ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ ହୋଇଯାଇଥାଏ। ଆସନ୍ତୁ ଜାଣିବା…

-ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ଜୀବନସାଥୀଙ୍କୁ ବହୁତ ପ୍ରେମ କରିଥାନ୍ତି, ସର୍ବଦା ତାଙ୍କର ହିତ ବିଷୟରେ ଚିନ୍ତା କରିଥାନ୍ତି, ତାଙ୍କୁ କଦାପି ଛାଡ଼ିବା ଉଚିତ ନୁହେଁ। ଏଭଳି ସ୍ତ୍ରୀ ଝଗଡ଼ା ଯେତେ ହେଉ ନା କାହିଁକି ସମାଧାନ କରିନେଇଥାନ୍ତି। କାରଣ ସେ ପାର୍ଟନରଙ୍କୁ ଚିନ୍ତାରେ ଦେଖିପାରନ୍ତି ନାହିଁ। ଏଭଳି ସ୍ତ୍ରୀଙ୍କୁ ବିବାହ କରିବା ଉତ୍ତମ।

– ଅନ୍ୟ କାହା ପ୍ରେମରେ ନ ଥିବା ସ୍ତ୍ରୀଙ୍କୁ ବିବାହ କରିବା ଉଚିତ। କାରଣ ଭଲପାଇବା ଉଭୟ ପଟରୁ ହେବା ଆବଶ୍ୟକ। ଚାପରେ ପଡ଼ି ବିବାହ କଲେ ସେହି ସ୍ତ୍ରୀଙ୍କୁ ନେଇ ମନରେ ଭଲପାଇବା ଜାଗ୍ରତ ହେବ ନାହିଁ। ଏଣୁ ବିବାହ ପୂର୍ବରୁ ତାଙ୍କର ମନର କଥା ଜାଣିନେବା ଉଚିତ।

-ଚାଣକ୍ୟ କୁହନ୍ତି ଏପରି ସ୍ତ୍ରୀଙ୍କୁ ବିବାହ କର ଯିଏ ତୁମର ବାହାର ଅପେକ୍ଷା ଭିତରର ସୁନ୍ଦରତାକୁ ଦେଖିବ। କାରଣ ସୌନ୍ଦର୍ଯ୍ୟ ବେଶି ଦିନ ରହି ନ ଥାଏ। ହେଲେ ସ୍ବଭାବ ସବୁବେଳେ ସମାନ ଥାଏ। ଯେଉଁ ସ୍ତ୍ରୀ ସ୍ବଭାବରେ ସ୍ନେହୀ ହୋଇଥିବେ ସେ ସାରା ଜୀବନ ତୁମ ସହ ରହିବେ।

-ଚାଣକ୍ୟ କୁହନ୍ତି ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ବାମୀ ଭିତରେ ବାପାର ପ୍ରତିଛବି ଦେଖିଥାନ୍ତି। ସ୍ବାମୀ ତାଙ୍କୁ ବାପାଙ୍କ ଭଳି ସମ୍ମାନ ଦିଅନ୍ତୁ, ଭଲପାଆନ୍ତୁ ବୋଲି ସ୍ତ୍ରୀଟିଏ ଚାହିଁଥାଏ। ଏଣୁ ଯେତେବେଳେ ବିବାହ କରିବାକୁ ଚିନ୍ତା କରୁଛନ୍ତି ତେବେ ନିଶ୍ଚୟ ପାର୍ଟନରଙ୍କ ମନରେ କ’ଣ ଚାଲିଛି ଜାଣି ନିଅନ୍ତୁ। ସେ ତୁମଠାରୁ କ’ଣ ଆଶା କରନ୍ତି ଜାଣନ୍ତୁ। କାରଣ ଯେଉଁ ସ୍ତ୍ରୀ ଏପରି କଥା ନିଜ ମନରେ ରଖିଥାନ୍ତି ସେ କେବେହେଲେ ତୁମକୁ ଧୋକା ଦେବେ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri