ଆଜି ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ

ପୁରୀ ଅଫିସ, ୧୮ା୪: ଚଳିତ ମାସ ୨୩ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଅକ୍ଷୟ ତୃତୀୟା ଅନୁଷ୍ଠିତ ହେବ। ଏହି ଦିନଠାରୁ ନରେନ୍ଦ୍ର ପୁଷ୍କରିଣୀରେ ବାହାରଚନ୍ଦନଯାତ୍ରା ଆରମ୍ଭ ହେବା ସହ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯିବ। ଠାକୁରଙ୍କ ବାହାର ଚନ୍ଦନ ଯାତ୍ରା ଅବସରରେ ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ, ଶ୍ରୀରାମକୃଷ୍ଣଙ୍କ ସମେତ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରିବେ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ନୀତିଗୁଡ଼ିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନୀତି ନିର୍ଘଣ୍ଟ ଆଲୋଚନା ହେବା ପରେ ଛତିଶା ନିଯୋଗରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଅପରାହ୍ନ ୪ଟାରେ ବାହାର ଚନ୍ଦନଯାତ୍ରା ନିମନ୍ତେ ନୀତି ସବ୍‌କମିଟି ବୈଠକ ହେବା ନେଇ ସ୍ଥିର କରାଯାଇଛି। ସେହିପରି ସନ୍ଧ୍ୟା ୫ଟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବ। ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇ କହିଛନ୍ତି, ଚଳିତ ମାସ ୨୩ ତାରିଖରେ ଅକ୍ଷୟ ତୃତୀୟା ପଡୁଛି। ଉକ୍ତ ଦିନଠାରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ୧୨ତାରିଖରେ ଭଉଁରୀ ପଡୁଛି। ବାହାର ଚନ୍ଦନଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ନୀତି ନିର୍ଘଣ୍ଟ ନିମନ୍ତେ ମଙ୍ଗଳବାର ନୀତି ସବକମିଟି ଓ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇ ଚଳିତବର୍ଷର ବାହାର ଚନ୍ଦନ ଯାତ୍ରାର ନୀତି ଚୂଡାନ୍ତ କରାଯିବା ସହ ଅନୁମୋଦନ କରାଯିବ। ସେହିପରି ଅନ୍ୟାନ୍ୟ ବିଷୟରେ ମଧ୍ୟ ଆଲୋଚନା ହେବ। ଅପରପକ୍ଷରେ ବାହାର ଚନ୍ଦନ ଯାତ୍ରା ପାଇଁ ଚାପଡଙ୍ଗାକୁ ପାଣିରୁ କଢାଯାଇଛି। ତାହାର କାର୍ଯ୍ୟ ଆରମ୍ଭ ହେବ। ରଥଖଳା ନିର୍ମାଣ ମଧ୍ୟ ଠିକ୍‌ ସମୟରେ ସରିବା ସହ ମହାପ୍ରଭୁଙ୍କ ନୀତିକନ୍ତେି ସୂଚାର ରୂପେ ସମ୍ପାଦନ କରାଯିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri