ଭୁଲ୍‌ରେ ବି ଜୀବନରେ ଏହି ୩ ଲୋକଙ୍କୁ କରନ୍ତୁ ନାହିଁ ସାଥୀ: ହସଖୁସିରେ ଲାଗିବ ବ୍ରେକ୍‌, ହୋଇଯିବେ ବରବାଦ୍‌

ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନର ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ବୁଝି ଜଣେ ବ୍ୟକ୍ତି ଜୀବନକୁ ସୁଖମୟ ଏବଂ ସଫଳ କରିପାରିବେ। ଚାଣକ୍ୟ ନିଜ ଜୀବନର ଅନୁଭବକୁ ନୀତିଶାସ୍ତ୍ରରେ ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ନୀତିରେ ଚାଣକ୍ୟ ଜୀବନର ରାସ୍ତାରେ ଅନେକ ଥର ଆମେ ଜାଣତରେ ହେଉ ଅବା ଅଜଣାତରେ ସାଥୀ ହୋଇଯାଉ ଯେଉଁମାନେ ସୁଖୀ ଜୀବନକୁ କିଛି ସମୟରେ ବରବାଦ କରିବାର କ୍ଷମତା ରଖିଥାନ୍ତି। ଏଭଳି ଲୋକଙ୍କ ସହ ଅକାରଣରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥାଏ। ଏଥିଲାଗି ସେଭଳି ଲୋକଙ୍କଠାରୁ ଦୂରରେ ରହିବା ଶ୍ରେୟସ୍କର।

ମୁଖ୍ୟ ଶିଷ୍ୟ: ଚାଣକ୍ୟ କୁହନ୍ତି ମନୁଷ୍ୟ ଜୀବନରେ ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କକୁ ବହୁତ ପବିତ୍ର ଏବଂ ଅତୁଟ ହୋଇଥାଏ। ଶିଷ୍ୟକୁ ନେଇ ଗୁରୁ ଏବଂ ଗୁରୁକୁ ନେଇ ଶିଷ୍ୟକୁ ଖ୍ୟାତି ମିଳିଥାଏ। ଚାଣକ୍ୟ କୁହନ୍ତି ଯଦି କୌଣସି ଗୁରୁଙ୍କୁ ମୁର୍ଖ ଶିଷ୍ୟ ମିଳିଥାଏ ତେବେ ଗୁରୁ କେତେ ବି ଯୋଗ୍ୟର ହୋଇଥାଆନ୍ତୁ ନା କାହିଁକି ମିଳିଥିବା ଖ୍ୟାତି ନଷ୍ଟ ହୋଇଯାଇଥାଏ। ଏଭଳି ଶିଷ୍ୟ ଯୋଗୁ ଗୁରୁ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗେ। ଏମାନେ ଗୁରୁଙ୍କୁ ଲଜ୍ଜିତ କରିବା ସହ ନିଜର ମୁର୍ଖତାକୁ ନେଇ ଗୁରୁ ଜୀବନରେ ଅସୁବିଧା ସୃଷ୍ଟି କରିଥାଏ।

ଦୁଃଖୀ ଲୋକଙ୍କଠାରୁ ରୁହନ୍ତୁ ଦୂରରେ:- ଚାଣକ୍ୟ କୁହନ୍ତି ବ୍ୟକ୍ତିଟିଏ ଯଦି ଖୁସିରେ ରହିବାକୁ ଚାହୁଁଛି ତେବେ ତାକୁ ଦୁଃଖି ଲୋକଙ୍କଠାରୁ ଦୂରରେ ରହିବା ଉଚିତ। କାରଣ ଏଭଳି ଲୋକ ଚାରିଆଡେ ଦୁଃଖ ବାଣ୍ଟିଥାନ୍ତି। ଯଦି କେହି ତାଙ୍କ ସହ ରୁହନ୍ତି ତେବେ ସେ ମଧ୍ୟ ନିରାଶା କବଳିତ ହୋଇଯାଆନ୍ତି। ଦୁଃଖରେ ଜୀବନ ଅତିବାହିତ କରିଥାନ୍ତି। ଏଥିଲାଗି ଏମାନଙ୍କଠାରୁ ସର୍ବଦା ଦୂରରେ ରହିବା ଉଚିତ।

ଦୁଷ୍ଟ ମହିଳା: ଚାଣକ୍ୟ କୁହନ୍ତି ଯେଉଁଭଳି ଚରିତ୍ରବାନ, ସଂସ୍କାରୀ ଏବଂ ଶିକ୍ଷିତ ମହିଳା କୌଣସି ବି ପୁରୁଷ ଜୀବନରେ ସଫଳତା ଏବଂ ସୁଖଶାନ୍ତି ଭରି ଦେଇଥାଏ, ସେହିଭଳି ଜଣେ ଦୁଷ୍ଟ ଅବଗୁଣ ଥିବା ମହିଳା ଜୀବନ ବରବାଦ କରିଦେଇଥାଏ। ଯଦି କୌଣସି ପୁରୁଷର ସ୍ତ୍ରୀ କଳିକାଣ୍ଡେଇ ଏବଂ ଲୋଭୀ ହୋଇଥାଏ ତେବେ ଦୁନିଆର କୌଣସି ବି ସୁଖସମ୍ପତ୍ତି ତା ଜୀବନର ଦୁଃଖକୁ କମ୍‌ କରିପାରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri