ଚକାପାଦ ରେଳ ଲାଇନ ସର୍ଭେ ଚାଲିଛି, ପ୍ରକଳ୍ପରେ ବିଳମ୍ବ ପାଇଁ ସ୍ବପ୍ନ ହୋଇ ରହିଛି ରେଳଯାତ୍ରା

ଭଞ୍ଜନଗର,୨୮ା୫(ବାବୁଲା ପ୍ରଧାନ): ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଗଲାଣି ତଥାପି କନ୍ଧମାଳ ଜିଲାବାସୀ ରେଳ ଲାଇନ ଜିଲାରେ ଦେଖିନାହାନ୍ତି। ସେହିଭଳି ବ୍ରିଟିଶ ଶାସନ ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳ ଲାଇନ ବିଛା ହୋଇଥିଲା ସେତିକି ହିଁ ବର୍ତ୍ତମାନ ଅଛି। ଇଞ୍ଚେ ମଧ୍ୟ ଆଉ ବଢ଼ିନାହି। ଫଳରେ ଭଞ୍ଜନଗର ଉପଖଣ୍ଡବାସୀଙ୍କ ପାଇଁ ରେଳ ଲାଇନ ସ୍ବପ୍ନ ହୋଇ ରହିଯାଇଛି।

କେନ୍ଦ୍ରରେ ସରକାର ପରେ ସରକାର ବଦଳୁଛି କିନ୍ତୁ ଉକ୍ତ ପ୍ରକଳ୍ପ ପ୍ରତି କୌଣସି ସରକାର ବିଶେଷ ଦୃଷ୍ଟି ଦେଉନାହାନ୍ତି। ଇତିମଧ୍ୟରେ କେନ୍ଦ୍ରରେ ଭାଜପା ସରକାର ଲଗାତର ୧୧ ବର୍ଷ ଶାସନ କଲାଣି କିନ୍ତୁ ଗୋପାଳପୁର ଭାୟା ଭଞ୍ଜନଗର , ଫୁଲବାଣୀ ହୋଇ ରେଢ଼ାଖୋଲ ଯିବାକୁ ଥିବା ରେଳ ଲାଇନ ଚୂଡ଼ାନ୍ତ ସର୍ଭେ ସରିବାକୁ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ହେଉଥିବା ଉକ୍ତ ପ୍ରକଳ୍ପ ପୂର୍ବ ସର୍ଭେରେ ଫୁଲବାଣୀ ସହରକୁ ଯୋଜନାବଦ୍ଧ ଭାବେ ବାଦ ଦିଆଯାଇଥିଲା। ଗତ ସାଧାରଣ ନିର୍ବାଚନରେ ଏହା ଏକ ରାଜନୈତିକ ଇସ୍ୟୁ ହୋଇଥିଲା। ନିର୍ବାଚନ ପରେ ଡବଲ ଇଞ୍ଜିନ ସରକାର ଶାସନ ଆରମ୍ଭ ପରେ ବର୍ତ୍ତମାନ ଫୁଲବାଣୀ ସହରକୁ ରେଳ ଲାଇନ ଯୋଡିବା ପାଇଁ ସର୍ଭେ ଚାଲିଛି। ତେଣୁ ବର୍ତ୍ତମାନ ଚକାପାଦ ଠାରୁ ଫୁଲବାଣୀ ହୋଇ ବଉଦ ପର୍ଯ୍ୟନ୍ତ ସର୍ଭେ ଚାଲିଛି। ପ୍ରତ୍ୟକ୍ଷ ଭାବେ ସର୍ଭେ ସରିବା ପରେ ଅନ୍ୟାନ୍ୟ ସର୍ଭେ ହେବ। ଏହାପରେ ଡିପିଆର ହେବ। ଏହିଭଳି ଅନେକ ପର୍ଯ୍ୟାୟ ଦେଇ ଯିବା ପରେ ବଜେଟ ରେ ଟଙ୍କା ଅନୁମୋଦନ ହେବ। ତେଣୁ ଆସନ୍ତା ୨୦୨୬-୨୭ ବଜେଟ୍‌ରେ ଏନେଇ ଅର୍ଥ ବ୍ୟବସ୍ଥା ହେବ ବୋଲି ଶାସକ ଗୋଷ୍ଠୀ ଆଶା ରଖିଛନ୍ତି। କିନ୍ତୁ ବିରୋଧୀ ଗୋଷ୍ଠୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏହିଭଳି ପରିସ୍ଥିତିରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଗତ ୧୪ ତାରିଖରେ ପୂର୍ବତଟ ରେଳପଥର ସାଧାରଣ ପରିଚାଳକଙ୍କୁ ଭେଟି ଗୋପାଳପୁର ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ଆଲୋଚନା କରିଥିଲେ। ଇତିମଧ୍ୟରେ ଦକ୍ଷିଣ ଓଡ଼ିଶା ରେଳ ଏବଂ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ଜୁନ ମାସ ୭ ଓ ୮ ତାରିଖ ଦୁଇଦିନ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ରେଳ ଲାଇନ ଯିବାକୁ ଥିବା ପ୍ରମୁଖ ସହର ଗୁଡ଼ିକରେ ପଥପ୍ରାନ୍ତ ସଭା କରିବା ପାଇଁ ନିଷ୍ପତ୍ତି ନେଇଛି। କିଭଳି ଉକ୍ତ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ସେଥିପାଇଁ ସରକାରଙ୍କ ଉପରେ ଚାପ ପକାଇବା ଲକ୍ଷ୍ୟ ନେଇ ପଥପ୍ରାନ୍ତ ସଭା ହେବ।

ଅପରପକ୍ଷେ ଠିକାଦାର ସଂସ୍ଥା ବର୍ତ୍ତମାନ ସର୍ଭେ କାମ ଚଳାଇଛନ୍ତି। ଏଥିପାଇଁ ୧ କୋଟି ୨୯ ଲକ୍ଷ ୩୫ ହଜାର ୯୭୭ ଟଙ୍କା ଚୁକ୍ତି ହୋଇଛି। କେଉଁ ରାସ୍ତା ଦେଇ ରେଳ ଲାଇନ ଯିବ ତାହାର ସର୍ଭେ ଠିକାଦାର ସଂସ୍ଥା କରିବା ସହ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ । ଜମିର ପ୍ଲାନ ଏବଂ ଡିପିଆର ପ୍ରସ୍ତୁତ କରି ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓରିଡେଲ)କୁ ରିପୋର୍ଟ ପ୍ରଦାନ କରିବେ ଠିକାଦାର ସଂସ୍ଥା। ଏହାପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହ ଭାଗିତାରେ ଉକ୍ତ ପ୍ରକଳ୍ପ ହେବ । ତେଣୁ ଡି ପି ଆର୍‌ ସରିଲେ କେନ୍ଦ୍ର ଓ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ଅନୁମୋଦନ ହେବା ସମ୍ଭାବନା ରହିଛି। ୨୫୪ କିମି ଗୋପାଳପୁର ରେଢ଼ାଖୋଲ ଭାୟା ଫୁଲବାଣୀ ରେଳ ଲାଇନ ପ୍ରକଳ୍ପ ଯେତେ ବିଳମୱ ହେଉଛି ସେହି ଅନୁସାରେ ବ୍ୟୟ ଅଟକଳ ମଧ୍ୟ ବଢୁଛି। ତେଣୁ ଉକ୍ତ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ କରି ଜମି ଅଧିଗ୍ରହଣ ଆରମ୍ଭ ପାଇଁ ଦାବି ହୋଇଛି। ଅପରପକ୍ଷେ ସୂଚନାକର୍ମୀ ବି ଶଙ୍କର ପାତ୍ର କହିଛନ୍ତି ଯେ, ଚକାପାଦ ଭାୟା ଫୁଲବାଣୀ ହୋଇ ବଉଦକୁ ଯୋଡ଼ିବା ପାଇଁ ସର୍ଭେ ଚାଲିଛି। ପୁର୍ବରୁ ବଳକା ଅଂଶ ସର୍ଭେ ସରିଛି। ବର୍ତ୍ତମାନ ଚାଲିଥିବା ସର୍ଭେ ସରିବା ପରେ ଡିପିଆର୍‌ ପ୍ରସ୍ତୁତ ହୋଇ ତୁରନ୍ତ ଅର୍ଥ ଅନୁମୋଦନ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସୋମନାଥ ରଥ ଶିକ୍ଷାର ବିକାଶ କରିଥିଲେ, ଜଟିଳ ଶିକ୍ଷା ପ୍ରକ୍ରିୟାରୁ ବାହାରି ଆଗକୁ ବଢ଼ିବାକୁ ପଡିବ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri