Posted inଜାତୀୟ

ଭଗତ ସିଂଙ୍କ ନାମରେ ହେବ ଚଣ୍ଡିଗଡ଼ ବିମାନବନ୍ଦର

ନୂଆଦିଲ୍ଲୀ,୨୬।୯ (ପି.ଟି.): ସେପ୍ଟେମ୍ବର ୨୮ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଜନ୍ମବାର୍ଷିକୀ ହୋଇଥିବାରୁ ଅମୃତ ମହୋତ୍ସବରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ଚଣ୍ଡିଗଡ଼ ବିମାନବନ୍ଦର ଭଗତ ସିଂଙ୍କ ନାମରେ ନାମିତ କରାଇବା ଲାଗି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଘୋଷଣା କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏହାକୁ ସ୍ବାଗତ କରିଛନ୍ତି। ପଞ୍ଜାବର ଦୀର୍ଘଦିନର ଦାବି ପୂରଣ ହେଲା ବୋଲି ମାନ୍‌ କହିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ଚଣ୍ଡିଗଡ଼ ବିମାନବନ୍ଦର ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଜଳବାୟୁ ପରିବର୍ତ୍ତନ ସାମୁଦ୍ରିକ ପରିବେଶ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ବେଳାଭୂମିରେ ଆବର୍ଜନା ଓ ବର୍ଜ୍ୟବସ୍ତୁ ଫିଙ୍ଗାଯାଉଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।

ଦୀର୍ଘବର୍ଷ ପରେ ଭାରତକୁ ଚିତାବାଘ ଫେରିଥିବାରୁ ଏହା ୧୩୦ କୋଟି ଦେଶବାସୀଙ୍କୁ ଗର୍ବିତ କରିଛି। ଏକ ଟାସ୍କଫୋର୍ସ ସେମାନଙ୍କର ତଦାରଖ କରୁଛନ୍ତି। ଲୋକମାନଙ୍କୁ ଚିତା ଦେଖିବା ଲାଗି କେବେ ଅନୁମତି ମିଳିବ ତାହା ଟାସ୍କଫୋର୍ସ ରିପୋର୍ଟ ଆଧାରରେ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚିତାଗୁଡ଼ିକର ନାମକରଣ ଲାଗି ମାଇଁଗଭ୍‌ ପ୍ଲାଟ୍‌ଫର୍ମରେ ଏକ ପ୍ରତିଯୋଗିତାର ଆୟୋଜନ କରାଯିବ,ଯେଉଁଥିରେ ଜନସାଧାରଣ ସାମିଲ ହୋଇ ସେମାନେ ଚିନ୍ତା କରୁଥିବା ନାମ ପ୍ରସ୍ତାବ ରଖିପାରିବେ। ଏହି ଅବସରରେ ମୋଦି ଭାଜପାର ଆଦର୍ଶ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri