Share