ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ ହୋଇଯାଇଥାଏ। ଆସନ୍ତୁ ଜାଣିବା…

-ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ଜୀବନସାଥୀଙ୍କୁ ବହୁତ ପ୍ରେମ କରିଥାନ୍ତି, ସର୍ବଦା ତାଙ୍କର ହିତ ବିଷୟରେ ଚିନ୍ତା କରିଥାନ୍ତି, ତାଙ୍କୁ କଦାପି ଛାଡ଼ିବା ଉଚିତ ନୁହେଁ। ଏଭଳି ସ୍ତ୍ରୀ ଝଗଡ଼ା ଯେତେ ହେଉ ନା କାହିଁକି ସମାଧାନ କରିନେଇଥାନ୍ତି। କାରଣ ସେ ପାର୍ଟନରଙ୍କୁ ଚିନ୍ତାରେ ଦେଖିପାରନ୍ତି ନାହିଁ। ଏଭଳି ସ୍ତ୍ରୀଙ୍କୁ ବିବାହ କରିବା ଉତ୍ତମ।

– ଅନ୍ୟ କାହା ପ୍ରେମରେ ନ ଥିବା ସ୍ତ୍ରୀଙ୍କୁ ବିବାହ କରିବା ଉଚିତ। କାରଣ ଭଲପାଇବା ଉଭୟ ପଟରୁ ହେବା ଆବଶ୍ୟକ। ଚାପରେ ପଡ଼ି ବିବାହ କଲେ ସେହି ସ୍ତ୍ରୀଙ୍କୁ ନେଇ ମନରେ ଭଲପାଇବା ଜାଗ୍ରତ ହେବ ନାହିଁ। ଏଣୁ ବିବାହ ପୂର୍ବରୁ ତାଙ୍କର ମନର କଥା ଜାଣିନେବା ଉଚିତ।

-ଚାଣକ୍ୟ କୁହନ୍ତି ଏପରି ସ୍ତ୍ରୀଙ୍କୁ ବିବାହ କର ଯିଏ ତୁମର ବାହାର ଅପେକ୍ଷା ଭିତରର ସୁନ୍ଦରତାକୁ ଦେଖିବ। କାରଣ ସୌନ୍ଦର୍ଯ୍ୟ ବେଶି ଦିନ ରହି ନ ଥାଏ। ହେଲେ ସ୍ବଭାବ ସବୁବେଳେ ସମାନ ଥାଏ। ଯେଉଁ ସ୍ତ୍ରୀ ସ୍ବଭାବରେ ସ୍ନେହୀ ହୋଇଥିବେ ସେ ସାରା ଜୀବନ ତୁମ ସହ ରହିବେ।

-ଚାଣକ୍ୟ କୁହନ୍ତି ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ବାମୀ ଭିତରେ ବାପାର ପ୍ରତିଛବି ଦେଖିଥାନ୍ତି। ସ୍ବାମୀ ତାଙ୍କୁ ବାପାଙ୍କ ଭଳି ସମ୍ମାନ ଦିଅନ୍ତୁ, ଭଲପାଆନ୍ତୁ ବୋଲି ସ୍ତ୍ରୀଟିଏ ଚାହିଁଥାଏ। ଏଣୁ ଯେତେବେଳେ ବିବାହ କରିବାକୁ ଚିନ୍ତା କରୁଛନ୍ତି ତେବେ ନିଶ୍ଚୟ ପାର୍ଟନରଙ୍କ ମନରେ କ’ଣ ଚାଲିଛି ଜାଣି ନିଅନ୍ତୁ। ସେ ତୁମଠାରୁ କ’ଣ ଆଶା କରନ୍ତି ଜାଣନ୍ତୁ। କାରଣ ଯେଉଁ ସ୍ତ୍ରୀ ଏପରି କଥା ନିଜ ମନରେ ରଖିଥାନ୍ତି ସେ କେବେହେଲେ ତୁମକୁ ଧୋକା ଦେବେ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri