Posted inଖେଳ

Champions Trophy: ଚାମ୍ପିଅନ୍ସ ଟ୍ରଫିରେ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଲେ ପାକିସ୍ତାନର ପୋଲିସ କର୍ମଚାରୀ, ୧୦୦ରୁ ଅଧିକ Suspend

ନୂଆଦିଲ୍ଲୀ,୨୬।୨: ଏଥର ପଡ଼ୋଶୀ ଦେଶ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ସାଜିଛି। ପ୍ରାୟ ୨୯ ବର୍ଷ ପରେ କୌଣସି ଟୁର୍ନାମେଣ୍ଟର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି, ହେଲେ ଏହାର ଟିମ୍‌ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି। ଏସବୁ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ଏଠାରେ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ଟୁର୍ନାମେଣ୍ଟରେ ଡ୍ୟୁଟି କରିବାକୁ ମନା କରିଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପାକିସ୍ତାର ପଞ୍ଜାବ ଅଞ୍ଚଳର ୧୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। କାରଣ ସେମାନେ ଚାମ୍ପିଅନ୍ସ ଟ୍ରଫି ସମୟରେ ଡ୍ୟୁଟି କରିବାକୁ ମନା କରିଦେଇଥିଲେ। ଏହି ପୋଲିସ କର୍ମଚାରୀମାନେ ଲାହୋରର ଗଦ୍ଦାଫି ଷ୍ଟାଡିୟମରୁ ହୋଟେଲ୍‌ ଯାଏ ଦଳର ସୁରକ୍ଷା ଲାଗି ନିୟୋଜିତ ହୋଇଥିଲେ। ତେବେ ସେ ଅଧିକ ସମୟ ଡ୍ୟୁଟି କରିବା ଯୋଗୁ ଅତ୍ୟଧିକ ବୋଝ ଅନୁଭବ କରୁଥିଲେ।

ପଞ୍ଜାବ ପୋଲିସର ଜଣେ ଅଧିକାରୀ କହିଛନ୍ତି, ପୋଲିସ କର୍ମଚାରୀମାନେ ଷ୍ଟାଡିୟମରୁ ହୋଟେଲ୍‌ଗୁଡ଼ିକ ମଧ୍ୟରେ ଖେଳାଳିମାନେ ଯାତ୍ରା କରିବା ସମୟରେ ସୁରକ୍ଷା ପ୍ରଦାନ କରିବାକୁ ନିୟୋଜିତ ହୋଇଥିଲେ। ହେଲେ ସେ ଅନୁପସ୍ଥିତ ରହିବା ସହ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ମନା କରିଥିଲେ। ଏନେଇ ଆଇଜିପି ପଞ୍ଜାବ ଉସମାନ ଅନଓ୍ବର ଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସେ ପୋଲିସ କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନର ଆଦେଶ ଦେଇଛନ୍ତି। ଯେତେବେଳେ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସୁରକ୍ଷା ପ୍ରସଙ୍ଗ ଉଠେ, ସେତେବେଳେ ଅବହେଳାର ପ୍ରଶ୍ନ ନ ଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri