Posted inଖେଳ

ସଡନ୍‌ଡେଥ୍‌ରେ ହାରିଲା ଚାମ୍ପିୟନ ଆମେରିକା

ସିଡ୍‌ନୀ,୭ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ରବିବାର ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍‌। ଅନ୍ୟପକ୍ଷରେ ବିଗତ ସଂସ୍କରଣର ରନର ଅପ୍‌ ନେଦରଲାଣ୍ଡ୍ସ ୨-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

ଡିଫେଣ୍ଡିଂ ଚାମ୍ପିୟନ ବିଦା : ଡିଫେଣ୍ଡିଂ ଚାମ୍ପିୟନ ଆମେରିକାକୁ ସଡନ୍‌ ଡେଥ୍‌ରେ ୫-୪ ଗୋଲରେ ପରାସ୍ତ କରିଛି ସୁଇଡେନ୍‌ । ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୦-୦ ରହିଥିଲା। ଅତିରିକ୍ତ ୩୦ ମିନିଟରେ ମଧ୍ୟ ଉଭୟ ଦଳ ପରସ୍ପର ବିପକ୍ଷରେ ସ୍କୋର କରିବାରେ ଅସମର୍ଥ ରହିଥିଲେ। ପେନାଲ୍ଟି ଶୁଟ୍‌ ଆଉଟକୁ ମ୍ୟାଚ ଯାଇଥିବା ବେଳେ ଏହା ମଧ୍ୟ ୩-୩ରେ ଅମୀମାଂସିତ ରହିଥିଲା। ସଡନ୍‌ ଡେଥ୍‌ରେ ମ୍ୟାଚ୍‌ ଫଇସଲା ହୋଇଥିବା ବେଳେ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ସୁଇଡେନ୍‌ ବିଶ୍ୱ ମାନ୍ୟତାର ଏକ ନମ୍ବର ଦଳ ଆମେରିକାକୁ ପରାସ୍ତ କରିଛି। ପେନାଲ୍ଟି ଶୁଟ୍‌ ଆଉଟରେ ଆମେରିକା ପକ୍ଷରୁ ଆଣ୍ଡି ସୁଲିଭାନ୍‌, ଲିଣ୍ଡସେ ହୋରାନ୍‌, କ୍ରିଷ୍ଟି ମଓ୍ବେିସ୍‌ ସ୍କୋର କରିଥିବା ବେଳେ ଷ୍ଟାର ଖେଳାଳି ମେଗାନ୍‌ ରାପିନୋ ଓ ସୋଫିଆ ସ୍ମିଥ୍‌ ବିଫଳ ହୋଇଥିଲେ। ସେହିପରି ସୁଇଡେନ୍‌ ପକ୍ଷରୁ ଫ୍ରିଡୋଲିନା ରୁଲ୍‌ଫୋ, ଏଲିନ୍‌ ରୁବେନ୍‌ସନ୍‌ ଓ ହାନ୍ନା ବେନିସନ୍‌ ସ୍କୋର କରିଥିବା ବେଳେ ନାତାଲି ବୋର୍ନ ଓ ରେବେକା ବ୍ଲୋମକୋଭେଷ୍ଟଙ୍କ ଶଟ୍‌ ପୋଷ୍ଟ ବାହାରକୁ ଯାଇଥିଲା। ସଡନ୍‌ ଡେଥ୍‌ରେ ଆମେରିକୀୟ ଗୋଲ୍‌କିପର ଆଲିସିଆ ନାହେର ସ୍କୋର କରିଥିବା ବେଳେ ସୁଇଡେନ୍‌ ପକ୍ଷରୁ ମାଗଡାଲେନା ଏରିକ୍‌ସନ୍‌ ସ୍କୋର କରିଥିଲେ। କେଲେଓ ହାରାଙ୍କ ଶଟ୍‌ ବାର୍‌ରେ ବାଜି ଫେରି ଆସିବାରୁ ଆମେରିକା ଶଟ୍‌ ମିସ୍‌ କରିଥିବା ବେଳେ ସୁଇଡେନ୍‌ ପକ୍ଷରୁ ବିଜୟ ସୂଚକ ଗୋଲ ଦେଇଥିଲେ ଲିନା ହର୍ଟିଗ୍‌। ନିର୍ଦ୍ଧାରିତ ସମୟର ଖେଳରେ ଆମେରିକା ୫୮ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲା। ଆମେରିକା ଖେଳାଳି ୨୨ଟି ଶଟ୍‌ ମାରିଥିବା ବେଳେ ଏଥିରୁ ୧୧ଟି ଟାର୍ଗେଟରେ ମଧ୍ୟ ରହିଥିଲା। ତେବେ ସୁଇଡେନ୍‌ ଗୋଲକିପର ଜେକିରା ମୁସୋଭିକ୍‌ ଏହାକୁ ରୋକିବାରେ ସମର୍ଥ ହୋଇଥିଲେ। ସୁଇଡେନ୍‌ କ୍ୱାର୍ଟର ଫାଇନାଲରେ ଜାପାନକୁ ଭେଟିବ।

ଆମେରିକା ଇତିହାସର ଖରାପ ପ୍ରଦର୍ଶନ: ଆମେରିକା ଫୁଟବଲ ଇତିହାସରେ ଏହା ସବୁଠାରୁ ଖରାପ ପ୍ରଦର୍ଶନ। ୪ ଥର ଟାଇଟଲ ଜିତି ସାରଥିବା ଆମେରିକା ପ୍ରଥମ ଥର ପାଇଁ ସେମି ଫାଇନାଲ ପ୍ରବେଶରେ ବିଫଳ ହୋଇଛି।
କ୍ୱାର୍ଟରରେ ନେଦରଲାଣ୍ଡ୍ସ: ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ଦକ୍ଷିଣ ଆଫ୍ରିକାକୁ ୨-୦ରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛି ନେଦରଲାଣ୍ଡ୍ସ। ଦଳ ପକ୍ଷରୁ ଜିଲ୍‌ ରୁର୍ଡ ମ୍ୟାଚ୍‌ର ନବମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଲିନେଥ୍‌ ବିରନ୍‌ଷ୍ଟେନ୍‌ ଦ୍ୱିତୀୟ ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri