ଚକାପାଦ ରେଳ ଲାଇନ ସର୍ଭେ ଚାଲିଛି, ପ୍ରକଳ୍ପରେ ବିଳମ୍ବ ପାଇଁ ସ୍ବପ୍ନ ହୋଇ ରହିଛି ରେଳଯାତ୍ରା

ଭଞ୍ଜନଗର,୨୮ା୫(ବାବୁଲା ପ୍ରଧାନ): ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଗଲାଣି ତଥାପି କନ୍ଧମାଳ ଜିଲାବାସୀ ରେଳ ଲାଇନ ଜିଲାରେ ଦେଖିନାହାନ୍ତି। ସେହିଭଳି ବ୍ରିଟିଶ ଶାସନ ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳ ଲାଇନ ବିଛା ହୋଇଥିଲା ସେତିକି ହିଁ ବର୍ତ୍ତମାନ ଅଛି। ଇଞ୍ଚେ ମଧ୍ୟ ଆଉ ବଢ଼ିନାହି। ଫଳରେ ଭଞ୍ଜନଗର ଉପଖଣ୍ଡବାସୀଙ୍କ ପାଇଁ ରେଳ ଲାଇନ ସ୍ବପ୍ନ ହୋଇ ରହିଯାଇଛି।

କେନ୍ଦ୍ରରେ ସରକାର ପରେ ସରକାର ବଦଳୁଛି କିନ୍ତୁ ଉକ୍ତ ପ୍ରକଳ୍ପ ପ୍ରତି କୌଣସି ସରକାର ବିଶେଷ ଦୃଷ୍ଟି ଦେଉନାହାନ୍ତି। ଇତିମଧ୍ୟରେ କେନ୍ଦ୍ରରେ ଭାଜପା ସରକାର ଲଗାତର ୧୧ ବର୍ଷ ଶାସନ କଲାଣି କିନ୍ତୁ ଗୋପାଳପୁର ଭାୟା ଭଞ୍ଜନଗର , ଫୁଲବାଣୀ ହୋଇ ରେଢ଼ାଖୋଲ ଯିବାକୁ ଥିବା ରେଳ ଲାଇନ ଚୂଡ଼ାନ୍ତ ସର୍ଭେ ସରିବାକୁ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ହେଉଥିବା ଉକ୍ତ ପ୍ରକଳ୍ପ ପୂର୍ବ ସର୍ଭେରେ ଫୁଲବାଣୀ ସହରକୁ ଯୋଜନାବଦ୍ଧ ଭାବେ ବାଦ ଦିଆଯାଇଥିଲା। ଗତ ସାଧାରଣ ନିର୍ବାଚନରେ ଏହା ଏକ ରାଜନୈତିକ ଇସ୍ୟୁ ହୋଇଥିଲା। ନିର୍ବାଚନ ପରେ ଡବଲ ଇଞ୍ଜିନ ସରକାର ଶାସନ ଆରମ୍ଭ ପରେ ବର୍ତ୍ତମାନ ଫୁଲବାଣୀ ସହରକୁ ରେଳ ଲାଇନ ଯୋଡିବା ପାଇଁ ସର୍ଭେ ଚାଲିଛି। ତେଣୁ ବର୍ତ୍ତମାନ ଚକାପାଦ ଠାରୁ ଫୁଲବାଣୀ ହୋଇ ବଉଦ ପର୍ଯ୍ୟନ୍ତ ସର୍ଭେ ଚାଲିଛି। ପ୍ରତ୍ୟକ୍ଷ ଭାବେ ସର୍ଭେ ସରିବା ପରେ ଅନ୍ୟାନ୍ୟ ସର୍ଭେ ହେବ। ଏହାପରେ ଡିପିଆର ହେବ। ଏହିଭଳି ଅନେକ ପର୍ଯ୍ୟାୟ ଦେଇ ଯିବା ପରେ ବଜେଟ ରେ ଟଙ୍କା ଅନୁମୋଦନ ହେବ। ତେଣୁ ଆସନ୍ତା ୨୦୨୬-୨୭ ବଜେଟ୍‌ରେ ଏନେଇ ଅର୍ଥ ବ୍ୟବସ୍ଥା ହେବ ବୋଲି ଶାସକ ଗୋଷ୍ଠୀ ଆଶା ରଖିଛନ୍ତି। କିନ୍ତୁ ବିରୋଧୀ ଗୋଷ୍ଠୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏହିଭଳି ପରିସ୍ଥିତିରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଗତ ୧୪ ତାରିଖରେ ପୂର୍ବତଟ ରେଳପଥର ସାଧାରଣ ପରିଚାଳକଙ୍କୁ ଭେଟି ଗୋପାଳପୁର ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ଆଲୋଚନା କରିଥିଲେ। ଇତିମଧ୍ୟରେ ଦକ୍ଷିଣ ଓଡ଼ିଶା ରେଳ ଏବଂ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ଜୁନ ମାସ ୭ ଓ ୮ ତାରିଖ ଦୁଇଦିନ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ରେଳ ଲାଇନ ଯିବାକୁ ଥିବା ପ୍ରମୁଖ ସହର ଗୁଡ଼ିକରେ ପଥପ୍ରାନ୍ତ ସଭା କରିବା ପାଇଁ ନିଷ୍ପତ୍ତି ନେଇଛି। କିଭଳି ଉକ୍ତ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ସେଥିପାଇଁ ସରକାରଙ୍କ ଉପରେ ଚାପ ପକାଇବା ଲକ୍ଷ୍ୟ ନେଇ ପଥପ୍ରାନ୍ତ ସଭା ହେବ।

ଅପରପକ୍ଷେ ଠିକାଦାର ସଂସ୍ଥା ବର୍ତ୍ତମାନ ସର୍ଭେ କାମ ଚଳାଇଛନ୍ତି। ଏଥିପାଇଁ ୧ କୋଟି ୨୯ ଲକ୍ଷ ୩୫ ହଜାର ୯୭୭ ଟଙ୍କା ଚୁକ୍ତି ହୋଇଛି। କେଉଁ ରାସ୍ତା ଦେଇ ରେଳ ଲାଇନ ଯିବ ତାହାର ସର୍ଭେ ଠିକାଦାର ସଂସ୍ଥା କରିବା ସହ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ । ଜମିର ପ୍ଲାନ ଏବଂ ଡିପିଆର ପ୍ରସ୍ତୁତ କରି ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓରିଡେଲ)କୁ ରିପୋର୍ଟ ପ୍ରଦାନ କରିବେ ଠିକାଦାର ସଂସ୍ଥା। ଏହାପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହ ଭାଗିତାରେ ଉକ୍ତ ପ୍ରକଳ୍ପ ହେବ । ତେଣୁ ଡି ପି ଆର୍‌ ସରିଲେ କେନ୍ଦ୍ର ଓ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ଅନୁମୋଦନ ହେବା ସମ୍ଭାବନା ରହିଛି। ୨୫୪ କିମି ଗୋପାଳପୁର ରେଢ଼ାଖୋଲ ଭାୟା ଫୁଲବାଣୀ ରେଳ ଲାଇନ ପ୍ରକଳ୍ପ ଯେତେ ବିଳମୱ ହେଉଛି ସେହି ଅନୁସାରେ ବ୍ୟୟ ଅଟକଳ ମଧ୍ୟ ବଢୁଛି। ତେଣୁ ଉକ୍ତ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ କରି ଜମି ଅଧିଗ୍ରହଣ ଆରମ୍ଭ ପାଇଁ ଦାବି ହୋଇଛି। ଅପରପକ୍ଷେ ସୂଚନାକର୍ମୀ ବି ଶଙ୍କର ପାତ୍ର କହିଛନ୍ତି ଯେ, ଚକାପାଦ ଭାୟା ଫୁଲବାଣୀ ହୋଇ ବଉଦକୁ ଯୋଡ଼ିବା ପାଇଁ ସର୍ଭେ ଚାଲିଛି। ପୁର୍ବରୁ ବଳକା ଅଂଶ ସର୍ଭେ ସରିଛି। ବର୍ତ୍ତମାନ ଚାଲିଥିବା ସର୍ଭେ ସରିବା ପରେ ଡିପିଆର୍‌ ପ୍ରସ୍ତୁତ ହୋଇ ତୁରନ୍ତ ଅର୍ଥ ଅନୁମୋଦନ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri