ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଏସବୁ ରାଶି ଲାଗି ବହୁତ ଅଶୁଭ, ହୋଇଯାଆନ୍ତୁ ସାବଧାନ

ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥୀରେ ଲାଗୁଛି। ତାରିଖ ଅନୁଯାୟୀ ନଭେମ୍ବର ୮ରେ ଏହା ପଡ଼ିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୫ଟା ୩୨ରୁ ଗ୍ରହଣ ଆରମ୍ଭ ହୋଇ ୬ଟା ୧୮ ମିନିଟ୍‌ରେ ଶେଷ ହେବ। ବର୍ଷର ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। ଆସନ୍ତୁ ଜାଣିବା କାହାପାଇଁ ଏହା ଶୁଭ ରହିବ ଏବଂ କାହାପାଇଁ ଅଶୁଭ…

-ମେଷ ରାଶି: ମେଷ ରାଶି ଲୋକଙ୍କ ମାନସିକ ଚିନ୍ତା ବଢ଼ିବ। ଏହି ସମୟରେ ଦୈନିକ ରୋଜଗାରକୁ ନେଇ ଦୁଃଶ୍ଚିନ୍ତା ବଢ଼ିପାରେ। ଦାମ୍ପତ୍ୟ ଏବଂ ପ୍ରେମ ସମ୍ବନ୍ଧରେ ମତାନ୍ତର ସ୍ଥିତି ଉପୁଜିପାରେ। ଏହି ସମୟରେ ଜାତକଧାରୀଙ୍କ ମା’ ନଚେତ ବାପାଙ୍କୁ କଷ୍ଟ ହୋଇପାରେ।

-ବୃଷ ରାଶି: ଭାଇବନ୍ଧୁଙ୍କ ସହ ତିକ୍ତତା ବଢ଼ିପାରେ। ଗୃହ ଏବଂ ବାହନ କିଣାବିକାକୁ ନେଇ ଚିନ୍ତା ବଢ଼ିପାରେ। ନିଦ୍ରାରୋଗ ଦେଖାଦେଇପାରେ। ଆନ୍ତରିକ ଶତ୍ରୁଙ୍କର ବୃଦ୍ଧି ହେବ। ହେଲେ ଶେଷରେ ଆପଣ ବିଜେତା ହେବେ।

-କର୍କଟ ରାଶି: ଏହି ସମୟରେ ମନ ଅଶାନ୍ତ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇପାରେ। ଅକାରଣରେ ଚିନ୍ତା ବଢ଼ିବ। ଯଦି ପାଠପଢ଼ା ସମ୍ବନ୍ଧୀୟ କୌଣସି ନିର୍ଣ୍ଣୟ ନେବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ। ମାତାପିତାଙ୍କୁ ନେଇ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇପାରେ।

-ସିଂହ ରାଶି: ସରକାରୀ ନଚେତ ଉଚ୍ଚପଦାଧିକାରୀ ଚିନ୍ତାର କାରଣ ପାଲଟି ପାରନ୍ତି। ମନୋବଳ ଏବଂ ସ୍ବାସ୍ଥ୍ୟରେ ଅବରୋଧ ସ୍ଥିତି ଉତ୍ପନ୍ନ ହୋଇପାରେ। ପେଟ ଏବଂ ପାଦର ସମସ୍ୟା ବଢ଼ିବ। ଏହି ସମୟରେ ବିବାଦରେ ଫସନ୍ତୁ ନାହିଁ। ନିଜର କଥା ଉପରେ ସଂଯମତା ରଖନ୍ତୁ।

-କନ୍ୟା ରାଶି: ଏହି ସମୟରେ ଭାବିଚିନ୍ତି କାହାକୁ କିଛି କୁହନ୍ତୁ। ଆୟର ସାଧନକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିପାରେ। ମା’ଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

-ତୁଳା ରାଶି: ଏହି ସମୟରେ ମାନସିକ ସ୍ବାସ୍ଥ୍ୟରେ ଅବରୋଧର ସ୍ଥିତି ଉପୁଜିପାରେ। ମା’ଙ୍କୁ କଷ୍ଟର ସାମ୍ନା କରିବାକୁ ପଡ଼ିପାରେ। ଦାମ୍ପତ୍ୟ ଏବଂ ପ୍ରେମ ସମ୍ବନ୍ଧରେ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇପାରେ। ପରିଶ୍ରମ ସତ୍ତ୍ୱେ ଫଳ ମିଳିବାରେ କଷ୍ଟ ହୋଇପାରେ। ପେଟ ଏବଂ ପାଦ ସହ ଜଡ଼ିତ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି। ମନ ଅଶାନ୍ତ ରହିବ।

-ବିଛା ରାଶି: ମନୋବଳ ଏବଂ ସ୍ବାସ୍ଥ୍ୟକୁ ନେଇ ମନ ଅପ୍ରସନ୍ନ ରହିବ। ମନ ଅଶାନ୍ତ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ।

-ଧନୁ ରାଶି:ହଠାତ କ୍ରୋଧିତ ହୋଇଯାଇପାରନ୍ତି। ଏମିତିରେ ନିଜ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଦାମ୍ପତ୍ୟ ସୁଖ ଏବଂ ପ୍ରେମ ସମ୍ପର୍କରେ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇପାରେ। ମା’ବାପାଙ୍କୁ କଷ୍ଟର ସାମ୍ନା କରିବାକୁ ପଡ଼ିପାରେ। ସନ୍ତାନକୁ ନେଇ ମଧ୍ୟ ମନ ବ୍ୟସ୍ତ ରହିବ।

-ମକର ରାଶି: ଏହି ସମୟରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଜୀବନସାଥୀ ଏବଂ ପ୍ରେମ ସମ୍ବନ୍ଧକୁ ନେଇ ମନ ଅପ୍ରସନ୍ନ ରହିବ। ସନ୍ତାନକୁ ନେଇ ଚିନ୍ତା ରହିବ। ମାତାପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଲାଗି ରହିବ।

-ମୀନ ରାଶି: ଏହି ସମୟରେ ସନ୍ତାନକୁ ନେଇ ଚିନ୍ତା ସହ ମନୋବଳରେ ଅବରୋଧ ଉତ୍ପନ୍ନ ହୋଇପାରେ। ଭାଇଭଉଣୀ ଏବଂ ବନ୍ଧୁଙ୍କୁ କଷ୍ଟ ହୋଇପାରେ। ପେଟ ଏବଂ ପରିସ୍ରାକୁ ନେଇ ଚିନ୍ତାରେ ରହିବେ। ଏହି ସମୟରେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri