Posted inଖେଳ

Champions Trophy ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଟିମ୍‌ ଇଣ୍ଡିଆ, ସମୀକରଣ କିଛି ଏଭଳି…

ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ରବିବାର ଭାରତ-ନ୍ୟୁଜିଲାଣ୍ଡୁ ମୁକାବିଲା ସହ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ହେଲେ ଏଯାବତ ସେମିଫାଇନାଲକୁ କେବଳ ୩ ଦଳ ଯାଇଛନ୍ତି। ଏଥିରେ ଭାରତ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛି। ଆଜି ଅର୍ଥାତ ଶନିବାର ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲାର ଫଳାଫଳ ଆସିବା ପରେ ସେମିଫାଇନାଲ ପାଇଁ ଚତୁର୍ଥ ଟିମ୍‌ ସ୍ପଷ୍ଟ ହୋଇଯିବ। ହେଲେ ଭାରତୀୟ ପ୍ରଶଂସକ ଭାରତର କାହାସହ ମୁକାବିଲା ହେବ ତାହା ଜାରିବାକୁ ଉତ୍ସୁକ ଅଛନ୍ତି। ଏନେଇ ଆଧିକାରୀକ ଘୋଷଣା ହେବା ବାକି ଥିବା ବେଳେ ଭାରତ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇପାରେ। ଏମିତିରେ ପ୍ରଶଂସକ ହାଇଭୋଲ୍ଟେଜ୍‌ ମୁକାବିଲାକୁ ଅପେକ୍ଷା କରି ରହିଛନ୍ତି।

ଗ୍ରୁପ୍‌ ‘ଏ’ରୁ ଦୁଇ ଟିମ୍‌ ପାକିସ୍ତାନ ଏବଂ ବାଲାଂଦେଶ ବାଦୁ ପଡ଼ିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିଛନ୍ତି। ସେହିଭଳି ଗ୍ରୁପ୍‌ ବିରୁ ଏବେ ମାତ୍ର ଗୋଟିଏ ଟିମ୍‌ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ଟିମ୍‌ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି।

ଇଂଲଣ୍ଡକୁ ହରାଇବା ପରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ପାଇବ। ଏବେ ଦଳ ୩ ପଏଣ୍ଟ ପାଇଛି। ଏମିତିରେ ୪ ପଏଣ୍ଟ ସହ ଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଆସିବ। ଭାରତ-ନ୍ୟୁଜିଲାଣ୍ଡ ୪ ପଏଣ୍ଟରେ ରହିଉନ୍ତି। ଅନ୍ତିମ ଗ୍ରୁପ୍‌ ଷ୍ଟେଜ୍‌ ମୁକାବିଲାରେ ଯଦି ଭାରତ ଜିତିଯାଏ ତେବେ ଦଳ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିବ। ଗ୍ରୁପ୍‌ ଏ ର ଟପ୍ପର ଟିମ୍‌ ଗ୍ରୁପ୍‌ ବିର ନମ୍ବର ୨ ଟିମ୍‌ ସହ ମୁହାଁମୁହିଁ ହେବ। ଏମିତିରେ ଭାରତ ଏବଂ ଅଷ୍ଟ୍ରେଲିଆ ମାର୍ଚ୍ଚ ୪ରେ ଦୁବାଇରେ ପ୍ରଥମ ସେମିଫାଇନାଲ ମୁକାବିଲା ଖେଳିପାରନ୍ତି।

ଯଦି ସମୀକରଣକୁ ହିସାବ କରାଯାଏ ତେବେ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ହେବ। ମାର୍ଚ୍ଚ ୫ରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଯଦି ଟିମ୍‌ ଇଣ୍ଡିଆ ଫାଇନାଲରେ ପ୍ରବେଶ କରେ ତେବେ ଏହି ମୁକାବିଲା ଦୁବାଇରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri