ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଅଧ୍ୟକ୍ଷ, ଉପାଧ୍ୟକ୍ଷା

ନବରଙ୍ଗପୁର,୧୦ା୧୨(ବି.ପ୍ର.): ନବରଙ୍ଗପୁର ଜିଲାର ଲୋକ ମହୋତ୍ସବ ମଣ୍ଡେଇ ଡିସେମ୍ବର ଶନିବାର ଠାରୁ ଆରମ୍ଭ ହେଉଛି। ଏହା ୧୪ ପର୍ଯ୍ୟନ୍ତ ମହା ଆଡମ୍ବରରେ ଆୟୋଜନ କରାଯିବ। ତେବେ ଏହି ମହୋତ୍ସବରେ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ନବରଙ୍ଗପୁର ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ମାନେ ଶୁକ୍ରବାର ପୌର କାର୍ଯ୍ୟାଳୟ ଠାରେ ପ୍ରତିବାଦ କରିଥିଲେ। ବିଗତ ମଣ୍ଡେଇ ମହୋତ୍ସବରେ ନବରଙ୍ଗପୁର ପୌରାଧ୍ୟକ୍ଷ ଏବଂ କାଉନସିଲରଙ୍କ ସହଯୋଗରେ ସହରରେ ବିଶାଳ ମଣ୍ଡେଇ ଶୋଭାଯାତ୍ରା ଆୟୋଜନ କରାଯାଉଥିଲା। ସମସ୍ତ କାଉନସିଲର ନିଜ ନିଜ ୱାର୍ଡରୁ ନିଜ ଖର୍ଚ୍ଚରେ ଶତାଧିକ ଲୋକଙ୍କୁ ନେଇ ବିଭିନ୍ନ ଲୋକନୃତ୍ୟର ଆୟୋଜନ କରିବା ସହ ମଣ୍ଡେଇ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଶୋଭାଯାତ୍ରାକୁ ସଫଳ କରୁଥିଲେ। ହେଲେ ଚଳିତ ବର୍ଷ ମଣ୍ଡେଇରେ ଏହାକୁ ଅଣଦେଖା କରାଯାଇଥିବା ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ସମସ୍ତ କାଉନସିଲର ଅଭିଯୋଗ କରିଛନ୍ତି।
ଚଳିତ ଥର ମଣ୍ଡେଇରେ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କ ନାମ ମୁଖ୍ୟ ମଣ୍ଡେଇ ପର୍ବର ନିମନ୍ତ୍ରଣ ପତ୍ରରେ ରଖାଯାଇନାହିଁ। ଏହାକୁ ନେଇ ପୌରପାଳିକାର କାଉନସିଲର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ଲୁକାୟିତ କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ମଣ୍ଡେଇ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଜିଲା ପ୍ରଶାସନ ଏହି ମହାପର୍ବରେ ସେମାନଙ୍କୁ କହିଁକି ସାମିଲ କରିନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ଉଦ୍ଦେଶ୍ୟରେ ପୌରପାଳିକାକୁ ମଣ୍ଡେଇ ଶୋଭାଯାତ୍ରା ଆୟୋଜନର ଦାୟିତ୍ୱ ଦିଆଯାଇନାହିଁ ବୋଲି କାଉନସିଲର ମାନେ ପ୍ରଶ୍ନ କରିଛନ୍ତି। ନବରଙ୍ଗପୁର ଜିଲା ଲୋକ ମହୋତ୍ସବ ମଣ୍ଡେଇରେ ନବରଙ୍ଗପୁର ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ମାନେ ମହୋତ୍ସବ ପାଳନ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ସହରର ମୁଖ୍ୟ ସ୍ଥାନ ମାନଙ୍କରେ ମଣ୍ଡେଇ ଶୁଭେଚ୍ଛା ଫ୍ଲେକ୍ସ ଲଗାଇବା, ପୌରପାଳିକା ପକ୍ଷରୁ ଆର୍ଥିକ ସହାୟତା, ବିଭିନ୍ନ ପ୍ରତିଯୋଗିତାରେ ସହଯୋଗ, ସଫେଇ କାର୍ଯ୍ୟ ଆଦିରେ ସହଯୋଗ କରାଯାଉଛି। ହେଲେ ପ୍ରଶାସନ ପକ୍ଷରୁ ଏଭଳି ଅଣଦେଖା କରାଯିବାକୁ ନେଇ ଅଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷା ସୌମ୍ୟ ମହାପାତ୍ର ଓ କାଉନସିଲର ଏ . ସତୀଶ, ନଗେନ୍ଦ୍ର ପଟ୍ଟନାୟକ, କେଶବ ରାଜୁ , ଅମିତ ପ୍ରଧାନ, ଶର୍ମିଷ୍ଠା ଦେଓ, ଅଲେଖ ସୌରା, ସନ୍ତୋଷୀ ଜାନି, ପୁନମ୍‌ ସାହୁ, ଗୀତାଞ୍ଜଳି ଯାଦବ, ରାଜେଶ୍ୱରୀ, ଉଷାରାଣୀ ପ୍ରମୁଖ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri