Categories: ବାଣିଜ୍ୟ

ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚର ଗିରଫ

ନୂଆଦିଲ୍ଲୀ,୮।୯ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ଗିରଫ କରିଛି। ବେଆଇନ ଅର୍ଥ କାରବାର ଆଇନ ଅଧୀନରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ପ୍ରାୟ ଦେଢ ବର୍ଷ ପୂର୍ବରୁ ଇଡି ଏମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ନିକଟରେ ଇଡି ଦୀପକ କୋଚ୍ଚରଙ୍କୁ ଜେରା କରିଥିଲା। ତାଙ୍କ ବିରୋଧରେ ଠୋସ୍‌ ପ୍ରମାଣ ଏହି ଏଜେନ୍ସି ହାତରେ ଲାଗିଥିବା କୁହାଯାଉଛି। ଦୀପକଙ୍କ କମ୍ପାନୀ ନ୍ୟୁ ପାଓ୍ବାର ରିନୁଏବୁଲ୍ସ ଦ୍ୱାରା ବେଆଇନ ଅର୍ଥ କାରବାର ହୋଇଥିବା ଜଣାପଡିଛି।

Share