ପଟ୍ଟାଙ୍ଗିରେ ଚନ୍ଦନ, କୁନ୍ଦୁରାରେ ସ୍ନେହାସ୍ମିତା ଟପ୍ପର୍‌

ପଟ୍ଟାଙ୍ଗି/କୁନ୍ଦୁରା,୨ା୫(ଶରତ କୁମାର ଧଳ/ସନ୍ତୋଷ ପ୍ରହରାଜ): ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ୍‌ରେ ପୁକାଲି ନୋଡାଲ୍‌ ହାଇସ୍କୁଲର ଛାତ୍ର ଚନ୍ଦନ ବୁରୁଡି ଟପ୍ପର ହୋଇଛନ୍ତି। ଚନ୍ଦନ ୪୪୨ ମାର୍କ ରଖି ବ୍ଲକ୍‌ ପାଇଁ ଗୌରବ ଆଣିଛନ୍ତି। ତାଙ୍କ ପାଇଁ ପୁକାଲି ହାଇସ୍କୁଲ ଗର୍ବିତ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଦୀପଶିଖା ବେହେରା କହିଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ସହଯୋଗ ଓ ମା’ବାପାଙ୍କ ଆଶୀର୍ବାଦରେ ସେ ଏହି କୃତିତ୍ୱ ହାସଲ କରିଥିବା ଚନ୍ଦନ କହିଛନ୍ତି।

ସୂଚନାଯୋଗ୍ୟ,ଏହି ବିଦ୍ୟାଳୟରେ ମୋଟ ୭୯ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୮ ଜଣ ଫେଲ୍‌ ହୋଇଛନ୍ତି। ବି ୧ ଜଣେ, ବି ୨ ଜଣେ, ସି ଗ୍ରେଡ୍‌ରେ ୧୪, ଡିରେ ୪୩, ଇରେ ୧୨ ଜଣ ପାସ୍‌ ହୋଇଥିବା ଜଣାପଡ଼ିଛି। ବ୍ଲକ୍‌ ସଦର ମହକୁମା ନୋଡାଲ୍‌ ହାଇସ୍କୁଲର ୧୪୬ଛାତୀଛାତ୍ରଙ୍କ ମଧ୍ୟରୁ ୧୧୭ଜଣ ପାସ ହୋଇଛନ୍ତି।

କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ଲିମା ପଞ୍ଚାୟତ ସଦର ମହକୁମା ଆବାସିକ ବିଦ୍ୟାଳୟର ଛାତ୍ରୀ ସ୍ନେହାସ୍ମିତା ଚୌଧୁରୀ ମାଟ୍ରିକ୍‌ ପରୀକ୍ଷାରେ ବ୍ଲକ୍‌ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୫୩୦ ମାର୍କ ରଖି ୮୯%ରେ ବ୍ଲକ୍‌ ଟପ୍ପର ହୋଇଛନ୍ତି। କୁନ୍ଦୁରା ବ୍ଲକ୍‌ ଲିମା ନିକଟସ୍ଥ ଘିଉରିଆଗୁଡ଼ା ଗ୍ରାମର ଖଗେଶ୍ୱର ଚୌଧୁରୀ ଓ ଲକ୍ଷ୍ମୀ ଚୌଧୁରୀଙ୍କ ଏକମାତ୍ର ଝିଅ। ସ୍ନେହା ବିନା ଟିଉଶନ୍‌ରେ ପାଠ ପଢ଼ି ବ୍ଲକ୍‌ରେ ପ୍ରଥମ ହୋଇ ଗୌରବ ଆଣିଛନ୍ତି। ସେ ସୁରଭି କାର୍ଯ୍ୟକ୍ରମରେ ଓ ଜିଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରରେ ପ୍ରଶଂସିତ ହୋଇ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କଠାରୁ ପୁରସ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri