Posted inଜାତୀୟ

କନ୍ୟାଙ୍କ ବାନ୍ଧବୀଙ୍କୁ ମାଳ, ଚାପୁଡ଼ା ଖାଇ ବର ଶିଶୁପାଳ

ବରେଲି,୨୬ା୨: ବାହା ହେବାକୁ ଯାଇଥିଲେ। କିନ୍ତୁ ବିବାହ ବେଳେ କନ୍ୟାଙ୍କ ପରିବର୍ତ୍ତେ ତାଙ୍କ ସବୁଠୁ ଭଲ ବାନ୍ଧବୀଙ୍କୁ ମାଳ ପିନ୍ଧାଇଦେଲେ। ନିଶାସକ୍ତ ବରଙ୍କ ଏଭଳି କାର୍ଯ୍ୟରେ କ୍ଷୁବ୍ଧ ହୋଇ କନ୍ୟା ତାଙ୍କୁ ଚାପୁଡ଼ା ମାରିଲେ। ଏତିକି ନୁହେଁ, ଏଭଳି ମଦ୍ୟପ ପୁଅକୁ ବିବାହ କରିବି ନାହିଁ ବୋଲି କନ୍ୟା ରୋକ୍‌ଠୋକ୍‌ ଶୁଣାଇଦେଲେ। ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗିଯିବା ପରେ ବର ଶିଶୁପାଳ ହୋଇ ନିଜ ଘରକୁ ଫେରିବାକୁ ବାଧ୍ୟ ହେଲେ। ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଏହି ନାଟକୀୟ ଘଟଣା।

ରବୀନ୍ଦ୍ର କୁମାର(୨୬) ବରେଲିର ରାଧାଦେବୀ(୨୧)ଙ୍କୁ ବିବାହ କରିବା ପାଇଁ ବରଯାତ୍ରୀଙ୍କ ସହ ଯାଇଥିଲେ। ବରଯାତ୍ରୀ ଶୋଭାଯାତ୍ରା ଲମ୍ବି ଚାଲିଥିଲା। ଏଥିଯୋଗୁ ବିବାହ ବେଦୀରେ ପହଞ୍ଚତ୍ବା ବେଳକୁ ଡେରି ହୋଇଗଲା। ଏତିକି ନୁହେଁ, ବରପକ୍ଷ କନ୍ୟାପକ୍ଷଙ୍କୁ ପୂର୍ବ ନିର୍ଦ୍ଧାରିତ ଯୌତୁକଠାରୁ ଅଧିକ ମାଗିଥିଲେ। ଝିଅଙ୍କ ବାପା ପୂର୍ବରୁ ୨.୫ ଲକ୍ଷ ଟଙ୍କା ଦେଇସାରିଥିବାବେଳେ ଆଉ ୨ ଲକ୍ଷ ଟଙ୍କାର ଦାବି ପୂରଣ କରିବାକୁ ରାଜି ହୋଇ ନ ଥିଲେ ବୋଲି ଥାନାରେ କନ୍ୟାପକ୍ଷ ଏତଲା ଦେଇଛନ୍ତି।

ରବୀନ୍ଦ୍ର କୁଆଡ଼େ ନିଜ ପସନ୍ଦର ଅନ୍ୟ ଜଣେ ଝିଅଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିଯୋଗୁ ସେ ନିଜ ବିବାହ ବେଳେ ଅତ୍ୟଧିକ ମଦ ପିଇଦେଇଥିଲେ। ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ କନ୍ୟା ରାଧାଦେବୀଙ୍କୁ ବରମାଳା ନ ପିନ୍ଧାଇ ତାଙ୍କ ନିକଟରେ ଥିବା କନ୍ୟାଙ୍କ ବେଷ୍ଟ ଫ୍ରେଣ୍ଡ୍‌ଙ୍କୁ ପିନ୍ଧାଇଦେଇଥିଲେ। କେବଳ ଏତିକି ନୁହେଁ, ସେ କନ୍ୟା ଘର ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ତାଙ୍କର ଏପରି ଆଚରଣ ଦେଖି ରାଧାଦେବୀ ବିବାହ କରିବାକୁ ମନା କରିଦେଲେ। ରାଧାଦେବୀ ବିବାହ ମଣ୍ଡପରୁ ଉଠି ଚାଲିଯାଇଥିଲେ।

ଫଳରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ଚେୟାର ଓ ଅନ୍ୟ ସାମଗ୍ରୀଗୁଡ଼ିକ ଫିଙ୍ଗାଫିଙ୍ଗି ହେଲା। ପୋଲିସ ସେଠାରେ ପହଞ୍ଚତ୍ ବରପକ୍ଷଙ୍କୁ ଫେରାଇଦେଲା। ରବୀନ୍ଦ୍ର ଓ ତାଙ୍କର କେତେଜଣ ବନ୍ଧୁଙ୍କୁ ଥାନାରେ ଅଟକ ରଖାଯାଇଛି। ରବୀନ୍ଦ୍ରଙ୍କ ସାଙ୍ଗମାନେ ବେଆଇନ ଭାବେ ବିକ୍ରି ହେଉଥିବା ମଦ ଆଣି ତାଙ୍କୁ ପିଆଇଦେଇଥିବା କୁହାଯାଉଛି। ଇତିମଧ୍ୟରେ ମଦ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri