ଅବହେଳାରୁ ଆକର୍ଷଣ ହରାଉଛି ଚଣ୍ଡୀମନ୍ଦିର

ଯାଜପୁର ଅଫିସ,୭ା୧: ଯାଜପୁର ମାଟିର ଅସ୍ମିତାର ପରିଚୟ ହେଉଛି ଏହାର ମନୋଜ୍ଞ ପ୍ରାକୃତିକ ବିଭବ ଏବଂ ସୁପ୍ରାଚୀନ ଐତିହ୍ୟ। ବରାହ-ବିରଜା କ୍ଷେତ୍ର ନିଜର ଅନନ୍ୟ ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଗୌରବକୁ ନେଇ ଗର୍ବ ଅନୁଭବ କରିଥାଏ। କିନ୍ତୁ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ଚଣ୍ଡିଖୋଲସ୍ଥିତ ଚଣ୍ଡୀମନ୍ଦିରର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖିଲେ ଏହି ସବୁ ଗର୍ବ ଓ ଗୌରବ ଫସର ଫାଟିଛି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ପର୍ଯ୍ୟଟନସ୍ଥଳୀକୁ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ଆସନ୍ତି। ଅଥଚ ଏହାର ବିକାଶ ଓ ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବାରୁ ଏହା ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ବିଶେଷକରି ଚଣ୍ଡୀମନ୍ଦିର ପରିସର ପରିଚ୍ଛନ୍ନତା ବୋଲି କିଛି ନାହିଁ। ଚାରିଆଡ଼େ ପାନଛେପ, ଆବର୍ଜନା ଓ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏହା ଭକ୍ତି ଭାବନାରେ ବିଘ୍ନ ଘଟାଉଛି। ମନ୍ଦିରର ଟ୍ରଷ୍ଟ ବୋର୍ଡ କମିଟି ଚୟନକୁ ନେଇ ୭ ବର୍ଷ ହେଲା ବିବାଦ ରହିଛି। ୧୮ ଜଣିଆ କମିଟିରେ ସଭାପତିଙ୍କ ସମେତ ୧୦ଜଣ ଜିଲା ବାହାରର ଥିବା ନେଇ ଆପତ୍ତି ଉଠିଛି। କମିଟିକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏହି ସବୁ ବିବାଦ ଯୋଗୁ ମନ୍ଦିରର ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ବିଶେଷକରିି ଲୋକ ପ୍ରତିନିଧି କିମ୍ବା ଜିଲା ପ୍ରଶାସନର ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି।

ବାରୁଣାବନ୍ତ ପାହାଡ଼ର ପାଦଦେଶରେ ରହିଛି ଏହି ପ୍ରାଚୀନ ଚଣ୍ଡୀ ମନ୍ଦିର। ପୂର୍ବରୁ ରାଣୀବନ୍ଦୀ ଗ୍ରାମର ଜଣେ ଶବର ଏହି ସ୍ଥାନରେ ଛିନ୍ନମସ୍ତା ମା’ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ପରବର୍ତ୍ତୀ ସମୟରେ ବିଶିଷ୍ଟ ଦେବୀ ସାଧକ ବାବା ଭୈରବାନନ୍ଦ ବ୍ରହ୍ମଚାରୀ ଏଠାରେ ପହଞ୍ଚି ଚଣ୍ଡୀମନ୍ଦିର ନିର୍ମାଣ କରି ଏହି ପୀଠର ବିକାଶ ପାଇଁ ଉଦ୍ୟମ କରିଥିଲେ। ଚଣ୍ଡୀମନ୍ଦିର ସଂଲଗ୍ନ ଇଲାକାରେ ହନୁମାନ ମନ୍ଦିର, ସତୀ ମନ୍ଦିର ଆଦି ଗଢ଼ିଉଠିଛି। ବାରୁଣାବନ୍ତ ପାହାଡ଼ର ଶୀର୍ଷଦେଶରୁ ପ୍ରାକୃତିକ ଝରଣା ପ୍ରବାହିତ ହୋଇ ଏହି ପୀଠକୁ ଅଧିକ ଆକର୍ଷଣୀୟ କରିଛି। ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବରେ ଏହା ସୁପରିଚିତ। ଚଣ୍ଡିଖୋଲ ଛକରୁ ଏହି ପୀଠର ଦୂରତା ମାତ୍ର ୩ କିମି। ମା’ଙ୍କ ନିକଟରେ ଅଧିଆ ପଡ଼ିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି। ବର୍ଷର ବିଭିନ୍ନ ପର୍ବପର୍ବାଣିରେ ଭକ୍ତଙ୍କ ଲମ୍ବା ଧାଡ଼ି ଏଠାରେ ଦେଖିବାକୁ ମିଳିଥାଏ। ବିିଭିନ୍ନ ସମୟରେ ପ୍ରବଳ ଜନସମାଗମ ହେଉଥିବାରୁ ପୀଠକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପ୍ରଶାସନ ଓ ଟ୍ରଷ୍ଟବୋର୍ଡର ଦାୟିତ୍ୱ। ମାତ୍ର ତାହା ବିଫଳ ହେଉଛି। ମନ୍ଦିର ପରିସରରେ ଥିବା ଅନେକ ଘର ଭାଙ୍ଗିରୁଜି ଭୂତକୋଠି ପାଲଟିଛି। ମନ୍ଦିର ପରିସରସ୍ଥ ଜଳକୁଣ୍ଡର ଦୁର୍ଗନ୍ଧ ଯୋଗୁ ଭକ୍ତ ନାକ ଟେକି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଝରଣା, ଫୁଲ ବଗିଚା ଆଦି ନଷ୍ଟ ହୋଇଗଲାଣି। ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ହିଁ ଯାହା ସଫେଇ ହେଉଛି। ପ୍ରତ୍ୟହ ସଫେଇ ବ୍ୟବସ୍ଥା ଥିବା ଭଳି ମନେ ହେଉନାହିଁ। ମନ୍ଦିରର ଟ୍ରଷ୍ଟି ସଦସ୍ୟ ହେବାକୁ ଯେଉଁ ପ୍ରକାର କସରତ ହେଉଛି ସେହି ଅନୁପାତରେ ମନ୍ଦିରର ବିକାଶ ପାଇଁ ଆଦୌ ଉଦ୍ୟମ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି। ଟ୍ରଷ୍ଟ ବୋର୍ଡ ସଦସ୍ୟ ବେଣୁଧର ପଣ୍ଡା କୁହନ୍ତି, ୮ ବର୍ଷ ହେଲାଣି ଏହି ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବାବା ସନ୍ତୋଷାନନ୍ଦ ବ୍ରହ୍ମଚାରୀଙ୍କୁ ଟ୍ରଷ୍ଟବୋର୍ଡରୁ ବାହାର କରି ଦିଆଯାଇଛି। ସେ ଧୁନି ଘରେ ଆଶ୍ରୟ ନେଇ ଅସୁସ୍ଥ ହୋଇ ପଡ଼ି ରହିଛନ୍ତି। ଟ୍ରଷ୍ଟବୋର୍ଡ କମିଟିକୁ ନେଇ କୋର୍ଟ କଚେରିରେ ବିବାଦ ଲାଗି ରହିଛି। ଉପଜିଲାପାଳ ଶରତ କୁମାର ମହାପାତ୍ର କହିଛନ୍ତି ଯେ, ଚଣ୍ଡୀମନ୍ଦିରର ପରିଚାଳନା ଦାୟିତ୍ୱ ଜିଲା ପ୍ରଶାସନ ବୁଝୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri